ହି‌ଣ୍ଡେନବର୍ଗ ରିପୋର୍ଟ: ନିବେଶକଙ୍କ ସମ୍ପତ୍ତିରେ ୧୨ ଲକ୍ଷ କୋଟି ହ୍ରାସ

Advertisment

ଆଦାନି ଗ୍ରୁପ୍‌ର କ୍ଷତି ୫ ଲକ୍ଷ କୋଟି, ସ୍ପଷ୍ଟୀକରଣ ଜାରି କଲା ଏଲ୍‌ଆଇସି

ଆଦାନି ଗ୍ରୁପ୍‌ର କ୍ଷତି ୫ ଲକ୍ଷ କୋଟି, ସ୍ପଷ୍ଟୀକରଣ ଜାରି କଲା ଏଲ୍‌ଆଇସି

ନିର୍ବାଚନ ଫଳାଫଳ ଉତ୍ସାହ: ସେନ୍‌ସେକ୍ସ ୨୫୦୭ ପଏଣ୍ଟ ବଢ଼ିଲା

HW English

ମୁମ୍ବାଇ: ଆଦାନି ଗ୍ରୁପ୍‌ରେ ଆକାଉଣ୍ଟିଂ ଜାଲିଆତି ଓ ସେୟାର ମୂଲ୍ୟରେ ହେରଫେରକୁ ନେଇ ଆମେରିକୀୟ ସଂସ୍ଥା ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଏହାର ୩୨ ହଜାର ଶବ୍ଦର ରିପୋର୍ଟ ଜାରି କରିବା ପରଠାରୁ ଭାରତୀୟ ଷ୍ଟକ ବଜାର ଅସ୍ଥିର ରହିଛି। ତିନିଟି କାରବାର ଦିନରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସରେ ୧୪୦୦ ପଏଣ୍ଟ୍‌ରୁ ଅଧିକ ହ୍ରାସ ଘଟିଛି। ଫଳରେ ‌ଷ୍ଟକ ବଜାର ନିବେଶକଙ୍କ ସମ୍ପତ୍ତିରେ ପ୍ରାୟ ୧୨ ଲକ୍ଷ କୋଟି ଟଙ୍କା ହ୍ରାସ ଘଟିଛି। କେବଳ ଆଦାନି ଗ୍ରୁପ୍‌ ୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିଲାଣି। ଷ୍ଟକ ବଜାରରେ ଆଦାନି ଗ୍ରୁପ୍‌ ଅଧୀନରେ ଥିବା ୧୦ଟି ସଂସ୍ଥା ତାଲିକାଭୁକ୍ତ ରହିଛନ୍ତି। କେବଳ ଆଦାନି ଏଣ୍ଟରପ୍ରାଇଜେସ୍‌କୁ ବାଦ ଦେଲେ ଅନ୍ୟ ସବୁ ସଂସ୍ଥାର ସେୟାର ମୂଲ୍ୟ ହ୍ରାସ ପାଇଛି। ହିଣ୍ଡେନବର୍ଗର ସାଂଘାତିକ ଅଭିଯୋଗ ପରେ ଉପଲବ୍ଧ ଥିବା ସେୟାରରୁ ମାତ୍ର ୨ ପ୍ରତିଶତ ସବ୍‌ସ୍କ୍ରାଇବ୍ ହୋଇଛି।

ଏଫ୍‌ପିଓରେ କୌଣସି ପରିବର୍ତ୍ତନ କରାଯିବନାହିଁ ବୋଲି ଆଦାନି ଏଣ୍ଟରପ୍ରଇେଜେସ୍ ପକ୍ଷରୁ କୁହାଯାଇଛି। ଆଦାନି ଏଫ୍‌ପିଓରେ ଆବୁଧାବିର ଇଣ୍ଟରନ୍ୟାସନାଲ୍ ହୋଲ୍‌ଡିଂ କୋ (ଆଇଏଚ୍‌ସି) ୪୦୦ ନିୟୁତ ଡଲାର ନିବେଶ କରିବ ବୋଲି ଜଣାପଡ଼ିଛି। ଆଦାନି ଗ୍ରୁପ୍‌ରେ ବିପୁଳ ଟଙ୍କା ଫସିଥିବା ନେଇ ପ୍ରକାଶ ପାଇଥିବା ରିପୋର୍ଟ ଉପରେ ଏଲ୍‌ଆଇସି ସ୍ପଷ୍ଟୀକରଣ ଜାରି କରିଛି। ଏହା ଜଣାଇଛି ଯେ କଂପାନିର ମୋଟ ପରିଚାଳନା ଅଧୀନ ସମ୍ପତ୍ତି ୪୧.୬୬ ଲକ୍ଷ କୋଟି ଟଙ୍କା ରହିଛି। ଆଦାନି ଗ୍ରୁପ୍‌ରେ ‌‌ଯେତିକି ଟଙ୍କା ନିବେଶ ହୋଇଛି ତାହା ମୋଟ ପରିଚାଳନା ଅଧୀନ ସମ୍ପତ୍ତିର ମାତ୍ର ୦.୯୭୫ ପ୍ରତିଶତ। ୨୦୨୨ ଡିସେମ୍ବର ୩୧ ସୁଦ୍ଧା ଆଦାନି କଂପାନିଗୁଡ଼ିକରେ ଏଲ୍‌ଆଇସିର ନିବେଶ ରାଶି ପରିମାର ୩୫,୯୧୭ କୋଟି ଟଙ୍କା ଥିଲା। ଅନ୍ୟ ପକ୍ଷରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ଏମ୍‌ଡି ଅତୁଲ କୁମାର ଗୋଏଲ କହିଛନ୍ତି ଯେ ଆଦାନି ଗ୍ରୁପ୍‌ର ୮-୯ଟି କଂପାନିକୁ ବ୍ୟାଙ୍କ ୭୦୦୦ କୋଟି ଟଙ୍କା ଦେଇଛି।

ଜାତୀୟତାବାଦ ନାଁରେ ଜାଲିଆତିକୁ ଲୁଚାଇହେବନି: ହିଣ୍ଡେନ୍‌ବର୍ଗ
ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିପୋର୍ଟ ଉପରେ ଗତକାଲି ଆଦାନି ଗ୍ରୁପ୍ ପକ୍ଷରୁ ୪୧୩ ପୃଷ୍ଠାର ଜବାବ ଜାରି କରାଯାଇଥିଲା। ଏହି ରିପୋର୍ଟ ଭାରତରେ ଉପରେ ଆକ୍ରମଣ ସଦୃଶ ବୋଲି କଂପାନି କହିଥିଲା। ଆଜି ତାହାର ଉତ୍ତର ଦେଇଛି ହିଣ୍ଡେନବର୍ଗ। ଆମେରିକାର ଏହି ସଂସ୍ଥା ଜଣାଇଛି ଯେ ଜାତୀୟତାବାଦ ନାଁରେ ଜାଲିଆତିକୁ ଲୁଚାଇହେବନାହିଁ। ଭାରତ ହେଉଛି ଏକ ଚମତ୍କାର ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ଏକ ମହାଶକ୍ତି ଭାବେ ତାହା ଉଭା ହେଉଛି। ଆଦାନି ଗ୍ରୁପ୍ ବ୍ୟବସ୍ଥିତ ଢଙ୍ଗରେ କରୁଥିବା ଡକାୟତି ଭାରତର ଭବିଷ୍ୟତ ପ୍ରତି ଏକ ବିପଦ। ହିଣ୍ଡେନବର୍ଗ ନିଜ ରିପୋର୍ଟକୁ ନେଇ ଅଟଳ ରହିଛି। ଏହା ଜଣାଇଥିଲା ଯେ ଦୁଇ ବର୍ଷ ଧରି ଆଦାନି ଗ୍ରୁପ୍‌କୁ ଯାଞ୍ଚ କରାଯିବା ପରେ କଂପାନି ସେୟାର ମୂଲ୍ୟରେ ଜାଲିଆତି ଓ ଆକାଉଣ୍ଟିଂ ହେରଫେର କରୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe