ଆହୁରି ଦୁର୍ବଳ ହେଲା ଟଙ୍କା : ଏକ ଡଲାରର ମୂଲ୍ୟ ୮୩ ଟଙ୍କା ୨୨ ପଇସା

Advertisment
୨୦୦୦ ଟଙ୍କିଆ ପାଇଁ ବଜାରରେ ନଗଦ କମିଲା

The Statesman

ନୂଆଦିଲ୍ଲୀ: ଲଗାତାର ୪ ଦିନ ଧରି ଟଙ୍କା ମୂଲ୍ୟ ହ୍ରାସ ପାଉଛି। ଗତକାଲି ତୁଳନାରେ ଆଜି ଟଙ୍କା ମୂଲ୍ୟ ୧୫ ପଇସା ଦୁର୍ବଳ ହୋଇଛି। ଫଳରେ ୧ ଡଲାର ମୂଲ୍ୟ ୮୩ ଟଙ୍କା ୨୨ ପଇସା ରହିଛି, ଯାହାକି ସର୍ବକାଳୀନ ନିମ୍ନ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଅଶୋଧିତ ତେଲ ଦର ମଧ୍ୟ ଆଜି ବ୍ୟାରେଲ ପିଛା ୯୦ ଡଲାର ଟପିଯାଇଛି।

ତୈଳ କାଟ ନି‌ଷ୍ପତ୍ତି ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ଜାରି ରହିବା ନିଷ୍ପତ୍ତି ନେବାଫଳରେ ଏହାର ମୂଲ୍ୟରେ ବୃଦ୍ଧି ଘଟିଛି। ଏଥିସହିତ ଡଲାର ମୂଲ୍ୟ ମଧ୍ୟ ସୁଦୃଢ଼ ରହିଛି। ବ୍ୟାଙ୍କ ଓ ବ୍ୟାଙ୍କ ମଧ୍ୟରେ କାରବାର ସମୟରେ ଆଜି ୧ ଡଲାର ମୂଲ୍ୟ ୮୩ ଟଙ୍କା ୧୫ ପଇସାରେ ଆରମ୍ଭ ହୋଇଥିଲା। ତାହାପରେ ଏହା ୮୩ ଟଙ୍କା ୧୨ରୁ ୮୩ ଟଙ୍କା ୨୨ ପଇସା ମଧ୍ୟରେ କାରବାର ହୋଇଥିଲା। ‌କାରବାର ଶେଷରେ ମଧ୍ୟ ଏହା ୮୩ ଟଙ୍କା ୨୨ ପଇସାରେ ବନ୍ଦ ହୋଇଥିଲା। ବୁଧବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ମଧ୍ୟ ୯ ପଇସା ହ୍ରାସ ଘଟି ୮୩ ଟଙ୍କା ୧୩ ପଇସା ରହିଥିଲା। ଏହା ପୂର୍ବରୁ ଅଗଷ୍ଟ ୨୧ରେ ଡଲାର ଓ ଟଙ୍କାର ବିନିମୟ ମୂଲ୍ୟ ୮୩ ଟଙ୍କା ୧୩ ପଇସାରେ ବନ୍ଦ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe