ଚୌଦ୍ବାରରେ ହେବ ସର୍ବବୃହତ ଇଞ୍ଜିନିୟରିଂ କ୍ଲଷ୍ଟର: ନିବେଶ ହେବ ୩୧.୮ କୋଟି, ୨୫ କୋଟି ଟଙ୍କାର ମେସିନ୍ ଲାଗିବ

ଚୌଦ୍ବାରରେ ହେବ ସର୍ବବୃହତ ଇଞ୍ଜିନିୟରିଂ କ୍ଲଷ୍ଟର: ନିବେଶ ହେବ ୩୧.୮ କୋଟି, ୨୫ କୋଟି ଟଙ୍କାର ମେସିନ୍ ଲାଗିବ

The Live Nagpur

ଭୁବନେଶ୍ବର: ଚୌଦ୍ବାରର ଇନ୍ଦ୍ରାଣୀପାଟଣା ଶିଳ୍ପାଞ୍ଚଳରେ ଦେଶର ସର୍ବବୃହତ ଇଞ୍ଜିନିୟରିଂ କ୍ଲଷ୍ଟର (ପୁଞ୍ଜ) ସ୍ଥାପନ କରାଯିବ। ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍ଇ ବିଭାଗର ଏମ୍ଏସ୍‌ଇ-ସିଡିପି ସ୍କିମ୍ ଅଧୀନରେ ଏହାକୁ ସ୍ଥାପନ କରାଯିବ। ଏହି ମେଗା ପ୍ରକଳ୍ପର ଡିପିଆର୍‌କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପର ସମୀକ୍ଷା କରି ରାଜ୍ୟ ଏମ୍ଏସ୍‌ଏମ୍ଇ ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ଯେ କମନ୍ ଫାସିଲିଟି ସେଣ୍ଟର ପାଇଁ ୬ ଏକର ଓ ଏସ୍‌ପିଭି ସଦସ୍ୟମାନଙ୍କ ଲାଗି ୮ ଏକର ଜମି ଇଡ୍‌କୋ ହସ୍ତାନ୍ତର କରିଛି। ଏହି ପ୍ରକଳ୍ପରେ ୩୧.୮ କୋଟି ଟଙ୍କା ନିବେଶ କରାଯିବ। ସେଥିରୁ ଭାରତ ସରକାର ୧୮ କୋଟି ଟଙ୍କା ଓ ରାଜ୍ୟ ସରକାର ୭.୧୮ କୋଟି ଟଙ୍କା ଦେବେ। ଏସ୍‌ପିଭି ସଦସ୍ୟମାନେ ୫.୩୧ କୋଟି ଟଙ୍କା ନିବେଶ କରିବେ।

ଓଡ଼ିଶା ଆସେମ୍ବଲି ଅଫ୍ ସ୍ମଲ ଆଣ୍ଡ୍ ମିଡିୟମ୍ ଏଣ୍ଟରପ୍ରାଇଜେସ୍ (ଓସ୍‌ମି) ଏହାକୁ ସ୍ଥାପନ କରିବ। ଏହି କ୍ଲଷ୍ଟର୍‌ରେ ୮୮ ଜଣ ସଦସ୍ୟ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୭ ଜଣ ମହିଳା ଉଦ୍ୟୋଗୀ ହୋଇଥିବା ବେଳେ ୧୨ ଜଣ ଅନୁସୂଚିତ ଜାତି/ଜନଜାତି ବର୍ଗର ଉଦ୍ୟୋଗୀ। ରାଜ୍ୟର ୮ଟି ଜିଲ୍ଲାରୁ ୬୧ ସଦସ୍ୟ ଏହି ଏସ୍‌ପିଭିର ଅଂଶ ହୋଇଛନ୍ତି। କମନ ଫାସିଲିଟି ସେଣ୍ଟରରେ ୨୫ କୋଟି ଟଙ୍କା ମୂଲ୍ୟର ମେସିନ ଲାଗିବ। ପ୍ରକଳ୍ପ କାର୍ଯ୍ୟକୁ ବର୍ଷକ ଭିତରେ ଶେଷ କରିବା ଲାଗି ଏମ୍ଏସ୍‌ଏମ୍ଇ-ଡିଆଇ, ସିଟିଟିସି ଓ ଶିଳ୍ପ ନିର୍ଦେଶାଳୟ ସହଯୋଗ ପ୍ରଦାନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe