ଭକ୍ତି ଓ ନିବେଶର ଯୁଗଳବନ୍ଦୀ: ଶ୍ରଦ୍ଧାଳୁ, ପର୍ଯ୍ୟଟକଙ୍କୁ ଟାଣୁଛି ବାଲୁକା କଳା, ମ୍ୟୁଚୁଆଲ୍ ଫଣ୍ଡ୍‌ର ଲାଭ ବିଷୟରେ ଜଣାଉଛି

Advertisment

ଚଳିତ ବର୍ଷ ରଥଯାତ୍ରାରେ ପୁରୀ ବେଳାଭୂମି ଏକ ଭିନ୍ନ ବସ୍ତ୍ର ପିନ୍ଧିଛି। ତାହା ଉଭୟ ପରମ୍ପରା ଓ ସମସାମୟିକ ଆବଶ୍ୟକତାର ମିଶ୍ରଣ।  ପ୍ରଥମ ଥର ଲାଗି ବେଳାଭୂମିରେ ଭକ୍ତି ଓ ନିବେଶର ଯୁଗଳବନ୍ଦୀ ଦେଖିବାକୁ ମିଳିଛି।

ଚଳିତ ବର୍ଷ ରଥଯାତ୍ରାରେ ପୁରୀ ବେଳାଭୂମି ଏକ ଭିନ୍ନ ବସ୍ତ୍ର ପିନ୍ଧିଛି। ତାହା ଉଭୟ ପରମ୍ପରା ଓ ସମସାମୟିକ ଆବଶ୍ୟକତାର ମିଶ୍ରଣ।  ପ୍ରଥମ ଥର ଲାଗି ବେଳାଭୂମିରେ ଭକ୍ତି ଓ ନିବେଶର ଯୁଗଳବନ୍ଦୀ ଦେଖିବାକୁ ମିଳିଛି।

fshfhfhf

ଭୁବନେଶ୍ବର: ଚଳିତ ବର୍ଷ ରଥଯାତ୍ରାରେ ପୁରୀ ବେଳାଭୂମି ଏକ ଭିନ୍ନ ବସ୍ତ୍ର ପିନ୍ଧିଛି। ତାହା ଉଭୟ ପରମ୍ପରା ଓ ସମସାମୟିକ ଆବଶ୍ୟକତାର ମିଶ୍ରଣ।  ପ୍ରଥମ ଥର ଲାଗି ବେଳାଭୂମିରେ ଭକ୍ତି ଓ ନିବେଶର ଯୁଗଳବନ୍ଦୀ ଦେଖିବାକୁ ମିଳିଛି। ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନଙ୍କ ଦ୍ବାରା ପ୍ରସ୍ତୁତ ଏହି ଚମତ୍କାର ବାଲୁକା କଳା ଶ୍ରଦ୍ଧାଳୁ, ପର୍ଯ୍ୟଟନ ଓ ସାଧାରଣ ଜନତାଙ୍କୁ ଆକର୍ଷିତ କରୁଛି। ସେହି ଆକର୍ଷଣରେ ଯେତିକି ଭକ୍ତି ରହିଛି, ସେତିକି ଜରୁରୀ ବାର୍ତ୍ତା ମଧ୍ୟ ରହିଛି। ‘ମ୍ୟୁଚୁଆଲ୍‌ ଫଣ୍ଡ୍‌ ସହି ହୈ’ ଅଭିଯାନ ଅଧୀନରେ ପୁରୀ ହୋଟେଲ୍‌ ସାମ୍ନାରେ ନିର୍ମାଣ କରାଯାଇଥିବା ଏହି ସୁଦୃଶ୍ୟ ବାଲୁକା କଳା ମ୍ୟୁଚୁଆଲ୍ ଫଣ୍ଡ୍‌ ବିଷୟରେ ଲୋକଙ୍କୁ ସଚେତନ କରୁଛି। ଲୋକମାନେ ଏହି କଳାତ୍ମକ କୃତିକୁ ପ୍ରଶଂସା କରୁଥିବା ବେଳେ ଆର୍ଥିକ ଜ୍ଞାନ ପାଇ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି। ଏହି ବାଲୁକା କଳା ସମୃଦ୍ଧିର ପ୍ରତୀକ ଭାବେ ଠିଆ ହୋଇ ସମ୍ପତ୍ତି ସୃଷ୍ଟି ଲାଗି ମ୍ୟୁଚୁଆଲ୍‌ ଫଣ୍ଡ୍‌ କିଭଳି ଏକ ପ୍ରଭାବଶାଳୀ ମାଧ୍ୟମ ତାହା ଦର୍ଶାଉଛି। 

ନିବେଶ ଭଳି ଏକ ଜଟିଳ ବିଷୟକୁ ଏହି ବାଲୁକା କଳା ଅଭିନବ ଢଙ୍ଗରେ ଏତେ ସରଳ ଭାବେ ବୁଝାଇଛି ଯେ ତାହାକୁ ଦେଖଣାହାରୀ ପ୍ରଶଂସା ନ କରି ରହିପାରୁନାହାନ୍ତି। ତିନିଠାକୁରଙ୍କୁ ଦର୍ଶନ ଲାଗି ପୁରୀ ଆସିଥିବା ଲୋକମାନେ ନିଜ ସହିତ ଭବିଷ୍ୟତ ଗଢ଼ିବାର ଆର୍ଥିକ ସୂତ୍ର ନେଇ ଫେରୁଛନ୍ତି। ପାରମ୍ପରିକ ସଞ୍ଚୟ କିମ୍ବା ନିବେଶ ତୁଳନାରେ ମ୍ୟୁଚୁଆଲ୍ ଫଣ୍ଡ୍ କିଭଳି ଭବିଷ୍ୟତ ଆର୍ଥିକ ସ୍ବପ୍ନ ପୂରଣ କରିବାର ଏକ ଶକ୍ତିଶାଳୀ ମାଧ୍ୟମ ତାହା ସେମାନେ ଜାଣୁଛନ୍ତି। ‌ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଯେକୌଣସି ସ୍ଥାନରୁ ଆସିଥିବା ଲୋକଙ୍କୁ ଏହି ବାଲୁକା କଳା ଶକ୍ତିଶାଳୀ ବାର୍ତ୍ତା ଦେଉଛି। ଧନୀ ହୁଅନ୍ତୁ କିମ୍ବା ଗରିବ, ସମସ୍ତେ ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ନିବେଶ କରିପାରିବେ। ଷ୍ଟକ୍ ବଜାରର ଲାଭକୁ ସମସ୍ତେ ପାଇପାରିବେ।

ରଥଯାତ୍ରାରୁ ଆରମ୍ଭ ହୋଇ ବାହୁଡ଼ା ପର୍ଯ୍ୟନ୍ତ ଏହି ବାଲୁକା କଳା ଲୋକଙ୍କୁ ସଚେତନ କରିବ। ଭଗବାନଙ୍କ ପ୍ରତି ଭକ୍ତଙ୍କ ଭକ୍ତି ଯେଭଳି ଗୁରୁତ୍ବପୂର୍ଣ୍ଣ, ନିବେଶ ହେଉଛି ସେହିପରି ଏକ ଅନୁଶାସନ ଓ ଶୃଙ୍ଖଳିତ ଯାତ୍ରା। ମ୍ୟୁଚୁଆଲ୍‌ ଫଣ୍ଡ୍‌ ନିବେଶ ଯେତିକି ଜଟିଳ ମନେ ହେଉଛନ୍ତି, ତାହା ପ୍ରକୃତରେ ସେଭଳି ନୁହେଁ। ଟିକେ ବୁଝିଗଲେ, ତାହା କେତେ ସରଳ, ସେକଥା ପୁରୀ ବେଳ‌ାଭୂମି ପରିଦର୍ଶନ କରୁଥିବା ଲୋକମାନେ ଜାଣୁଛନ୍ତି। ଏହି ବାଲୁକା କଳାକୁ ଦେଖିବା ଲାଗି ଲୋକମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପ୍ରକାଶ ପାଇଛି। ସେମାନେ ସେଠାରେ ପହଞ୍ଚି ଫଟୋ ଉଠାଇବା, ସେଲ୍‌ଫି ନେବା ସହିତ ମ୍ୟୁଚୁଆଲ୍‌ ଫଣ୍ଡ୍‌ ବିଷୟରେ ସବୁ କିଛି ଜାଣିବା ଲାଗି ଆଗ୍ରହର ସହ ପ୍ରଶ୍ନ କରୁଛନ୍ତି। ଯେଭଳି ଭକ୍ତି ଭଗବାନଙ୍କ ଆଶୀର୍ବାଦ ଆଣିଥାଏ, ଠିକ୍ ସେହିପରି ଅନୁଶାସନ ଆଧାରିତ ନିବେଶ ସମ୍ପତ୍ତି ବଢ଼ାଇବା ଆଡ଼କୁ ରାସ୍ତା ଦେଖାଏ। ସେଥିପାଇଁ ତ କୁହାଯାଇଛି ‘ଶ୍ରଦ୍ଧାରେ ଚାଲେ ରଥ, ଅନୁଶାସନରେ ଚାଲେ ନିବେଶ’। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe