ଶକ୍ତିକାନ୍ତଙ୍କୁ ପୁଣି ସାହାଯ୍ୟ ମାଗିବେ ସରକାର, ବଜେଟ୍‌ ଲକ୍ଷ୍ୟ ପୂରଣ ପାଇଁ ପାଣ୍ଠିର ଘୋର ଅଭାବ

Advertisment
କରୋନା ପାଇଁ ଶକ୍ତିକାନ୍ତଙ୍କ ମଲମ: ରେପୋ, ରିଭର୍ସ ରେପୋ ହାର ଅପରିବର୍ତ୍ତିତ, ଜିଡିପି ଅଭିବୃଦ୍ଧି ୧୦.୫% ଆକଳନ

New Indian Express

ମୁମ୍ବାଇ/ନୂଆଦିଲ୍ଲୀ: କରୋନା ସଙ୍କଟ ପ୍ରଭାବରେ ଅର୍ଥନୈତିକ କାର୍ଯ୍ୟକଳାପ ହ୍ରାସ ପାଇଥିବାରୁ ସରକାରଙ୍କ ପାଖରେ ପାଣ୍ଠିର ଅଭାବ ଦେଖାଦେଇଛି। ବଜେଟ୍‌ରେ ଯେଉଁ ଲକ୍ଷ୍ୟ ରଖଯାଇଛି ତାହା ପୂରଣ କରିବା ଲାଗି ସରକାରଙ୍କୁ ବିଭିନ୍ନ ଉତ୍ସରୁ ପାଣ୍ଠି ଯୋଗାଡ଼ କରିବାକୁ ପଡ଼ୁଛି। ଖୁବ୍‌ଶୀଘ୍ର ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ସରକାର ସାହାଯ୍ୟ ମାଗିପାରନ୍ତି। ରିଜର୍ଭ ବ୍ୟାଙ୍କ ଠାରୁ ପାଣ୍ଠି ଆଣିବା କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ପାଇଁ ନୂଆ କଥା ନୁହେଁ। ଏହା ପୂର୍ବରୁ ରିଜର୍ଭ ବ୍ୟାଙ୍କ ଠାରୁ ସରକାର ପାଣ୍ଠି ହାସଲ କରିଥିଲେ। ଏହି ସଙ୍କଟ ସମୟରେ ସାହାଯ୍ୟ କରିବା ଲାଗି ପୁଣି ଥରେ ସରକାର ଶକ୍ତିକାନ୍ତକୁ ଅନୁରୋଧ କରିପାରନ୍ତି। ରିଜର୍ଭ ବ୍ୟାଙ୍କ ଠାରୁ ଦୁଇଟି ଉପାୟରେ ପାଣ୍ଠି ହାସଲ କରିବା ଉପରେ ସରକାର ବିଚାର କରୁଛନ୍ତି। ପ୍ରଥମଟି ହେଉଛି ସରକାରୀ ବଣ୍ଡ୍‌ଗୁଡ଼ିକୁ କିଣିବା ଲାଗି ରିଜର୍ଭ ବ୍ୟାଙ୍କକୁ କୁହାଯିବ। ଏହା ଜରିଆରେ ଆଖିଦୃଶିଆ ପାଣ୍ଠି ରାଜକୋଷକୁ ଆସିପାରିବ। ଅନ୍ୟଥା ଲାଭାଂଶ ଦେବା ଲାଗି ରିଜର୍ଭ ବ୍ୟାଙ୍କକୁ କୁହାଯିବ। ଚଳିତବ‌ର୍ଷ ଦେଶର ବଜେଟ୍‌ ନିଅଣ୍ଟ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୭%ରେ ପହଞ୍ଚିବ ବୋଲି ଆକଳନ କରାଯାଉଛି। ଶେଷ ଥର ଲାଗି ୧୯୯୪ରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। କରୋନା ସଙ୍କଟ ପାଇଁ ରାଜସ୍ବ ଆଦାୟ ହ୍ରାସ ପାଇବା ଓ ବ୍ୟୟ ଭାର ବଢ଼ିବା କାରଣରୁ ବଜେଟ୍ ନିଅଣ୍ଟ ବୃଦ୍ଧି ପାଇଛି। ଚଳିତ ଆର୍ଥିକ ବର୍ଷରେ ଏହି ନିଅଣ୍ଟକୁ ସରକାର ୩.୫% ଭିତରେ ରଖିବେ ବୋଲି କହିଥିଲେ। କିନ୍ତୁ ସେ ଲକ୍ଷ୍ୟ ହାସଲ ହେବାର ବହୁତ କମ୍ ସମ୍ଭାବନା ରହିଛି।

କରୋନା ମହାମାରୀ ସମୟରେ ଆମେରିକା ଠାରୁ ଆରମ୍ଭ କରି ଜାପାନ ପର୍ଯ୍ୟନ୍ତ ଅନେକ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସରକାରଙ୍କୁ ଆର୍ଥିକ ସହାୟତା ଦେଇଛନ୍ତି। ଇଣ୍ଡୋନେସିଆ ଭଳି ଉଦୀୟମାନ ଦେଶରେ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ଠାରୁ ସରକାର ସାହାଯ୍ୟ ନେଇଛନ୍ତି। ଭାରତର ଆର୍ଥିକ ଦାୟିତ୍ବ ଓ ବଜେଟ୍ ପରିଚାଳନା ନିୟମ (ଏଫ୍‌ଆର୍‌ବିଏମ୍‌) ନିୟମ ଅନୁସାରେ ପ୍ରାଥମିକ ବଜାରରୁ ରିଜର୍ଭ ବ୍ୟାଙ୍କ ସରକାରୀ ବଣ୍ଡ୍‌ କିଣିପାରିବ ନାହିଁ। କିନ୍ତୁ ସେହି ନିୟମରେ ଏକ ଧାରା ରହିଛି ଯେଉଁଥିରେ ପ୍ରାକୃତିକ ବିପର୍ଯ୍ୟୟ ଓ ଗଭୀର ମାନ୍ଦାବସ୍ଥା ସମୟରେ ରିଜର୍ଭ ବ୍ୟାଙ୍କ ସରକାରୀ ବଣ୍ଡ୍‌ କିଣିପାରିବ ବୋଲି ଉଲ୍ଲେଖ ରହିଛି। ସରକାର ଏବେ ସେହି ଧାରାକୁ ବ୍ୟବହାର କରି ରିଜର୍ଭ ବ୍ୟାଙ୍କ ଠାରୁ ପାଣ୍ଠି ହାସଲ କରିବାକୁ ଚାହୁଛନ୍ତି। ତେବେ ରେଟିଂ ଏଜେନ୍ସିଗୁଡ଼ିକ ‌ଭାରତର ରେଟିଂକୁ ଆହୁରି ହ୍ରାସ କରିବାର ଆଶଙ୍କା ମଧ୍ୟ ରହିଛି। ତେଣୁ ସରକାର ସବୁଆଡ଼ୁ ଭାବିଚିନ୍ତି ନିଷ୍ପତ୍ତି ନେବାକୁ ଚାହୁଛନ୍ତି। ଏମିତିରେ ବିଶ୍ବର ସମସ୍ତ ପ୍ରମୁଖ ଏଜେନ୍ସି ଭାରତର ରେଟିଂକୁ ଆହୁରି ତଳକୁ ଖସାଇବା ଲାଗି ଧମକ ଦେଇସାରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କ ଠାରୁ ୬୦ ହଜାର କୋଟି ଟଙ୍କାର ଲାଭାଂଶ ପାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଗତ ଆର୍ଥିକ ବର୍ଷରେ ଲାଭାଂଶ ଓ ବଳକା ପାଣ୍ଠିର କିଛି ଅଂଶ ବାବଦରେ ରିଜର୍ଭ ବ୍ୟାଙ୍କ ଠାରୁ ସରକାର ୧.୭୬ ଲକ୍ଷ କୋଟି ଟଙ୍କା ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe