ଜିଏସ୍‌ଟି ସଂଗ୍ରହ ୪୪ ହଜାର କୋଟି ଟପିଲା: ପେଟ୍ରୋଲ୍‌, ମଦରୁ ୨୮% ଅଧିକ ଭାଟ୍‌ ଆୟ

Advertisment
୫ହଜାର କୋଟିର ଜିଏସ୍‌ଟି ଫାଙ୍କି

The Economic Times

ଭୁବନେଶ୍ବର: ଗତ ଆର୍ଥିକ ବର୍ଷ (୨୦୨୧-୨୨)ରେ ଓଡ଼ିଶାରେ ମୋଟ ୪୪,୩୩୪.୬୭ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ‌‌ହୋଇଛି ଯାହା ୨୦୨୦-୨୧ରେ ହୋଇଥିବା ୨୯,୮୫୨.୭୬ କୋଟି ଟଙ୍କା ତୁଳନାରେ ୪୯% ଅଧିକ। ଦେଶର ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ଅଭିବୃଦ୍ଧି ହାର ସର୍ବାଧିକ ରହିଛି। ବାଣିଜ୍ୟ କର ଓ ଜିଏସ୍‌ଟି କମିସନର ସୁଶୀଲ କୁମାର ଲୋହାନି ଭୁବନେଶ୍ବରର ଏମ୍‌ଡିଆରଏଏଫ୍ଏମ୍‌ରେ ସମସ୍ତ ସର୍କଲ୍‌ ଓ ରେଞ୍ଜ୍‌ର ବାର୍ଷିକ ସମୀକ୍ଷା କରିଛନ୍ତି। ସମୀକ୍ଷାରୁ ଜଣାପଡ଼ିଛି ଯେ ୨୦୨୧-୨୨ରେ ୧୨,୭୪୩.୦୧ କୋଟି ଟଙ୍କା ରାଜ୍ୟ ଜିଏସ୍‌ଟି (ଏସ୍‌ଜିଏସ୍‌ଟି) ସଂଗ୍ରହ ହୋଇଛି ଯାହା ୨୦୨୦-୨୧ରେ ହୋଇଥିବା ୮୨୯୨.୧୫ କୋଟି ଟଙ୍କା ତୁଳନାରେ ୫୪% ଅଧିକ। ପେଟ୍ରୋଲ୍ ଓ ମଦରୁ ଭାଟ୍ ସଂଗ୍ରହରେ ୨୮% ବୃଦ୍ଧି ହୋଇଥିବା ବେ‌ଳେ ପ୍ରଫେସନାଲ୍ ଟିକସ ସଂଗ୍ରହରେ ୧୧ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଟିକସ ସଂଗ୍ରହ କ୍ଷେତ୍ରରେ ବଡ଼ବିଲ, ଯାଜପୁର, ଅନୁଗୁଳ, ଭୁବନେଶ୍ବର-୨ ଓ ୩ ଓ ରାଉରକେଲା-୧ ସର୍କଲ୍ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି।

ମାତ୍ର, ଝାରସୁଗୁଡ଼ା, ରାଉରକେଲା-୨, ଭଦ୍ରକ, କଟକ-୨, କେନ୍ଦୁଝର ଓ ବାଲେଶ୍ବର ସର୍କଲ୍ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛନ୍ତି। ଅତିରିକ୍ତ ଉଦ୍ୟମ କରି ରାଜସ୍ବ ସଂଗ୍ରହ ଲକ୍ଷ୍ୟ ହାସଲ କରିବା ପାଇଁ ଉଦ୍ୟମ କରିବାକୁ କମିସନର ଶ୍ରୀ ଲୋହାନି ଏହି ସର୍କଲ୍‌ଗୁଡ଼ିକୁ ନିର୍ଦେଶ ଦେଇଛନ୍ତି। ବିଶେଷ କରି ବାଲି ଓ ପଥର ଖଣି ଲିଜ୍‌ ଭଳି ନୂଆ ରାଜସ୍ବ ଉତ୍ସ ଉପରେ ଗୁରୁତ୍ବାରୋପ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବିଳମ୍ବରେ ଟିକସ ଦାଖଲ କରୁଥିବା ଟିକସଦାତାଙ୍କ ଠାରୁ ୩୬ କୋଟି ଟଙ୍କା ଏବଂ ଟିକସ ପଇଠ କରୁନଥିବା ଟିକସଦାତାଙ୍କଠାରୁ ଆଲୋଚ୍ୟ ବର୍ଷରେ ୪୭୯ କୋଟି ଟଙ୍କା ସଂଗ୍ରହ କରାଯାଇଛି। ବାଲି ଓ ପଥର ଖଣି ଲିଜ୍‌ଧାରୀମାନଙ୍କ ବିଷୟରେ ତହସିଲଠାରୁ ଟିକସ ପ୍ରଦାନ ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯାଇଛି।

୨୦୨୨-୨୩ ଆର୍ଥିକ ବର୍ଷରେ ସର୍ଭେ ଓ ପଞ୍ଜୀକରଣ ପରବର୍ତ୍ତୀ ଅନୁସନ୍ଧାନ. ନିର୍ଧାରିତ ତାରିଖ ଭିତରେ ୯୦% ରିଟର୍ଣ୍ଣ ପଇଠକୁ ନିଶ୍ଚିତ କରିବା, ପ୍ରତି ସର୍କଲ୍‌ର ଶ୍ରେଷ୍ଠ ଫାଇଲ୍‌ଗୁଡ଼ିକର ରିଟର୍ଣ୍ଣ ଯାଞ୍ଚ କରିବା ଓ ଅଥନୈତିକ ଗୁଇନ୍ଦା ସେକ୍ସନକୁ ତଥ୍ୟ ପଠାଇବା, ସମସ୍ତ ରେଜିଷ୍ଟରକୁ ଠିକ୍ ଭାବେ ପରିଚାଳନା କରିବା, ଜିଏସ୍‌ଟି ରିଫଣ୍ଡ୍‌ ମାମଲାଗୁଡ଼ିକର ତୁରନ୍ତ ଫଇସଲା, ପ୍ରଫେସନାଲ୍ ଟିକସ ଓ ପ୍ରବେଶ ଶୁଳ୍କ ବକେୟା ସଂଗ୍ରହ କରିବା ଏବଂ ଏନ୍‌ସିଏଲ୍‌ଟି କେସ୍ ଓ ଏଜି ଅଡିଟ୍ ପାରସ୍‌ଗୁଡ଼ିକୁ ସଠିକ୍ ସମୟ‌ରେ ପରିଚାଳନା କରିବା ଉପରେ ଗୁରୁତ୍ବାରୋପ କରାଯିବ ବୋଲି ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe