ଡଲାର ତୁଳନାରେ ଟଙ୍କା ପୁଣି ଦୁର୍ବଳ

ଟଙ୍କା ମୂଲ୍ୟରେ ସୁଧାର

Image: PTC News

ମୁମ୍ବାଇ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ପୁଣି ଦୁର୍ବଳ ହୋଇପଡ଼ିଛି। ଏକ ଡଲାର ଦାମ୍ ୭୮ ଟଙ୍କା ୭୫ ପଇସା ହୋଇଯାଇଛି। ଏହା ଟଙ୍କାର ଅନ୍ୟତମ ସର୍ବକାଳୀନ ସର୍ବନିମ୍ନ ଦାମ୍‌ ବୋଲି କୁହାଯାଉଛି। ଟଙ୍କା ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଫଳରେ ଟଙ୍କା ମୂଲ୍ୟରେ ହେଉଥିବା ହ୍ରାସରେ ଅଙ୍କୁଶ ଲାଗିଥିଲା। ଅଶୋଧିତ ତୈଳ ଦରରେ ବୃଦ୍ଧି ହୋଇଥିବାରୁ ଟଙ୍କା ଉପରେ ଚାପ ସୃଷ୍ଟି ହୋଇଛି। ଏହି ସ୍ଥିତି ଲାଗିରହିଲେ ଖୁବ୍‌ଶୀଘ୍ର ଡଲାର ତୁଳନାରେ ଟଙ୍କା ଦାମ୍ ୭୯-୮୦ ଟଙ୍କା ସ୍ତରକୁ ଚାଲିଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe