ସରକାର ସ୍ଥାପନ କରିବେ ଅକ୍ଷୟ ଶକ୍ତି ଉପକରଣ କାରଖାନା

Advertisment
୨୦୩୦ ସୁଦ୍ଧା ୧୦ ହଜାର ମେଗାୱାଟ୍ ସବୁଜ ଶକ୍ତି ଉତ୍ପାଦନ

ETEnergyworld

ନୂଆଦିଲ୍ଲୀ: ଅକ୍ଷୟ ଶକ୍ତିରେ ସ୍ବାବଲମ୍ବୀ ହେବା ଲାଗି କେନ୍ଦ୍ର ସରକାର ବଡ଼ ଯୋଜନା ରଖିଛନ୍ତି। ଦେଶରେ ଏକ ଆଡ୍‌ଭାନ୍‌ସ କେମିଷ୍ଟ୍ରି ସେଲ୍‌ (ଏସିସି)ର ବିଶାଳ କାରଖାନା ସ୍ଥାପନ କରିବା ଲାଗି ଟେଣ୍ଡର ଆହ୍ବାନ କରାଯାଇଛି। ୨୦୨୨ ଜାନୁଆରିରେ ଟେଣ୍ଡର୍‌ ଖୋଲାଯିବ। ଦେଶ ଭିତର ଯେକୌଣସି କଂପାନି, ବିଦେଶୀ କଂପାନି କିମ୍ବା ସେମାନଙ୍କ ଦ୍ବାରା ସ୍ଥାପିତ ଯୌଥ ଉଦ୍ୟୋଗ ଆଦି ଜରିଆରେ ଏହି କାରଖାନା ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ଦୁଇ ବର୍ଷ ଭିତରେ କାରଖାନା କାର୍ଯ୍ୟକ୍ଷମ ହେବ। ଆଡ୍‌ଭାନ୍‌ସ କେମିଷ୍ଟ୍ରି ସେଲ୍ (ଏସିସି) ଭାରତରେ ମିଳୁନାହିଁ। ଥିଲିୟନ୍-ଆୟନ୍ ସେଲ୍‌ ପାଇଁ ଚୀନ୍ ଓ ତାଇୱାନ୍ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏସିସି ହେଉଛି ଏଭଳି ଏକ ପ୍ରଯୁକ୍ତି ଜ୍ଞାନକୌଶଳ ଯାହା ଜରିଆରେ ବିଦ୍ୟୁତ ଶକ୍ତିକୁ ଇଲେକ୍ଟ୍ରୋକେମିକାଲ୍‌ କିମ୍ବା ରାସାୟନିକ ଶକ୍ତି ଭାବେ ସଂରକ୍ଷିତ ରଖିହେବ। ବ୍ୟବହୃତ ହେଲେ ତାହା ଆପେ ବିଦ୍ୟୁତ ଶକ୍ତିରେ ରୂପାନ୍ତରିତ ହୋଇପାରିବ। ଏସିସି କାରଖାନା ସ୍ଥାପନ କରିବା ଲାଗି ସରକାର ବ୍ୟବସ୍ଥା କରିବେ।

ଦରକାର ପଡ଼ିଲେ କେନ୍ଦ୍ର ଓ ରାଜ୍ୟର ମିଳିତ ସହଯୋଗରେ ଏକ ସ୍ପେସିଆଲ୍ ପର୍‌ପସ୍‌ ଭେଇକିଲ୍ (ଏସ୍‌ପିଭି) ଗଠନ କରାଯିବ। ସରକାର ଯେଉଁ କାରଖାନା ସ୍ଥାପନ କରିବେ ତାହାର ସର୍ବନିମ୍ନ କ୍ଷମତା ୫ ଗିଗାୱାଟ୍ ରହିବ। ସଂସ୍ଥା ସ୍ଥାପନ କରିବା ଲାଗି ପ୍ରତି ଗିଗାୱାଟ୍ ପିଛା ସରକାର ୨୫୦ କୋଟି ଟଙ୍କାର ନିବେଶ କରିବେ। ଜମି ଦର ସେଥିରୁ ଅଲଗା ରହିବ। ଏହି ପ୍ରକଳ୍ପକୁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ସ୍କିମ୍‌ରେ ସାମିଲ କରାଯିବ। ଏଥିପାଇଁ ୧୮,୧୦୦ କୋଟି ଟଙ୍କାର ସ୍କିମ୍ ଘୋଷଣା କରାଯିବ। ସରକାର କହିଛନ୍ତି ଯେ ଏସିସି କାରଖାନାଗୁଡ଼ିକ ସ୍ଥାପନ ହେଲେ ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିର ଗ୍ରହଣୀୟତା ଆହୁରି ବଢ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe