ବ୍ୟାଙ୍କଗୁଡ଼ିକର ସ୍ଥିତି ଆଜି ସମୀକ୍ଷା କରିବେ ଅର୍ଥମନ୍ତ୍ରୀ

Advertisment
ଭାରତ ସରକାର କଂପାନିମାନଙ୍କଠାରୁ ଦୂରରେ ରହିଛନ୍ତି : ନିର୍ମଳା

ନୂଆଦିଲ୍ଲୀ : ଆମେରିକାରେ ସିଲିକନ ଭାଲି ବ୍ୟାଙ୍କ ଏବଂ ୟୁରୋପରେ କ୍ରେଡିଟ୍‌ ସ୍ବିସ୍ ଭଳି ବଡ଼ ବ୍ୟାଙ୍କର ସ୍ଥିତି ଦୋହଲିଯିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦେଶର ସରକାରୀ ବ୍ୟାଙ୍କଗୁଡ଼ିକର ସ୍ଥିତି ଶନିବାର ସମୀକ୍ଷା କରିବେ। ଅର୍ଥମନ୍ତ୍ରୀ ସରକାରୀ ବ୍ୟାଙ୍କ ମୁଖ୍ୟମାନଙ୍କୁ ଭେଟିବେ।

ବିଶ୍ବରେ ଦେଖାଦେଇଥିବା ବ୍ୟାଙ୍କିଂ ସଂକଟ ପ୍ରଭାବରୁ ଭାରତୀୟ ବ୍ୟାଙ୍କ ସୁରକ୍ଷିତ ବୋଲି ଅର୍ଥ ମନ୍ତ୍ରାଳୟ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ କହି ଆସୁଥିଲେ ମଧ୍ୟ ଏହି ବୈଠକରେ ଗୁରୁତ୍ବପୂର୍ଣ୍ଣ ବିଷୟ ଆଲୋଚନା ହେବ। ବିଶ୍ବ ଆର୍ଥିକ ସଂକଟ ବ୍ୟତୀତ କିଷାନ କ୍ରେଡିଟ କାର୍ଡ, ଷ୍ଟାଣ୍ଡ ଅପ ଇଣ୍ଡିଆ, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଆଦିର ସମୀକ୍ଷା ଅର୍ଥମନ୍ତ୍ରୀ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe