The Indian Express
ନୂଆଦିଲ୍ଲୀ: ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ମୁଖ୍ୟ ମାଧବୀ ପୁରୀ ବୁଚ୍ଙ୍କୁ ଟାର୍ଗେଟ୍ କରି ଆମେରିକାର ହିଣ୍ଡେନ୍ବର୍ଗ ରିସର୍ଚ୍ଚ ଯେଉଁ ରିପୋର୍ଟ ଜାରି କରିଛି ସେଥିରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବେ ନାହିଁ। ଅର୍ଥନୈତିକ ବ୍ୟାପାର ସଚିବ ଅଜୟ ସେଠ୍ ସ୍ପଷ୍ଟ କରିଛନ୍ତି ଯେ ଏହି ମାମଲାରେ ସରକାରଙ୍କୁ କିଛି ବି କରିବାର ନାହିଁ। ସେବି ତରଫରୁ ପ୍ରତିକ୍ରିୟା ଦିଆଯାଇଛି। ସେବି ମୁଖ୍ୟ ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି ବୋଲି ସେ କହିଛନ୍ତି। ହିଣ୍ଡେନ୍ବର୍ଗ କରିଥିବା ନିର୍ଦ୍ଦିଷ୍ଟ ଅଭିଯୋଗର ଗୋଟି ଗୋଟିଏ ଉତ୍ତର ଦେଇଛନ୍ତି ସେବି ମୁଖ୍ୟ। ଗତକାଲି ରାତିରେ ତାଙ୍କ ଉତ୍ତର ଉପରେ ପ୍ରତିକ୍ରିୟା ରଖି ହିଣ୍ଡେନ୍ବର୍ଗ କହିଥିଲା ଯେ ମାଧବୀ ନିଜ ଉତ୍ତରରେ ଅନେକ କଥା ସ୍ବୀକାର କରିଛନ୍ତି। ଏହି ମାମଲାର ନିରପେକ୍ଷ ତଦନ୍ତ କରିବା ଲାଗି ମାଧବୀଙ୍କୁ ହିଣ୍ଡେନବର୍ଗ ଆହ୍ବାନ ଦେଇଛି। ଯଦିଓ ଏହି ପ୍ରସଙ୍ଗକୁ ନେଇ ଦେଶରେ ରାଜନୀତି ଆରମ୍ଭ ହୋଇଯାଇଛି, କିନ୍ତୁ ବିଭିନ୍ନ ମହଲରୁ ସେବି ମୁଖ୍ୟଙ୍କ ପ୍ରତି ସମର୍ଥନ ବଢ଼ିଛି। ଗୌତମ ଆଦାନିଙ୍କ କମ୍ପାନି ଆଦାନି ଗ୍ରୁପ୍ରେ ନିବେଶ ହୋଇଛି। ଦ୍ବୈତ ସ୍ବାର୍ଥ ଥିବାରୁ ଆଦାନି ବିରୋଧରେ ସେବି କରୁଥିବା ତଦନ୍ତରୁ ଠୋସ୍ କିଛି ବାହାରୁନାହିଁ।
Follow Us