ହରଡ଼, ବିରି, ମସୁର ଉପରୁ ସଂଗ୍ରହ ସୀମା ହଟିଲା

Advertisment
ସାପ୍ତାହିକ ଡାଲି ଷ୍ଟକ୍ ଘୋଷଣା ନିର୍ଦ୍ଦେଶ

IndiaMART

ନୂଆଦିଲ୍ଲୀ : ମୂଲ୍ୟ ସହାୟତା ସ୍କିମ୍ ଅଧୀନରେ ତିନି ପ୍ରକାର ଡାଲି ହରଡ଼, ବିରି ଓ ମସୁର ଉପରେ ରହିଥିବା ୪୦ ପ୍ରତିଶତ ସଂଗ୍ରହ ସୀମାକୁ କେନ୍ଦ୍ର ସରକାର ହଟାଇନେଇଛନ୍ତି। ଘରୋଇ ଉତ୍ପାଦନରେ ଉନ୍ନତି ଆଣିବା ଲାଗି ୨୦୨୩-୨୩ ଫସଲ ବର୍ଷ ପାଇଁ ଏହି ସୀମାକୁ ପ୍ରତ୍ୟାହାର କରାଯାଇଛି। ଚାଷୀମାନେ ଯେତେ ପରିମାଣର ଡାଲି ଚାହିବେ ବିକ୍ରି କରିପାରିବେ ବୋଲି ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଚାଷୀମାନେ ପ୍ରତିଶ୍ରୁତିପୂର୍ଣ୍ଣ ମୂଲ୍ୟରେ ଡାଲି ବିକିବା ସୁବିଧା ପାଇଲେ ଅଧିକ ଜମିରେ ଚାଷ କରିବା ଲାଗି ଉତ୍ସାହିତ ହେବେ ବୋଲି ଆଶା କରାଯାଉଛି। କୌଣସି କୃଷିଜାତ ସାମଗ୍ରୀର ମୂଲ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ଠାରୁ କମ୍ ହେଲେ ସେହି ସମୟରେ ମୂଲ୍ୟ ସହାୟତା ସ୍କିମ୍ ଲାଗୁ କରାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe