ଅଣ-କୋଭିଡ୍‌ ଦାବିର ସ୍ବୟଂକ୍ରିୟ ଫଇସଲା କରିବ ଇପିଏଫ୍‌ଓ

ଏକକାଳୀନ ସବୁ ଖାତାରେ ପେନ୍‌ସନ୍  ଜମା କରିବ ଇପିଏଫ୍‌ଓ

News24

ନୂଆଦିଲ୍ଲୀ: ଅଣ-କୋଭିଡ୍ ଦାବିର ଫଇସଲାରେ ହେଉଥିବା ବିଳମ୍ବ ସମସ୍ୟାର ସମାଧାନ କରିବା ଲାଗି ଏକ ସ୍ବୟଂକ୍ରିୟ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉପରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ବିଚାର କରୁଛି। କରୋନା ମହାମାରୀ ଦେଖାଦେବା ପରେ ବହୁ ପରିମାଣର କୋଭିଡ୍ ଓ ଅଣ-କୋଭିଡ୍‌ ଦାବି ଆସୁଛି। ଅଣ-କୋଭିଡ୍‌ ଦାବିଗୁଡ଼ିକୁ ମାନୁଆଲ୍ ଉପାୟରେ ଫଇସଲା କରାଯାଉଥିବାରୁ ସେଥିରେ ବିଳମ୍ବ ହେଉଛି। କେତେକ କ୍ଷେତ୍ରରେ ଏକ ମାସ ଭଳି ସମୟ ଲାଗୁଛି। କୋଭିଡ୍‌ ଦାବିଗୁଡ଼ିକର ଫଇସଲା ଲାଗି ସ୍ବୟଂକ୍ରିୟ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ୭୨ ଘଣ୍ଟା ଭିତରେ ଦାବି ଫଇସଲା କରାଯାଉଛି।

ମହାମାରୀ ପ୍ରଭାବରେ ଆୟ ଉତ୍ସ ହରାଇଥିବାରୁ ଅନେକ ଲୋକ ନିଜ ପିଏଫ୍‌ ପାଣ୍ଠି ଉଠାଇବାକୁ ବାଧ୍ୟ ହୋଇଛନ୍ତି। ଆଗାମୀ ଦିନରେ ମହାମାରୀର ତୃତୀୟ ଲହର ଦେଖାଦେବାର ଆଶଙ୍କା ରହିଥିବାରୁ ତାହାର ମୁକାବିଲା ଲାଗି ଇପିଏଫ୍‌ଓ ଅନେକ ପ୍ରସ୍ତାବ ଉପରେ ବିଚାର କରୁଛି। ସେଥିରୁ ଗୋଟିଏ ପ୍ରସ୍ତାବ ହେଉଛି ସବୁ ଦାବିଗୁଡ଼ିକୁ ସ୍ବୟଂକ୍ରିୟ ଭାବେ ସମାଧାନ କରିବା। ଗତବର୍ଷ ଏପ୍ରିଲ୍ ୧ରୁ ଚଳିତ ବର୍ଷ ମେ' ୧୨ ଭିତରେ ପ୍ରାୟ ୩.୫ କୋଟି ଶ୍ରମିକ ନିଜ ପିଏଫ୍‌ ଖାତାରୁ ମୋଟ ଉପରେ ୧.୨୫ ଲକ୍ଷ କୋଟି ଟଙ୍କା ଉଠାଇଛନ୍ତି। ସେମାନଙ୍କ ମଧ୍ୟରୁ ୭୨ ଲକ୍ଷ ଶ୍ରମିକ ୧୮,୫୦୦ କୋଟି ଟଙ୍କା ଉଠାଇଛନ୍ତି ଯାହାକୁ ସେମାନେ ଆଉ ଫେରସ୍ତ କରିବେ ନାହିଁ। ମହାମାରୀକୁ ନଜରରେ ରଖି ସଦସ୍ୟମାନଙ୍କୁ ତିନି ମାସର ମୂଳ ବେତନ କିମ୍ବା ପିଏଫ୍‌ ଖାତାରେ ଥିବା ଜମାରାଶିର ୭୫% ଅର୍ଥ ଯାହା କମ୍ ତାହା ଅଗ୍ରୀମ ସୂତ୍ରରେ ନେବା ଲାଗି ଅନୁମତି ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ଆଉ ଥରେ ସେହି ସୁବିଧା ହାସଲ କରିବା ଲାଗି ସଦସ୍ୟମାନଙ୍କୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe