ମୁମ୍ବାଇ : ସପ୍ତାହର ପ୍ରଥମ ବ୍ୟବସାୟ ଦିବସ ଅର୍ଥାତ୍ ଡିସେମ୍ବର ୮ ସୋମବାରରେ ଭାରତୀୟ ଷ୍ଟକ୍ ବଜାରରେ ଏକ ବଡ଼ ହ୍ରାସ ଦେଖାଯାଇଛି। ଉଭୟ ପ୍ରମୁଖ ବେଞ୍ଚମାର୍କ ସୂଚକାଙ୍କରେ ବଡ଼ ଧରଣର ହ୍ରାସ ଦେଖାଦେଇଛି । ସେନସେକ୍ସ ୬୦୯.୬୮ ପଏଣ୍ଟ ହ୍ରାସ ପାଇ ୮୫,୧୦୨.୬୯ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟି ୨୨୫.୯୦ ପଏଣ୍ଟ ହ୍ରାସ ପାଇ ୨୫୯୬୦.୫୫ ପଏଣ୍ଟରେ ବନ୍ଦ ହୋଇଛି । ଆଜିର ଏକ ହ୍ରାସ ଫଳରେ ନିବେଶକମାନେ ପ୍ରାୟ ୮ ଲକ୍ଷ କୋଟି ଟଙ୍କା ହରାଇଛନ୍ତି ।

Advertisment

ଆହୁରି ପଢନ୍ତୁ : Winter Food: ଶୀତ ଦିନରେ ଶରୀର ସୁସ୍ଥ ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ

ଭାରତୀୟ ରିଜର୍ଭ ବ୍ୟାଙ୍କର ରେପୋ ହାର ହ୍ରାସ ଏବଂ ବ୍ୟାଙ୍କଗୁଡ଼ିକୁ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କାର ନଗଦ ଅର୍ଥ ସହାୟତା ପ୍ରଦାନ ସତ୍ତ୍ୱେ, ଷ୍ଟକ ବଜାରରେ ଏହି ହ୍ରାସ ପରିଲକ୍ଷିତ ହୋଇଛି । ଆଜିର କାରବାରରେ ପ୍ରାୟ ସମସ୍ତ ସେକ୍ଟୋରାଲ ଇଣ୍ଡେକ୍ସଗୁଡ଼ିକରେ ହ୍ରାସ ପରିଲକ୍ଷିତ ହୋଇଛି । ବିଶେଷକରି ମେଟାଲ, ରିଅଲିଟି, ଏନର୍ଜି ଇଣ୍ଡେକ୍ସରେ ବ୍ୟାପକ ହ୍ରାସ ପରିଲକ୍ଷିତ ହୋଇଛି । 

ଆହୁରି ପଢନ୍ତୁ : Costliest Book In Patna: ୩ଘଣ୍ଟା ୨୪ମିନିଟ୍‌ରେ ୪୦୮ ପୃଷ୍ଠା ଲେଖିଦେଲେ ଲେଖକ, ଦାମ୍‌ ରଖିଲେ ୧୫କୋଟି

ଉଲ୍ଲେଖନୀୟ ବିଷୟ ହେଉଛି ଇଣ୍ଟରଗ୍ଲୋବ ଆଭିଏସନ (ଇଣ୍ଡିଗୋ ଏୟାରଲାଇନ୍ସର ହୋଲଡିଂ କମ୍ପାନି)ର ସେୟାରରେ ଦ୍ରୁତ ହ୍ରାସ ପରିଲକ୍ଷିତ ହୋଇଛି । ଆଜି ଏହି ସେୟାର ପ୍ରାୟ ୮ ପ୍ରତିଶତ ହ୍ରାସ ପାଇଛି । ସେହିପରି ଜେଏସଡବ୍ଲୁ ଷ୍ଟିଲ ଓ ଭାରତ ଇଲେକ୍ଟ୍ରୋନିକ୍ସରେ ବି ହ୍ରାସ ପରିଲକ୍ଷିତ ହୋଇଛି ।