ଆୟକର ରିଟର୍ଣ୍ଣ ଦାଖଲ ଅବଧି ବଢ଼ିଲା, ଜୁନ୍ ୭ରୁ ନୂଆ ପୋର୍ଟାଲ୍‌

Advertisment

ପୁରୁଣା ପୋର୍ଟାଲ୍‌ ଜୁନ୍ ୧-୬ ପର୍ଯ୍ୟନ୍ତ କାମ କରିବନି

ପୁରୁଣା ପୋର୍ଟାଲ୍‌ ଜୁନ୍ ୧-୬ ପର୍ଯ୍ୟନ୍ତ କାମ କରିବନି

ଆୟକର ବିଭାଗ ତଥ୍ୟ: ୧୬ ଜଣଙ୍କ ଦରମା ୧୦୦ କୋଟିରୁ ଅଧିକ

The Financial Express

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ବିତୀୟ ଲହରକୁ ନଜରରେ ରଖି ଟିକସଦାତାଙ୍କ ପାଇଁ କେତେକ ସୁବିଧା ଘୋଷଣା କରାଯାଇଛି। ୨୦୨୧-୨୨ ବର୍ଷ ଲାଗି ଆୟକର ରିଟର୍ଣ୍ଣ ପଇଠ କରିବାର ସମୟ ସୀମା ଯାହା ଜୁଲାଇ ୩୧ ଥିଲା ତାହାକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯେଉଁ ଟିକସଦାତାମାନଙ୍କ ପାଇଁ ଏହି ସମୟ ସୀମା ଅକ୍ଟୋବର ୩୧ ଥିଲା ତାହାକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଓ ଯେଉଁମାନଙ୍କ ପାଇଁ ସମୟ ସୀମା ନଭେମ୍ବର ୩୦ ଥିଲା ତାହାକୁ ଡିମ୍ବେସର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସଂଶୋଧିତ ଓ ବିଳମ୍ବିତ ଆୟକର ରିଟର୍ଣ୍ଣ ଦାଖଲ କରିବାର ଅବଧି ଯାହା ଡିସେମ୍ବର ୩୧ ଥିଲା ତାହାକୁ ୨୦୨୨ ଜାନୁଆରି ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିିଡିଟି) ପକ୍ଷରୁ ସର୍କୁଲାର ଜାରି କରାଯାଇଛି। ଆୟକର ବିଭାଗ ୱେବସାଇଟ୍‌ରେ ସେହି ସର୍କୁଲାର୍‌ ଉପଲବ୍ଧ ରହିଛି।

ସିବିଡିଟିର ସର୍କୁଲାର ଅନୁଯାୟୀ ୨୦୨୦-୨୧ ଆର୍ଥିକ ବର୍ଷର ଆର୍ଥିକ କାରବାର ଷ୍ଟେଟ୍‌ମେଣ୍ଟ୍‌ ଦାଖଲ କରିବାର ଅବଧି ଯାହା ମେ' ୩୧ ଥିଲା ତାହାକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଷ୍ଟେଟ୍‌ମେଣ୍ଟ୍‌ ଅଫ୍‌ ରିପୋର୍ଟେବଲ୍ ଆକାଉଣ୍ଟ୍‌, ଷ୍ଟେଟ୍‌ମେଣ୍ଟ୍‌ ଅଫ୍‌ ଡିଡକ୍ସନ୍ ଅଫ୍ ଟ୍ୟାକ୍ସ ଦାଖଲ କରିବାର ଅବଧିକୁ ମଧ୍ୟ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଟିଡିଏସ୍‌ ସାର୍ଟିଫିକେଟ୍‌ ଦାଖଲ କରିବାର ଅବଧିକୁ ଜୁଲାଇ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଟିକସ ଦାଖଲ ସମୟ ସୀମା ବଢ଼ାଇବା ଲାଗି ବିଭିନ୍ନ ଅଂଶୀଦାର ଅନୁରୋଧ କରିଥିଲେ। ତାହାକୁ ଦୃଷ୍ଟିରେ ରଖି ସିବିଡିଟି ଏହି ସବୁ ପଦକ୍ଷେପ ଘୋଷଣା କରିଛି। ଗତବର୍ଷ ମଧ୍ୟ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଟିକସ ସମ୍ପର୍କିତ ସମୟ ସୀମାକୁ ବୃଦ୍ଧି କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷର ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟ ସୀମାକୁ ୨୦୨୧ ଜାନୁଆରି ୧୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

ଜୁନ୍ ୭ରୁ ନୂଆ ପୋର୍ଟାଲ୍‌, ପୁରୁଣା ପୋର୍ଟାଲ୍‌ ଜୁନ୍ ୧-୬ ପର୍ଯ୍ୟନ୍ତ କାମ କରିବନି
ନୂଆଦିଲ୍ଲୀ: ଆୟକର ବିଭାଗ ପକ୍ଷରୁ ନୂଆ ଇ-ଫାଇଲିଂ ପୋର୍ଟାଲ୍‌ www.incometax.gov.inକୁ କାର୍ଯ୍ୟକ୍ଷମ କରାଯିବ। ଏଥିରେ ଟିକସଦାତାମାନଙ୍କୁ ଅନେକ ପ୍ରକ‌ାର ସୁବିଧା ମିଳିବ। ଟିକସଦାତାମାନଙ୍କୁ ଶୀଘ୍ର ରିଫଣ୍ଡ୍‌ ପ୍ରଦାନ କରିବା ଲାଗି ନୂଆ ପୋର୍ଟାଲ୍‌ରେ ଆୟକର ରିଟର୍ଣ୍ଣର ଶୀଘ୍ର ପ୍ରୋସେସିଂ ହେବ। ଏକ ସିଙ୍ଗଲ୍‌ ଡ୍ୟାସ୍‌ବୋର୍ଡରେ ସମସ୍ତ ବାର୍ତାଳାପ ଓ ଅପ୍‌ଲୋଡ୍‌ ପ୍ରଦର୍ଶିତ ହେବ। ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ବିନା ମୂଲ୍ୟର ଆଇଟିଆର୍‌ ପ୍ରସ୍ତୁତି ସପ୍‌ଟଓୟାର ଉପଲବ୍ଧ ହେବ।

ଟିକସଦାତାଙ୍କୁ ସାହାଯ୍ୟ କରିବା ଲାଗି ଏକ ନୂଆ କଲ୍ ସେଣ୍ଟର୍‌ ବ୍ୟବସ୍ଥା କରାଯିବ। ଡେସ୍କଟପ୍‌ରେ ହୋଇପାରୁଥିବା ସବୁ ପ୍ରକାର କାର୍ଯ୍ୟ ଯେଭଳି ମୋବାଇଲ୍‌ ଆପ୍‌ରେ ‌ହୋଇପାରିବ ସେହି ସୁବିଧା ମଧ୍ୟ ପ୍ରଦାନ କରାଯିବ। ପେମେଣ୍ଟ୍‌ ପାଇଁ ନୂଆ ପୋର୍ଟାଲ୍‌ରେ ୟୁପିଆଇ ଠାରୁ ଆରମ୍ଭ କରି କ୍ରେଡିଟ୍‌ କାର୍ଡ, ଏନ୍‌ଇଏଫ୍‌ଟି, ଆର୍‌ଟିଜିଏସ୍‌, ନେଟ୍‌ ବ୍ୟାଙ୍କିଙ୍ଗ୍‌ ଭଳି ଅନେକ ପ୍ରକାର ବ୍ୟବସ୍ଥା ରହିବ। ନୂଆ ପୋର୍ଟାଲ୍‌ର ଶୁଭାରମ୍ଭ ହେବାକୁ ଯାଉଥିବାରୁ ଟିକସଦାତାମାନଙ୍କ ପାଇଁ ପୁରୁଣା ପୋର୍ଟାଲ୍‌ www.incometaxindiaefiling.gov.in ଚଳିତ ବର୍ଷ ଜୁନ୍ ୧ରୁ ୬ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe