ଅକ୍ସିଜେନ୍ ଯୋଗାଉଛି ଉଦ୍ୟୋଗ ଜଗତ

Advertisment
କରୋନା ବ଼ଢ଼ିବାରୁ ଅକ୍ସିଜେନ୍ ଚିନ୍ତା ଫେରିଲା

Image Courtesy of Zee News

ନୂଆଦିଲ୍ଲୀ/ମୁମ୍ବାଇ: କରୋନା ମହାମାରୀର ଦ୍ବିତୀୟ ଲହର ସୃଷ୍ଟି କରିଥିବା ଭୟାନକ ସ୍ଥିତି ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଏହା ବିରୋଧରେ ଚାଲିଥିବା ଲଢ଼େଇରେ ସାମିଲ ହୋଇଛି ଉଦ୍ୟୋଗ ଜଗତ। କ‌ଂପାନିଗୁଡ଼ିକ ତରଫରୁ ଅକ୍ସିଜେନ୍, କ୍ରାୟୋଜେନିକ ଟ୍ୟାଙ୍କର, ପୋର୍ଟେବଲ୍ ଅକ୍ସିଜେନ୍‌ କନ୍‌ସେଣ୍ଟ୍ରେଟର ଓ ଜେନେରେଟର ଆଦିର ଯୋଗାଣ ଆରମ୍ଭ କରାଯାଇଛି। ଅକ୍ସିଜେନ୍ ଯୋଗାଣର ଦେଖାଶୁଣା ଲାଗି ଭାରତୀୟ ଶିଳ୍ପ ମହାସଂଘ ତରଫରୁ ଏକ ଟାସ୍କଫୋର୍ସ ଗଠନ କରାଯାଇଛି ଯାହା କେନ୍ଦ୍ର ଓ ରାଜ୍ୟଗୁଡ଼ିକ ସହ ମିଶି କାର୍ଯ୍ୟ କରିବ। ଟାଟା ଷ୍ଟିଲ୍ ଓ ଲିଣ୍ଡେ ଇଣ୍ଡିଆ ମିଶି ଅକ୍ସିଜେନ୍ ଯୋଗାଣ ପାଇଁ କାର୍ଯ୍ୟ କରୁଛନ୍ତି।

ଜେଏସ୍‌ଡବ୍ଲୁ ଷ୍ଟିଲ୍ ଦୈନିକ ୧୦୦୦ ଟନ୍ ଅକ୍ସିଜେନ୍ ଯୋଗାଉଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ତରଫରୁ ବିଭିନ୍ନ ରାଜ୍ୟକୁ ୭୦୦ ଟନ୍ ଅକ୍ସିଜେନ୍ ଯୋଗାଇ ଦିଆଯାଇଛି। ଜିନ୍ଦଲ ଷ୍ଟେ‌ନଲେସ୍‌ ଏହାର ଯାଜପୁର କାରଖାନାରୁ ଦୈନିକ ୪୦ ଟନ୍ ଅକ୍ସିଜେନ୍ ବିଭିନ୍ନ ସ୍ଥାନକୁ ପଠାଯାଉଛି। ପେଟିଏମ୍ ପ୍ରାୟ ୩୦୦୦ ଅକ୍ସିଜେନ୍ କନ୍‌ସେଣ୍ଟ୍ରେଟର ହାସଲ କରିବା ଲାଗି ୧୦ କୋଟି ଟଙ୍କା ଯୋଗାଡ଼ କରିବା ପାଇଁ ପେଟିଏମ୍ ଫାଉଣ୍ଡେସନ ପକ୍ଷରୁ ‘ଅକ୍ସିଜେନ୍ ଫର ଇଣ୍ଡିଆ’ ଅଭିଯାନ ଆରମ୍ଭ କରାଯାଇଛି। ଆଦାନି ଗ୍ରୁପ୍ ମଧ୍ୟ ବିଶ୍ବର ବିଭିନ୍ନ ସ୍ଥାନରୁ ଅକ୍ସିଜେନ୍, ୫୦୦୦ ସିଲିଣ୍ଡର, ୪ କ୍ରାୟୋଜେନିକ୍ ଟ୍ୟାଙ୍କର୍ ଆଣିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛି। ଭିସ୍ତାରା ଓ ଆଇଟିସି ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe