ଏକକାଳୀନ ସବୁ ଖାତାରେ ପେନ୍‌ସନ୍ ଜମା କରିବ ଇପିଏଫ୍‌ଓ

Advertisment
ଏକକାଳୀନ ସବୁ ଖାତାରେ ପେନ୍‌ସନ୍  ଜମା କରିବ ଇପିଏଫ୍‌ଓ

News24

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ଏହାର ୭୩ ଲକ୍ଷରୁ ଅଧିକ ପେନ୍‌ସନ୍‌ଭୋଗୀଙ୍କୁ ଏକକାଳୀନ ପେନ୍‌ସନ୍ ପ୍ରଦାନ କରିବା ଉପରେ ବିଚାର କରୁଛି। ସେଥିପାଇଁ ଏକ କେନ୍ଦ୍ରୀୟ ବଣ୍ଟନ ବ୍ୟବସ୍ଥା ସ୍ଥାପନ କରିବାର ପ୍ରସ୍ତାବ ରହିଛି। ଜୁଲାଇ ୨୯ ଓ ୩୦ରେ ହେବାକୁ ଥିବା କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହେବା ସହ ତାହାକୁ ମଞ୍ଜୁରି ମିଳିପାରେ। ଆଗାମୀ ଦିନରେ ସବୁ ପେନ୍‌ସନ୍‌ଭୋଗୀ ଗୋଟିଏ ସମୟରେ ପେନ୍‌ସନ୍ ପାଇବେ। ଏବେ ଇପିଏଫ୍‌ଓର ବିଭିନ୍ନ ସ୍ଥାନରେ ଥିବା ୧୩୮ରୁ ଅଧିକ ଆଞ୍ଚଳିକ କାର୍ଯ୍ୟାଳୟ ଭିନ୍ନ ଭିନ୍ନ ଦିଗର ପେନ୍‌ସନ୍ ଦେଉଛନ୍ତି। ତେଣୁ ପେନ୍‌ସନ୍‌ଭୋଗୀଙ୍କୁ ଭିନ୍ନ ଭିନ୍ନ ଦିନରେ ସେହି ଟଙ୍କା ମିଳୁଛି।

ନୂତନ ବ୍ୟବସ୍ଥାରେ ୧୩୮ରୁ ଅଧିକ ଆଂଚଳିକ କାର୍ଯ୍ୟାଳୟ ଅଧୀନରେ ଥିବା ପେନ୍‌ସନ୍‌ଭୋଗୀଙ୍କ ତଥ୍ୟକୁ ଗୋଟିଏ ଡାଟାବେସ୍‌ରେ ସାମିଲ କରାଯିବ। ଏହାପରେ ୭୩ ଲକ୍ଷରୁ ଅଧିକ ପେନ୍‌ସନ୍‌ଭୋଗୀଙ୍କୁ ଏକକାଳୀନ ପେନସନ୍‌ ପଇଠ କରାଯିବ। ସି-ଡାକ୍ ସହଯୋଗ‌ରେ ଏଥିପାଇଁ ଆଇଟି ବ୍ୟବସ୍ଥା ବିକଶିତ କରାଯାଉଛି। ଯେଉଁ ସଦସ୍ୟମାନେ ପେନ୍‌ସନ୍‌ ଖାତାକୁ ୬ ମାସରୁ କମ୍ ସମୟର ଅବଦାନ ପ୍ରଦାନ କରିଛନ୍ତି ସେମାନେ ଯେଭଳି ନିଜ ଖାତାରେ ଥିବା ଟଙ୍କା ଉଠାଇପାରିବେ ସେଥିପାଇଁ ବ୍ୟବସ୍ଥା କରିବା ସମ୍ପର୍କିତ ଏକ ପ୍ରସ୍ତାବ ଉପରେ ମଧ୍ୟ ବିଚାର କରାଯାଉଛି। ଏବେ କେବଳ ସେହି ସଦସ୍ୟମାନେ ପେନ୍‌ସନ୍ ଖାତାରୁ ଟଙ୍କା ଉଠାଇପାରୁଛନ୍ତି ଯେଉଁମାନେ ୬ ମାସରୁ ୧୦ ବର୍ଷ ପର୍ଯ୍ୟନ୍ତ ଅବଦାନ ଦେଇପାରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe