ଭାରତୀୟ ଅର୍ଥ ବ୍ୟବସ୍ଥା ସୁଧୁରୁଛି

ପ୍ରାକ୍ ମହାମାରୀ ତୁଳନାରେ ୨୨ ଆର୍ଥିକ ସୂଚକାଙ୍କରୁ ୧୯ଟିରେ ଅଭିବୃଦ୍ଧି

ଭାରତୀୟ ଅର୍ଥ ବ୍ୟବସ୍ଥା ସୁଧୁରୁଛି

shutterstock

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀଜନିତ ମାନ୍ଦାବସ୍ଥାରୁ ଭାରତୀୟ ଅର୍ଥ ବ୍ୟବସ୍ଥା ମୁକ୍ତ ହେବାରେ ଲାଗିଛି। ଯଥେଷ୍ଟ ଉନ୍ନତି ହୋଇଛି। ଅର୍ଥ ବ୍ୟବସ୍ଥାର କେତେକ ସୂଚକାଙ୍କରେ ବ୍ୟାପକ ସୁଧାରରୁ ଏହା ସ୍ପଷ୍ଟ ହୋଇଛି। ଗତବର୍ଷ ଜାନୁଆରୀରେ ଦେଶରେ ପ୍ରଥମ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। କରୋନା ଧିରେ ଧିରେ ବଢ଼ିବା ପରେ ସବୁଥିରେ କଟକଣା ଲାଗିବାରୁ ଅର୍ଥ ବ୍ୟବସ୍ଥା ପ୍ରଭାବିତ ହୋଇଥିଲା। ଭାରତରେ ଆର୍ଥିକ ପ୍ରଗତିକୁ ଯାଞ୍ଚ କରିବା ଲାଗି କେତେକ ଉଚ୍ଚ ଆବୃତ୍ତି ସୂଚକାଙ୍କ ବା ହାଇ ଫ୍ରିକୁଏନ୍ସି ଇଣ୍ଡିକେଟର୍ସ (ଏଚଏଫଆଇ)କୁ ଲଗାତାର ଅନୁଧ୍ୟାନ କରାଯାଉଥିଲା।

ସଦ୍ୟତମ ସୂଚନା ଅନୁଯାୟୀ, ୨୨ ଏଚଏଫଆଇ ମଧ୍ୟରୁ ୧୯ଟିରେ ସମ୍ପୂର୍ଣ୍ଣ ସୁଧାର ଆସିଛି। ଗତ ସେପ୍ଟେମ୍ବର, ଅକ୍ଟୋବର,ନଭେମ୍ବର ମାସରେ ଏହିସବୁ ସୂଚକାଙ୍କର ସ୍ତର କୋଭିଡ ମହାମାରୀ ପୂର୍ବବର୍ତ୍ତୀ ସ୍ତର ଅର୍ଥାତ୍ ୨୦୧୯ର ସମାନ ମାସଗୁଡ଼ିକ ତୁଳନାରେ ଅଧିକ ରହିଛି। ଏହି ୧୯ ସୁଚକାଙ୍କ ମଧ୍ୟରୁ କେତେକରେ ୧୦୦ ପ୍ରତିଶତରୁ ଅଧିକ ସୁଧାର ପରିଲକ୍ଷିତ ହୋଇଛି। ଉଦାହରଣ ସ୍ବରୂପ ଇ-ୱେ ବିଲ ସଂଖ୍ୟା, ସାମଗ୍ରୀ ରପ୍ତାନି, କୋଇଲା ଉତ୍ପାଦନ, ରେଳ ମାଲ ପରିବହନ ଆଦିରେ ଉତ୍ସାହଜନକ ସ୍ଥିତି ଦେଖିବାକୁ ମିଳିଛି।

ଏହା କେବଳ ଆର୍ଥିକ ସୁଧାର ସମ୍ପୂର୍ଣ୍ଣ ହୋଇଥିବାକୁ ଦର୍ଶାଉ ନାହିଁ, ବରଂ ଆର୍ଥିକ ଅଭିବୃଦ୍ଧି ମହାମାରୀ ପୂର୍ବବର୍ତ୍ତୀ ସ୍ତରକୁ ଅତିକ୍ରମ କରିଯାଇଥିବାର ପ୍ରମାଣ ଦେଉଛି। ନିକଟରେ ଜିଡିପି ଆକଳନର ତଥ୍ୟ ମଧ୍ୟ ଏହାକୁ ଆହୁରି ସ୍ପଷ୍ଟ କରିଛି। ୨୦୨୧-୨୨ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସରେ ବାର୍ଷିକ ବାସ୍ତବ ଅଭିବୃଦ୍ଧି ହାର ୮.୪ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ଏହି ଉତ୍ପାଦନ ହାର ମହାମାରୀ ପୂର୍ବବର୍ତ୍ତୀ ସମୟ ଅର୍ଥାତ୍ ୨୦୧୯-୨୦ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସ ଠାରୁ ଅଧିକ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe