Caravan Daily
ନୂଆଦିଲ୍ଲୀ: ବଜେଟ୍ରେ କରାଯାଇଥିବା ଘୋଷଣା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଦୁଇଟି ସରକାରୀ ବ୍ୟାଙ୍କର ଘରୋଇକରଣ କରିବାକୁ ସରକାର ପ୍ରତିବଦ୍ଧ ରହିଛନ୍ତି। ଆସନ୍ତା ମାସରେ ଏ ସଂକ୍ରାନ୍ତରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିି ଗ୍ରହଣ କରାଯିବ। ନିତି ଆୟୋଗ ପକ୍ଷରୁ ଦୁଇଟି ବ୍ୟାଙ୍କର ନାମ ସୁପାରିସ କରାଯାଇଛି। ତାହା ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ବୋଲି କୁହାଯାଉଛି। ସରକାରୀ ସ୍ତରରେ କିନ୍ତୁ ଏପର୍ଯ୍ୟନ୍ତ କୌଣସି ନାମ ସ୍ପଷ୍ଟ କରାଯାଇନାହିଁ। ଏକ ସରକାରୀ ବୀମା କଂପାନିର ଘରୋଇକରଣ କରିବାକୁ ମଧ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ (ବିପିସିଏଲ୍) ଅଂଶଧନ ବିକ୍ରିକୁ ନେଇ ମଧ୍ୟ ସରକାର ଯୋଜନା ଅନୁସାରେ କାମ କରୁଛନ୍ତି। କିଛି ଦିନ ଭିତରେ ପୁଣି ଏଥିପାଇଁ ବିଡ୍ ଆହ୍ବାନ କରାଯିବାର ସମ୍ଭାବନା ଥିବା ଜଣାପଡ଼ିଛି। ଏହାକୁ ବିକ୍ରି କରିବା ଲାଗି ପୂର୍ବରୁ ହୋଇଥିବା ଉଦ୍ୟମ ବିଫଳ ହୋଇଥିଲା। ଗୋଟିଏ ମାତ୍ର ବିଡ୍ ଆସିବାରୁ ବିକ୍ରି ପ୍ରକ୍ରିୟାକୁ ସରକାର ରଦ୍ଦ କରିଥିଲେ।
Follow Us