ସେପ୍ଟେମ୍ବରରୁ ନିମ୍ନମାନର ଖେଳନା ଆମଦାନି ବନ୍ଦ: ବନ୍ଦର ଜଗିବେ ବିଆଇଏସ୍‌ ଅଧିକାରୀ, ଜାହାଜରେ ଆସିଥିବା ସାମଗ୍ରୀ ଯାଞ୍ଚ କରିବେ

Advertisment
ଚୀନକୁ ପଛରେ ପକାଇବା ପାଇଁ ଏହି ସହରରେ ନିର୍ମାଣ ହେଉଛି ବିଶାଳ ଖେଳନା କାରଖାନା

The Economic Times

ନୂଆଦିଲ୍ଲୀ: ଆସନ୍ତା ମାସରୁ ଦେଶକୁ ନିମ୍ନ ମାନର ଖେଳନା ପ୍ରବେଶ କରିପାରିବ ନାହିଁ। କେବଳ ଗୁଣାତ୍ମକ ଖେଳନା ଆମଦାନି ଲାଗି ଅନୁମତି ଦିଆଯିବ ବୋଲି ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାସ୍‌ୱାନ କହିଛନ୍ତି। କେନ୍ଦ୍ର ସରକାର ଇସ୍ପାତ, ରାସାୟନିକ ପଦାର୍ଥ, ଔଷଧ ଓ ଇଲେକ୍ଟ୍ରିକାଲ୍ ଉପକରଣ ଭଳି ୩୭୧ ପ୍ରକାର ସାମଗ୍ରୀର ଗୁଣାତ୍ମକ ମାନ ନିର୍ଧାରଣ କରି ତାହାକୁ ବାଧ୍ୟତାମୂଳକ କରିବା ଉପରେ କାର୍ଯ୍ୟ କରୁଛନ୍ତି। ବିଶେଷ କରି ଚୀନ୍‌ରୁ ଆସୁଥିବା ନିମ୍ନ ମାନର ଏବଂ ଅଣ ଆବଶ୍ୟକ ସାମଗ୍ରୀଗୁଡ଼ିକର ଆମଦାନି ରୋକିବା ଲାଗି ଏହା ଜରିଆରେ ଉଦ୍ୟମ ହେବ। ବ୍ୟୁରୋ ଅଫ୍‌ ଏନର୍ଜି ଏଫିସିଏନ୍ସି (ବିଆଇଏସ୍‌) ପକ୍ଷରୁ ବିଭିନ୍ନ ମନ୍ତ୍ରଣାଳୟ ସହଯୋଗରେ ସାମଗ୍ରୀଗୁଡ଼ିକର ଗୁଣାତ୍ମକ ମାନକ ଧାର୍ଯ୍ୟ କାରାଯାଉଛି। ଖେଳନା ଆମଦାନିର ଗୁଣାତ୍ମକ ମାନକକୁ ଆସନ୍ତ‌ା ସେପ୍ଟେମ୍ବର ୧ରୁ ଲାଗୁ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ବିଆଇଏସ୍‌ର ଅଧିକାରୀମାନଙ୍କୁ ବିଭିନ୍ନ ବନ୍ଦରରେ ମୂତୟନ କରାଯିବ। ସେମାନେ ସାମଗ୍ରୀଗୁଡ଼ିକର ନମୁନା ସଂଗ୍ରହ କରି ତାହାର ଗୁଣାତ୍ମକ ମାନ ଯାଞ୍ଚ କରିବା ପରେ ଦେଶ ଭିତରୁ ପ୍ରବେଶ ଅନୁମତି ଦେବେ।

କେବଳ ଖେଳନା ନୁହେଁ, ଇସ୍ପାତ, ରାସାୟନିକ ପଦାର୍ଥ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ, ଭାରି ମେସିନ ଏବଂ ପ୍ୟାକେଟ୍‌ରେ ଆସୁଥିବା ପାନୀୟ ଓ ଦୁଗ୍ଧ ସାମଗ୍ରୀଗୁଡ଼ିକର ଗୁଣାତ୍ମକ ମାନ ମଧ୍ୟ ଯାଞ୍ଚ କରିବା ଉପରେ ବିଚାର କରାଯାଉଛି। ବିଆଇଏସ୍‌ର ମହାନିର୍ଦେଶକ ପ୍ରମୋଦ କୁମାର ତିୱାରୀ କହିଛନ୍ତି ଯେ ବିଭିନ୍ନ ମନ୍ତ୍ରଣାଳୟ ଗ୍ରହଣ କରୁଥିବା ନିଷ୍ପତ୍ତି ଆଧାରରେ ସାମଗ୍ରୀଗୁଡ଼ିକର ଗୁଣାତ୍ମକ ମାନ ବ୍ୟବସ୍ଥା ଧାର୍ଯ୍ୟ କରାଯାଉଛି। ଉଦାହରଣ ସ୍ବରୂପ, ସୁନା ଲାଗି ଧାର୍ଯ୍ୟ କରାଯାଥିବା ମାନକ ୨୦୨୧ ଜୁନ୍‌ରୁ ଲାଗୁ କରାଯିବ। ବର୍ତ୍ତମାନ ଦେଶରେ ୨୬୮ ପ୍ରକାର ମାନକ ପ୍ରଚଳନରେ ରହିଛି। ସାମଗ୍ରୀଗୁଡ଼ିକର ଗୁଣାତ୍ମକ ମାନ ଲାଗି ଦୁଇ ପ୍ରକାର ଯାଞ୍ଚ ବ୍ୟବସ୍ଥା ରହିବ। ଯେଉଁ ଦେଶର କାରଖାନାରେ ସାମଗ୍ରୀ ଉତ୍ପାଦନ କରାଯାଉଛି ସେଠାରେ ପହଞ୍ଚି ବିଆଇଏସ୍‌ ଅଧିକାରୀ ମାନ ଯାଞ୍ଚ କରିପାରିବେ। ଅନ୍ୟଥା, ଜାହାଜ ଜରିଆରେ ଦେଶକୁ ଆସୁଥିବା ସାମଗ୍ରୀଗୁଡ଼ିକୁ ମଧ୍ୟ ସେମାନେ ଯାଞ୍ଚ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe