ଏୟାର ଇଣ୍ଡିଆର ବିମାନରେ ପ୍ରଥମ ଉଡ଼ାଣ କରିଥିବା ବ୍ୟକ୍ତି ଆଜି ମୁଖ୍ୟ: ବିଶ୍ବସ୍ତରୀୟ ଏୟାରଲାଇନ୍ସରେ ପରିଣତ ପାଇଁ ପ୍ରତିବଦ୍ଧ

Advertisment
ଏୟାର ଇଣ୍ଡିଆର ବିମାନରେ ପ୍ରଥମ ଉଡ଼ାଣ କରିଥିବା ବ୍ୟକ୍ତି ଆଜି ମୁଖ୍ୟ: ବିଶ୍ବସ୍ତରୀୟ ଏୟାରଲାଇନ୍ସରେ ପରିଣତ ପାଇଁ ପ୍ରତିବଦ୍ଧ

ନୂଆଦିଲ୍ଲୀ: ସାରା ଦେଶର ନଜର ଏବେ ଟାଟା ଗ୍ରୁପ୍ ଓ ଏୟାର ଇଣ୍ଡିଆ ଉପରେ ରହିଛି । ଆମେ ଦୁହେଁ ମିଶି କ’ଣ କରିପାରୁଛି ତାହା ଦେଶବାସୀ ଦେଖିବାକୁ ଚାହୁଛନ୍ତି। ଏୟାର ଇଣ୍ଡିଆର ମାଲିକାନା ହାସଲ କରିବା ପରେ ଏହା କହିଛନ୍ତି ଟାଟା ସନ୍ସ ମୁଖ୍ୟ ଏନ୍‌ ଚନ୍ଦ୍ରଶେଖରନ୍‌। ସେ ଏୟାର ଇଣ୍ଡିଆର କର୍ମଚାରୀମାନଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ଚନ୍ଦ୍ରଶେଖରନ ଏହା ମଧ୍ୟ କହିଛନ୍ତି ଯେ ଏୟାର ଇଣ୍ଡିଆକୁ ବିଶ୍ବସ୍ତରୀୟ କରିବା ପାଇଁ ସେ ପ୍ରତିବଦ୍ଧ । ଏଥିସହିତ ସେ ଏ ଭରସା ମଧ୍ୟ ଦେଇଛନ୍ତି ଯେ ଆଗାମୀ ଦିନରେ ଏୟାର ଇଣ୍ଡିଆର ସ୍ବର୍ଣ୍ଣିମ ଯୁଗ ଆସିବ। ସବୁ କର୍ମଚାରୀଙ୍କୁ ସେ ସ୍ବାଗତ ଜଣାଇବା ସହିତ କହିଛନ୍ତି, ଅନ୍ୟମାନଙ୍କ ଭଳି ମୁଁ ମଧ୍ୟ ଏୟାରଲାଇନର ଅତୀତର ଗୌରବମୟ ଅତୀତର କାହାଣୀକୁ ଉପଭୋଗ କରିଛି। ୧୯୮୬ ମସିହା ଡିସେମ୍ବରରେ ଏୟାର ଇଣ୍ଡିଆରେ ମୁଁ ପ୍ରଥମ ଥର ପାଇଁ ବିମାନରେ ଉଡ଼ିଥିଲି। ବିମାନ ଭିତରେ ମୁଁ କେତେ ସ୍ବତନ୍ତ୍ର ଅନୁଭୂତି ପାଇଥିଲି ତାହାକୁ ମୁଁ କେବେ ଭୁଲିପାରିବି ନାହିଁ।

ସେସବୁ ସ୍ମୃତି ଅତ୍ୟନ୍ତ ଚମତ୍କାର। କିନ୍ତୁ ଆମକୁ ଏବେ ଆଗକୁ ଦେଖିବାକୁ ହେବ ବୋଲି ସେ କହିଛନ୍ତି। ଆଜି ଏକ ନୂଆ ଅଧ୍ୟାୟର ଆରମ୍ଭ ହୋଇଛି। ଆମ ଦେଶ ଆବଶ୍ୟକ କରୁଥିବା ଏୟାରଲାଇନ୍ ଗଢ଼ିବାକୁ ହେଲେ ଆମକୁ ଭବିଷ୍ୟତକୁ ଦେଖିବାକୁ ହେବ। ଟାଟା ଗ୍ରୁପ ପକ୍ଷରୁ ମୁଁ ଆପଣମାନଙ୍କୁ ଏହି ଚିଠି ଲେଖୁଛି ଏବଂ ଆମ ପରିବାରକୁ ଆପଣମାନଙ୍କୁ ସ୍ବାଗତ କରୁଛି ବୋଲି ସେ କହିଛନ୍ତି। ପ୍ରତ୍ୟେକଙ୍କ ମୁହଁରେ ଏବେ ଗୋଟିଏ ଶବ୍ଦ ଶୁଣିବାକୁ ମିଳୁଛି। ତାହା ହେଉଛି ଘରବାହୁଡ଼ା। ଏତେ ବର୍ଷ ପରେ ଟାଟା ପରିବାରକୁ ଏୟାର ଇଣ୍ଡିଆକୁ ଆଣି ଗର୍ବର ସହ ସ୍ବାଗତ କରୁଛୁ ବୋଲି ଚନ୍ଦ୍ରଶେଖରନ୍ କହିଛନ୍ତି। ୧୯୮୬ ମସିହାରେ ପ୍ରଥମେ ଏୟାର ଇଣ୍ଡିଆର ବିମାନରେ ଉଡ଼ାଣ ଆରମ୍ଭ କରିଥିବା ଚନ୍ଦ୍ରଶେଖରନ୍ ଆଜି ଟାଟା ସନ୍ସର ମୁଖ୍ୟ ପଦରେ ରହି ଏହି କମ୍ପାନିର ପରିଚାଳନା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe