ଆୟକର ରିଟର୍ଣ୍ଣ ଦାଖଲ ମହଲତ ମାର୍ଚ୍ଚ ୧୫କୁ ବଢ଼ିଲା

Advertisment
ଆୟକର ରିଟର୍ଣ୍ଣ ଦାଖଲ ମହଲତ ମାର୍ଚ୍ଚ ୧୫କୁ ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ (ଆଇଟିଆର୍‌) ଓ ଟିକସ ଅଡିଟ୍ ରିପୋର୍ଟ ପଇଠ କରିବା ସମୟ ସୀମାକୁ ବଢ଼ାଇଛନ୍ତି। ଓମିକ୍ରନ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଟିକସ ରିଟର୍ଣ୍ଣ ଦାଖଲ କରିବାର ସମୟ ସୀମା ବଢ଼ାଇବାକୁ ଟିକସଦାତାମାନେ ଆୟକର ବିଭାଗ ଓ ଅର୍ଥ ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲେ। ସେମାନେ ସାମ୍ନା କରୁଥିବା ସମସ୍ୟାକୁ ବୁଝିପାରି ସରକାର ମହଲତ ବଢ଼ାଇଛନ୍ତି। ଆୟକର ରିଟର୍ଣ୍ଣ ଦାଖଲ କରିବା ସମୟ ସୀମାକୁ ୨୦୨୨ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଶେଷ ଥର ଲାଗି ଯେଉଁ ସମୟ ସୀମା ଧାର୍ଯ୍ୟ କରାଯାଇଥିଲା ତାହା ୨୦୨୧ ଡିସେମ୍ବର ୩୧ରେ ଶେଷ ହୋଇଯାଇଛି। ଓମିକ୍ରନ ମାମଲା ସଂଖ୍ୟା ବଢ଼ୁଥିବାରୁ ଏହି ମହଲତ ବଢ଼ାଇବା ଲାଗି ବିଭିନ୍ନ ମହଲରେ ଦାବି ଦେଉଥିଲା। ବିଭିନ୍ନ ପ୍ରକାର ଅଡିଟ୍ ରିପୋର୍ଟ ଦାଖଲ କରିବାର ସମୟ ସୀମାକୁ ଫେବ୍ରୁଆରି ୧୫ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe