ନୂଆଦିଲ୍ଲୀ : ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମାକୁ ବୃଦ୍ଧି କରାଯିବ ନାହିଁ ବୋଲି ରାଜସ୍ବ ସଚିବ ତରୁଣ ବଜାଜ କହିଛନ୍ତି। ନିର୍ଧାରିତ ସମୟ ଜୁଲାଇ ୩୧ ପୂର୍ବରୁ ଅଧିକାଂଶ ରିଟର୍ଣ୍ଣ ଦାଖଲ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଜୁଲାଇ ୨୦ ସୁଦ୍ଧା ୨.୩ କୋଟିରୁ ଅଧିକ ରିଟର୍ଣ୍ଣ ଦାଖଲ ହୋଇସାରିଲାଣି। ପ୍ରତିଦିନ ଏହି ସଂଖ୍ୟା ବୃଦ୍ଧି ପାଉଛି। ୨୦୨୦-୨୧ ଆର୍ଥିକ ବର୍ଷରେ ୫.୮୯ କୋଟି ରିଟର୍ଣ୍ଣ ଦାଖଲ ହୋଇଥିଲା। ରାଜସ୍ବ ସଚିବ ଶ୍ରୀ ବଜାଜ କହିଛନ୍ତି ଯେ ଲୋକମାନଙ୍କ ମଧ୍ୟରେ ଏକ ଧାରଣା ହୋଇଗଲାଣି ଯେ ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମା ବଢ଼ିବ। ତେଣୁ ସେମାନେ ରିଟର୍ଣ୍ଣ ଦାଖଲ ପ୍ରତି ତତ୍ପରତା ଦେଖାଉନାହାନ୍ତି। କିନ୍ତୁ ଏବେ ଦୈନିକ ୧୫-୧୮ ଲକ୍ଷ ରିଟର୍ଣ୍ଣ ଦାଖଲ ହେଉଛି। ଆଗାମୀ ଦିନରେ ସେହି ସଂଖ୍ୟା ୨୫-୩୦ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମା ବଢ଼ିବନି: କେନ୍ଦ୍ର
Advertisment
Follow Us