‘ଆଇସିଏଆଇ’ରେ ଫେବ୍ରୁଆରିରୁ ଜିଏସ୍‌ଟି ସାର୍ଟିଫିକେଟ୍‌ କୋର୍ସ

‘ଆଇସିଏଆଇ’ରେ ଫେବ୍ରୁଆରିରୁ ଜିଏସ୍‌ଟି ସାର୍ଟିଫିକେଟ୍‌ କୋର୍ସ

ଭୁବନେଶ୍ୱର: ଦି ଇନଷ୍ଟିଚ୍ୟୁଟ୍‌ ଅଫ୍‌ କଷ୍ଟ ଆକାଉଣ୍ଟାଣ୍ଟ୍‌ସ୍‌ ଅଫ୍‌ ଇଣ୍ଡିଆ (ଆଇସିଏଆଇ), ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଜିଏସ୍‌ଟି ଉପରେ ସାର୍ଟିଫିକେଟ୍‌ ପାଠ୍ୟକ୍ରମ ପ୍ରଦାନ କରାଯିବ। ଫେବ୍ରୁଆରିରୁ ଏହି କୋର୍ସ ଉପଲବ୍ଧ ହେବ। ଏହା ଏକ ତିନି ମାସିଆ କୋର୍ସ ଯେଉଁଥିରେ ଉଭୟ ସଂସ୍ଥାର ସଦସ୍ୟ ଏବଂ ଛାତ୍ରଛାତ୍ରୀମାନେ ନାମ ଲେଖାଇପାରିବେ। ଛାତ୍ରଛାତ୍ରୀଙ୍କ ପାଇଁ କୋର୍ସ ଫି’ ଉପରେ ରିହାତି ରହିବ ବୋଲି ଆଇସିଏଆଇର ଟିକସ କମିଟିର ଅଧ୍ୟକ୍ଷ ନିରଞ୍ଜନ ମିଶ୍ର କହିଛନ୍ତି। ଏହି ଅବସରରେ ଚଳିତ ମାସ ୨୭ରୁ ଆରମ୍ଭ ହେଉଥିବା ଜିଏସ୍‌ଟି ସମ୍ପର୍କିତ ଜାତୀୟ ସମ୍ମିଳନୀ ଉପରେ ସୂଚନା ଦେଇ ସେ କହିଛନ୍ତି ଯେ କିଟ୍‌ ସମ୍ମିଳନୀ କକ୍ଷରେ ଆସନ୍ତା ଶନିବାର ଦିନ ଏହି ସମ୍ମିଳନୀକୁ ରାଜ୍ୟ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା ଉଦ୍‌ଘାଟନ କରିବେ। ଆଇସିଏଆଇର ସଭାପତି ସଞ୍ଜୟ ଗୁପ୍ତା ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବେ। ଏଥିରେ ୮୦୦ରୁ ଅଧିକ ପ୍ରତିନିଧି ମଧ୍ୟ ଅଂଶଗ୍ରହଣ କରିବେ। ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଜିଏସ୍‌ଟିର ବିଭିନ୍ନ ଦିଗ ଉପରେ ଆଲୋଚନା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe