ଗ୍ୟାସ୍‌ କ୍ଷେତ୍ର ମାମଲାରେ ସରକାରଙ୍କ ପରାଜୟ: କଂପାନି ସପକ୍ଷରେ ଇଂଲିଶ ହାଇକୋର୍ଟଙ୍କ ରାୟ

Advertisment
ଗ୍ୟାସ୍‌ କ୍ଷେତ୍ର ମାମଲାରେ ସରକାରଙ୍କ ପରାଜୟ: କଂପାନି ସପକ୍ଷରେ ଇଂଲିଶ ହାଇକୋର୍ଟଙ୍କ ରାୟ

The Economic Times

ନୂଆଦିଲ୍ଲୀ: ପାନ୍ନା-ମୁକ୍ତା ଓ ତାପ୍ତି ତୈଳ ଓ ଗ୍ୟାସ୍ କ୍ଷେତ୍ର ସମ୍ପର୍କିତ ଏକ ମାମଲାରେ ଭାରତ ସରକାରଙ୍କ ପରାଜୟ ହୋଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌/ ସେଲ୍‌କୁ ୧୧୧ ନିୟୁତ ଡଲାର ଦେବା ଲାଗି ପୂର୍ବରୁ କୋର୍ଟ ଦେଇଥିବା ଏକ ରାୟ ବିରୋଧରେ ସରକାର ଆବେଦନ କରିଥିଲେ। କିନ୍ତୁ, କୋର୍ଟ କଂପାନିଙ୍କ ସପକ୍ଷରେ ରାୟ ଦେଇଛନ୍ତି। ଏହି ମାମଲାର ଶୁଣାଣି ବେଳେ ଇଂଲିଶ ହାଇକୋର୍ଟ କହିଛନ୍ତି ଯେ ପୂର୍ବରୁ ହୋଇଥିବା ଶୁଣାଣି ବେଳେ ଭାରତ ସରକାରଙ୍କୁ ଏହି ଆପତ୍ତି ଉଠାଇବାର ଥିଲା। ଇଂଲିଶ ନିୟମ ଅନୁସାରେ ଏକ ନୂଆ ମାମଲାର ବିଚାର ବେଳେ ପୁରୁଣା ମାମଲା ସମ୍ପର୍କିତ ଆପତ୍ତିକୁ ଗ୍ରହଣ କରାଯିବ ନାହିଁ। ଆଲୋଚ୍ୟ ଦୁଇ ତୈଳ କ୍ଷେତ୍ର ରିଲାଏନ୍ସ ଓ ‌ସେଲ୍‌ ଦ୍ବାରା‌ ଗଠନ କରାଯାଇଥିବା ସଂସ୍ଥା ବିଜି ଏକ୍ସପ୍ଲୋରେସନ୍ ଆଣ୍ଡ୍ ପ୍ରଡକ୍ସନ ଇଣ୍ଡିଆ (ବିଜିଇପିଆଇଏଲ୍) ଅଧୀନରେ ରହିଥିଲା। ଖର୍ଚ୍ଚ ଫେରସ୍ତ ପାଇବା, ଲାଭରେ ଭାଗ ଓ ରୟାଲ୍‌ଟି ଆଦି ପ୍ରସଙ୍ଗକୁ ନେଇ ଭାରତ ସରକାର ଯେଉଁ ଦାବି ଉପସ୍ଥାପନ କରିଥିଲେ ତାହାକୁ ବିରୋଧ କରି ଏହି କଂପାନି ସିଙ୍ଗାପୁରର ମଧ୍ୟସ୍ଥତା କୋର୍ଟରେ ଆବେଦନ କରିଥିଲା। କଂପାନି ଠାରୁ ସରକାର ୩୮୫ କୋଟି ଡଲାର ଦାବି କରିଥିଲେ। ୨୦୨୧ ଜାନୁଆରି ୨୯ରେ ମଧ୍ୟସ୍ଥତା କୋର୍ଟ କଂପାନି ସପକ୍ଷରେ ରାୟ ଦେଇଥିଲେ। ତାହାକୁ ସରକାର ଇଂଲିସ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ। ଚଳିତ ମାସ ୯ ତାରିଖରେ ହାଇକୋର୍ଟ ଏହି ମାମଲାର ରାୟ ଶୁଣାଇଥିଲେ।

ପାନ୍ନା-ମୁକ୍ତା ଓ ତାପ୍ତି ତୈଳ ଓ ଗ୍ୟାସ୍ କ୍ଷେତ୍ରକୁ ଓଏନ୍‌ଜିସି ପକ୍ଷରୁ ସନ୍ଧାନ କରାଯାଇଥିଲା। ୧୯୯୪ରେ ତାହାକୁ ନିଲାମ ଜରିଆରେ ଏକ କନ୍‌ସୋର୍ଟିୟମ୍‌କୁ ହସ୍ତାନ୍ତର କରାଯାଇଥିଲା ଯେଉଁଥିରେ ଓଏନ୍‌ଜିସିର ୪୦%, ରିଲାଏନ୍ସର ୩୦% ଓ ଏନ୍‌ରନ୍ ଅଏଲ୍‌ ଆଣ୍ଡ୍‌ ଗ୍ୟାସ୍‌ ଇଣ୍ଡିଆର ୩୦% ଅଂଶଧନ ଥିଲା। ଏନ୍‌ରନ୍‌ ଅଂଶଧନକୁ ୨୦୦୨ ଫେବ୍ରୁଆରିରେ ବିଜିଇପିଆଇଏଲ୍ କିଣିଥିଲା। ‌ସେହି ସଂସ୍ଥାକୁ ସେଲ୍ ଅଧିଗ୍ରହଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe