ଶୁଭ୍ରକାନ୍ତ ଫିକିର ଉପସଭାପତି, ଓଡ଼ିଶାରୁ ପ୍ରଥମ

Advertisment
ଶୁଭ୍ରକାନ୍ତ ଫିକିର ଉପସଭାପତି, ଓଡ଼ିଶାରୁ ପ୍ରଥମ

ଭୁବନେଶ୍ବର: ପ୍ରଥମ ଓଡ଼ିଆ ଉଦ୍ୟୋଗପତି ଭାବେ ଶିଳ୍ପ ସଂଘର ଫିକିର ଜାତୀୟ ଉପସଭାପତି ଭାବେ ଇଣ୍ଡିଆ ମେଟାଲସ୍‌ ଆଣ୍ଡ୍‌ ଫେରୋ ଆଲଏଜ୍‌ (ଇମ୍ଫା)ର ପରିଚାଳନା ନିର୍ଦେଶକ ଶୁଭ୍ରକାନ୍ତ ପଣ୍ଡା ନିର୍ବାଚିତ ହୋଇଛନ୍ତି। ୧୯୨୭ରେ ଫିକି ପ୍ରତିଷ୍ଠା ହେବା ପରଠାରୁ କୌଣସି ଓଡ଼ିଆ ଉଦ୍ୟୋଗପତିଙ୍କୁ ଜାତୀୟ ନେତୃତ୍ବ ଟିମ୍‌ରେ ପ୍ରଥମ ଥର ସାମିଲ କରାଯାଇଛି। ସେ ଫିକି ଓଡ଼ିଶା ରାଜ୍ୟ ଚାପ୍ଟରର ପ୍ରଥମ ଅଧ୍ୟକ୍ଷ ଏବଂ ଫିକି ଜାତୀୟ ମାନୁଫାକ୍‌ଚରିଂ କମିଟିର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ହେଉଛନ୍ତି ପ୍ୟାରିସ୍‌ର ଇଣ୍ଟରନ୍ୟାସନାଲ୍ କ୍ରୋମିଅମ୍ ଡେଭେଲପ୍‌ମେଣ୍ଟ୍‌ ଆସୋସିଏସନ (ଆଇସିଡିଏ) ଓ ଇଣ୍ଡିଆନ୍ ଚାମ୍ବର ଅଫ୍‌ କମର୍ସ (ଭାରତ ଚାପ୍ଟର)ର ପୂର୍ବତନ ସଭାପତି। ଫିକି ଜାତୀୟ କାର୍ଯ୍ୟକାରିଣୀର ବୈଠକ ଆଜି ଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ସେଥିରେ ସଭାପତି ଭାବେ କାର୍ଯ୍ୟ କରୁଥିବା ଡକ୍ଟର ସଙ୍ଗୀତା ରେଡ୍ଡିଙ୍କ ଠାରୁ ନୂଆ ସଭାପତି ଉଦୟ ଶଙ୍କର ଦାୟିତ୍ବ ଗ୍ରହଣ କରିଥିଲେ। ସଞ୍ଜୀବ ମେହ୍‌ତାଙ୍କୁ ବରିଷ୍ଠ ଉପସଭାପତି ଭାବେ ନିର୍ବାଚିତ କରାଯାଇଛି। ଉଦୟ ଶଙ୍କର ହେଉଛନ୍ତି ଷ୍ଟାର୍‌ ଆଣ୍ଡ୍‌ ଡିଜ୍‌ନି ଇଣ୍ଡିଆର ଅଧ୍ୟକ୍ଷ। ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପର ପ୍ରଥମ ଅଧିକାରୀ ଭାବେ ସେ ଫିକିର ସଭାପତି ଦାୟିତ୍ବ ଗ୍ରହଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe