ମାଲ୍ୟାଙ୍କ ସମ୍ପତ୍ତି ବିକିବାକୁ କୋର୍ଟ ଦେଲେ ଅନୁମତି

Advertisment
ମାଲ୍ୟାଙ୍କ ସମ୍ପତ୍ତି ବିକିବାକୁ କୋର୍ଟ ଦେଲେ ଅନୁମତି

Image Courtesy of Hindustan Times

ନୂଆଦିଲ୍ଲୀ: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଠାରୁ ଋଣ ଅର୍ଥରାଶି ଫେରିପାଇବା ଲାଗି ବ୍ୟାଙ୍କଗୁଡ଼ିକ ତାଙ୍କ ନାମରେ ଥିବା ରିଅଲ ଇଷ୍ଟେଟ୍‌ ସମ୍ପତ୍ତି ଓ ସିକ୍ୟୁରିଟି ଆଦିକୁ ବିକ୍ରି କରିପାରିବେ। ମନି ଲଣ୍ଡରିଂ ମାମଲାର ବିଚାର କରୁଥିବା ଏକ କୋର୍ଟ ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି। ମାଲ୍ୟାଙ୍କ ନାମରେ ଥିବା ପ୍ରାୟ ୬୫୦୦ କୋଟି ଟଙ୍କାର ସମ୍ପତ୍ତିକୁ ବ୍ୟାଙ୍କଗୁଡ଼ିକ ବିକ୍ରି କରିପାରିବେ। ପୂର୍ବ ଏସବୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଅଧୀନରେ ଥିଲା। ସମ୍ପତ୍ତି ବିକିବା ଲାଗି କୋର୍ଟ ଦେଇଥିବା ଅନୁମତି ସମ୍ପର୍କରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ଏମ୍‌ଡି ମଲ୍ଲିକାର୍ଜୁନ ରାଓ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମାଲ୍ୟାଙ୍କ ବନ୍ଦ ହୋଇଯାଇଥିବା ବିମାନ କଂପାନି କିଙ୍ଗଫିସର ଏୟାରଲାଇନ୍ସକୁ ଋଣ ଦେବାରେ ନେତୃତ୍ବ ନେଇଥିବା ବ୍ୟାଙ୍କ ବା ଲିଡ୍ ବ୍ୟାଙ୍କ ଏବେ ମାଲ୍ୟାଙ୍କ ସମ୍ପତ୍ତିଗୁଡ଼ିକୁ ବିକ୍ରି କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe