ଆମାଜନକୁ ସମାଲୋଚନା କଲେ ଫ୍ୟୁଚର ଗ୍ରୁପ୍ ମୁଖ୍ୟ

Advertisment
ଆମାଜନକୁ ସମାଲୋଚନା କଲେ ଫ୍ୟୁଚର ଗ୍ରୁପ୍ ମୁଖ୍ୟ

ନୂଆଦିଲ୍ଲୀ: ଫ୍ୟୁଚର ଗ୍ରୁପ୍‌ର ରିଟେଲ ଶାଖାକୁ ରିଲାଏନ୍ସକୁ ବିକ୍ରି କରିବା ପାଇଁ ହୋଇଥିବା ରାଜିନାମାକୁ ଆମେରିକାର ଇ-କମର୍ସ କମ୍ପାନି ଆମାଜନ୍ ବିରୋଧ କରିଆସୁଛି। ତେବେ ଆମାଜନର ଏଭଳି ଆଭିମୁଖ୍ୟଙ୍କୁ ଫ୍ୟୁଚର ଗ୍ରୁପ୍‌ ସିଇଓ କିଶୋର ବି‌ୟାନି ସମାଲୋଚନା କରିଛନ୍ତି। ନିଜର କର୍ମଚାରୀମାନଙ୍କୁ ସେ ପଠାଇଥିବା ମେମୋରେ ଏହି ସମାଲୋଚନା କରିଛନ୍ତି। ଫ୍ୟୁଚର ଗ୍ରୁପ୍ ଗତବର୍ଷ ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ଏହାର ରିଟେଲ ଶାଖାକୁ ବିକ୍ରି କରିବା ଲାଗି ରାଜିହେବା ଦ୍ବାରା ପୂର୍ବରୁ ହୋଇଥିବା ଆମାଜନ-ଫ୍ୟୁଚର ରାଜିନାମାକୁ ଉଲ୍ଲଂଘନ କରାଯାଇଛି।

ଉକ୍ତ ପ୍ରସଙ୍ଗକୁ ନେଇ ଉଭୟ ଆମାଜନ ଏବଂ ଫ୍ୟୁଚର ଗ୍ରୁପ୍‌ ଅଦାଲତକୁ ଯାଇଛନ୍ତି। ତେବେ ଫ୍ୟୁଚର ଗ୍ରୁପ୍ ପକ୍ଷରୁ ଏ ନେଇ କୌଣସି ଭୁଲ କରାଯାଇ ନାହିଁ ବୋଲି କୁହାଯାଇଛି। ଫ୍ୟୁଚର ଗ୍ରୁପ୍‌ର ୧୭୦୦ ଷ୍ଟୋର ଏବଂ ହଜାର ହଜାର କର୍ମଚାରୀଙ୍କ ଚାକିରି ତିଷ୍ଠି ରହିବା ପାଇଁ ରିଲାଏନ୍ସ-ଫ୍ୟୁଚର ରାଜିନାମା ଗୁରୁତ୍ବପୂର୍ଣ୍ଣ। ଆମାଜନ ଏହା ଉପରେ ମାମଲା କରିଥିବାରୁ ଶ୍ରୀ ବିୟାନି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏଥିସହିତ ଆମାଜନର ଏଭଳି ଅଭିଳାଷକୁ ଗ୍ରୀକ୍‌ ସମ୍ରାଟ ଆଲେକଜାଣ୍ଡାରଙ୍କ ବିଶ୍ବ ବିଜୟ ଅଭିଳାଷ ସହିତ ତୁଳନା କରିଛନ୍ତି। ତେବେ ଆଲେକଜାଣ୍ଡାର ବିଶ୍ବର ଅଧିକାଂଶ ଭାଗରେ ବିଜୟୀ ହୋଇଥିଲେ ମଧ୍ୟ ଭାରତରେ ବିଫଳ ହୋଇଥିଲେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe