ଆଇଆର୍‌ସିଟିସିରେ ମାସକୁ ୨୪ ଟିକଟ ବୁକିଂ ହୋଇପାରିବ

Advertisment
ଆଇଆର୍‌ସିଟିସିରେ ମାସକୁ ୨୪ ଟିକଟ ବୁକିଂ ହୋଇପାରିବ

www.jagran.com

ନୂଆଦିଲ୍ଲୀ: ଆଇଆର୍‌ସିଟିସି ୱେବସାଇଟ୍‌ ଓ ଆପ୍‌ରେ ଯାତ୍ରୀମାନେ ମାସକୁ ଅଧିକ ଟିକଟ ବୁକିଂ କରିବା ସୁବିଧା ପାଇବେ। ମାସିକ ଟିକଟ ବୁକିଂ ସୀମାକୁ ଏହା ଦୁଇ ଗୁଣା ବୃଦ୍ଧି କରିଛି। ଯେଉଁ ଗ୍ରାହକମାନଙ୍କ ୟୁଜର ଆଇଡି ସହ ଆଧାର ଲିଙ୍କ୍‌ ହୋଇଥିବ ସେମାନେ ମାସକୁ ୨୪ଟି ଟିକଟ ବୁକିଂ କରିପାରିବେ। ପୂର୍ବରୁ ସେମାନେ ମାତ୍ର ୧୨ଟି ଟିକଟ ବୁକିଂ କରିବା ସୁବିଧା ପାଉଥିଲେ। ଯେଉଁ ୟୁଜର ଆଇଡି ସହ ଆଧାର ଲିଙ୍କ୍‌ ହୋଇନାହିଁ ସେମାନେ ମାସକୁ ୧୨ଟି ଟିକଟ ବୁକିଂ କରିପାରିବେ। ପୂର୍ବରୁ ସେମାନେ ୬ଟି ଟିକଟ ବୁକିଂ କରିପାରୁଥିଲେ। ଯାତ୍ରୀମାନଙ୍କୁ ଅଧିକ ସୁବିଧା ଦେବା ଲାଗି ଆଇଆରସିଟିସିରେ ଟିକଟ ବୁକିଂ ସୀମାକୁ ବୃଦ୍ଧି କରାଯାଇଛି ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe