କୃଷି ଉପରେ ଖୁସି ଖବର, ଏବର୍ଷ ବିପୁଳ ଅମଳ ହେବ

Advertisment
କମୁଛି ଚାଷ ଜମି

Agri Farming

ମୁମ୍ବାଇ: କୃଷି କ୍ଷେତ୍ରକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଖୁସି ଖବର ଦେଇଛନ୍ତି। ଏବର୍ଷ ମୌସୁମୀ ଆଗମନ ସ୍ବାଭାବିକ ରହିବାର ସମ୍ଭାବନା ଥିବାରୁ ବିପୁଳ ପରିମାଣର ଖାଦ୍ୟଶସ୍ୟ ଅମଳ ହେବ। ତାହା କୃଷକମାନଙ୍କ ଆୟ ବଢ଼ାଇବ ଏବଂ ବ୍ୟବସାୟ କାରବାରରେ ବୃଦ୍ଧିରେ ମଧ୍ୟ ସହାୟକ ହେବ ବୋଲି ସେ କହିଛନ୍ତି, ଖରିଫ ଋତୁରେ ବୁଣାବୁଣି ଜୋର‌ସୋରରେ ଆଗେଇ ଚାଲିଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଜଳାଶୟଗୁଡ଼ିକରେ ପାଣିର ମାତ୍ରା ୫୦ ପ୍ରତିଶତ ଅଧିକ ରହିଛି। ମାଟିରେ ଆର୍ଦ୍ରତା ମଧ୍ୟ ଭଲ ରହିଛି ଯାହା ଫସଲ ବୃଦ୍ଧିରେ ସହାୟକ ହେବ। ଏବର୍ଷ ୩୪.୮୭ ଲକ୍ଷ ହେକ୍ଟରରେ ଧାନ ବୁଣାବୁଣି ହୋଇଛି।

କଠିନ ଶସ୍ୟ ଚାଷ ୧୦.୨୮ ଲକ୍ଷ ହେକ୍ଟରରେ ହୋଇଥିବା ବେଳେ ୯.୨୮ ଲକ୍ଷ ହେକ୍ଟରରେ ତୈଳବୀଜ ଚାଷ କରାଯାଇଛି। ଗତବର୍ଷ ତୁଳନାରେ ଏହି ତିନି ପ୍ରକାର ଫସଲ ଅଧିକ ଜମିରେ ଚାଷ କରାଯାଇଛି। ଡାଲି ଫସଲ କରାଯାଉଥିବା ଜମି ପରିମାଣ ୩୨.୫୭ ପ୍ରତିଶତ ବୃଦ୍ଧି ପାଇ ୧୨.୮୨ ଲକ୍ଷ ହେକ୍ଟରରେ ପହଞ୍ଚିଛି। ୨୦୨୦-୨୧ରେ ୨୯୮.୩୩ ନିୟୁତ ଟନ୍‌ର ରେକର୍ଡ ଖାଦ୍ୟଶସ୍ୟ ଉତ୍ପାଦନ ହେବା ନେଇ ଆକଳନ କରାଯାଇଛି ବୋଲି କୃଷି ମନ୍ତ୍ରଣାଳୟର ଜଣେ ଅଧିକାରୀ ସୂଚନାଦେଇଛନ୍ତି। ଖାଦ୍ୟଶସ୍ୟ ସଂଗ୍ରହ କାର୍ଯ୍ୟ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି। ସରକାର ୩୨ ନିୟୁତ ଟନ୍ ଗହମ ଏବଂ ୫.୨ ଲକ୍ଷ ଟନ୍ ଧାନ ସଂଗ୍ରହ କରିସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe