ଏୟାର ଇଣ୍ଡିଆ ପାଇଁ ସରକାରଙ୍କ ଦୈନିକ ଖର୍ଚ୍ଚ ୨୦ କୋଟି

Advertisment
ଏୟାର ଇଣ୍ଡିଆ ୧୦୦୦ ପାଇଲଟ୍‌ ନିଯୁକ୍ତ କରିବ

The Federal News

ନୂଆଦିଲ୍ଲୀ: ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆକୁ ଚାଲୁ ରଖିବା ଲାଗି ସରକାରଙ୍କୁ ଦୈନିକ ୨୦‌ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ତେଣୁ ଯଥାଶୀଘ୍ର ଏହାକୁ ଟାଟାକୁ ହସ୍ତାନ୍ତର କରିବା ଉପରେ ସରକାର କାର୍ଯ୍ୟ କରୁଛନ୍ତି। ଏ ସମ୍ପର୍କରେ ଦିପମ୍ ବିଭାଗର ସଚିବ ତୁହିନ୍‌କାନ୍ତ ପା‌ଣ୍ଡେ କହିଛନ୍ତି ଯେ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆର ଉଡ଼ାଣ ଜାରି ରଖିବା ଲାଗି ଦୈନିକ ଟିକସଦାତାଙ୍କ ୨୦ କୋଟି ଟଙ୍କା କଂପାନିକୁ ଦିଆଯାଉଛି। ଟାଟା ଯେଉଁ କଂପାନିକୁ ହାସଲ କରିଛି ତାହା କୌଣସି ଦୁଧିଆଳି ଗାଈ ନୁହେଁ। ସେମାନଙ୍କୁ ବିପୁଳ ପୁଞ୍ଜିନିବେଶ କରିବାକୁ ପଡ଼ିବ।

ପୁରୁଣା କାଳିଆ ବିମାନକୁ ବଦଳାଇବାକୁ ହେବ। ଏହା ଏତେ ସହଜ କାମ ନୁହେଁ। କିନ୍ତୁ ଏୟାର ଇଣ୍ଡିଆର ନୂଆ ମାଲିକ ଭାବୁଛନ୍ତି ଯେ ସେମାନେ ସ୍ଥିତିର ମୁକାବିଲା କରିପାରିବେ। ଏୟାର ଇଣ୍ଡିଆ ବିକ୍ରି ହୋଇଥିବାରୁ ଆଗାମୀ ଦିନରେ ଟିକସଦାତା ଦେଉଥିବା ରାଜସ୍ବ ଅନେକାଂଶରେ ସଞ୍ଚୟ ହେବ ‌ବୋଲି ‌ସେ କହିଛନ୍ତି।ଟାଟା ଗ୍ରୁପ୍‌ ପକ୍ଷରୁ ଗଠନ କରାଯାଇଥିବା ଟେଲେସ୍‌ ପ୍ରାଇଭେଟ୍ ଲିମିଟେଡ୍ ନାମକ ସଂସ୍ଥା ୧୮ ହଜାର କୋଟି ଟଙ୍କାରେ ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରିବାକୁ ଯାଉଛି। କଂପାନି ୨,୭୦୦ କୋଟି ଟଙ୍କାର ନଗଦ ରାଶି ଦେବ ଓ କଂପାନି ଉପରେ ଥିବା ୧୫,୩୦୦ କୋଟି ଟଙ୍କାର ଋଣ ନିଜ ମୁଣ୍ଡକୁ ନେବ। ଏହି ବିକ୍ରି ପ୍ରକ୍ରିୟା ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe