୧୯୧୮ ପରେ ପ୍ରଥମ ଘଟଣା: ବିଦେଶୀ ଋଣ ଶୁଝିବାରେ ରୁଷ୍ ବିଫଳ

Advertisment
ଲୁହାନସ୍କ‌ରେ ବିଜୟ ଘୋଷଣା କଲେ ପୁଟିନ

Image Courtesy of Sky News

ମସ୍କୋ‌: ୟୁକ୍ରେନ୍ ଉପରେ ଆକ୍ରମଣ କରି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ରୋଷର ଶିକାର ହୋଇଥିବା ରୁଷ୍‌ ପ୍ରଥମ ଥର ଲାଗି ବିଦେଶୀ ଋଣ ଶୁଝିବାରେ ବିଫଳ ହୋଇଛି। ରୁଷ୍ ପାଇଁ ଏହା ୧୦୦ ବର୍ଷ ଭିତରେ ପ୍ରଥମ ଘଟଣା। ରୁଷ୍ ପାଖରେ ପାଣ୍ଠିର କୌଣସି ଅଭାବ ନାହିଁ। ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ କଟକଣା ଲଗାଇଥିବାରୁ ଏହା ରୁବଲ୍‌ରେ ପେମେଣ୍ଟ୍‌ କରିପାରୁନାହାନ୍ତି। ଏହାର ମୁଦ୍ରାରେ କାରବାରକୁ ନିଷିଦ୍ଧ କରାଯାଇଛି। ରୁଷ୍ ବ୍ୟାଙ୍କଗୁଡ଼ିକର ବାହ୍ୟ ଜଗତ ସହିତ ସମ୍ପର୍କ ନାହିଁ। ବିଦେଶୀ ଋଣ ଶୁଝିବା ଲାଗି ରୁଷ୍‌ ପାଖରେ କୌଣସି ମାଧ୍ୟମ ନାହିଁ। ଶେଷ ଥର ଲାଗି ୧୯୧୮ରେ ଭ୍ଲାଦିମିର ଲେନିନଙ୍କ ଶାସନ ସମୟରେ ରୁଷ୍ ବିଦେଶୀ ଋଣ ଶୁଝିବାରେ ବିଫଳ ହୋଇଥିଲା। ଏହା ପରେ ୧୯୯୮ରେ ତାହା ଦେଶ ଭିତରୁ ନେଇଥିବା ୪୦୦୦ କୋଟି ଡଲାରର ଋଣ ଶୁଝିପାରିନଥିଲା। ତା’ପରେ ଆଉ ଏଭଳି ସଙ୍କଟ ଦେଖାଦେଇନାହିଁ। ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରଠାରୁ ରୁଷ୍ ଅର୍ଥନୀତି ସଙ୍କଟ ମଧ୍ୟରେ ପଡ଼ିଯାଇଛି। ଦେଶରେ ମୁଦ୍ରାସ୍ଫୀତି ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରେ ରହିଛି। ଅଭିବୃଦ୍ଧିରେ ମଧ୍ୟ ବଡ଼ ଧରଣର ହ୍ରାସ ଘଟିଛି। ଋଣ ଖିଲାପ କରିଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହାକୁ ରୁଷ୍ ଖଣ୍ଡନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe