ଜାନୁଆରି ୧ରୁ ଲାଗୁ ହେବ ନିୟମ: ଲ୍ୟାଣ୍ଡ୍‌ଲାଇନ୍‌ରୁ ମୋବାଇଲ୍‌କୁ ଫୋନ୍‌ କଲେ ଆରମ୍ଭରୁ ‘ଶୂନ’ ଲଗାଇବାକୁ ପଡ଼ିବ

Advertisment
କଟକଣା ଫେରୁ, କିନ୍ତୁ ଲକ୍‌ଡାଉନ୍‌ ନ ହେଉ

FAVPNG.com

ନୂଆଦିଲ୍ଲୀ: ଲ୍ୟାଣ୍ଡ୍‌ଲାଇନ୍‌ରୁ ମୋବାଇଲ୍‌ ନମ୍ବରକୁ ଫୋନ୍ କରିବା ବେଳେ ପ୍ରାରମ୍ଭରୁ ‘୦ ’ (ଶୂନ) ଲଗାଇବାକୁ ପଡ଼ିବ। ଆସନ୍ତା ଜାନୁଆରି ୧ରୁ ଏହି ନୂତନ ବ୍ୟବସ୍ଥା ଲାଗୁ କରିବା ଲାଗି ବ୍ୟବସ୍ଥା କରିବାକୁ ଟେଲିକମ୍ ବିଭାଗ ପକ୍ଷରୁ ଟେଲିକମ୍ କଂପାନିଗୁଡ଼ିକୁ କୁହାଯାଇଛି। ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ଟେଲିକମ୍ କ୍ଷେତ୍ରର ନିୟାମକ ସଂସ୍ଥା ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ସୁପାରିସ୍‌ କରିଥିଲା। ସେହି ସୁପାରିସ୍‌କୁ ଟେଲିକମ୍ ବିଭାଗ ଗ୍ରହଣ କରିଛି। ଲ୍ୟାଣ୍ଡ୍‌ଲାଇନ୍ ଓ ମୋବାଇଲ୍ ସେବା ଲାଗି ପର୍ଯ୍ୟାପ୍ତ ପରିମାଣର ନମ୍ବର ଉପଲବ୍ଧ ରଖିବା ଲାଗି ଟ୍ରାଇ ଦେଇଥିବା ପ୍ରସ୍ତାବକୁ ସରକାର ଗ୍ରହଣ କରିଛନ୍ତି। ଚଳିତ ବର୍ଷ ମେ’ ୨୯ରେ ଟ୍ରାଇ ଏହି ସୁପାରିସ କରିଥିଲା। ଟେଲିକମ୍ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ସର୍କୁଲାର ଜାରି କରାଯାଇଛି। ଲ୍ୟାଣ୍ଡ୍‌ଲାଇନ୍‌ ଗ୍ରାହକମାନଙ୍କୁ ଏହି ନୂତନ ବ୍ୟବସ୍ଥା ବିଷୟରେ ଅବଗତ କରିବା ଲାଗି ବ୍ୟବସ୍ଥା କରିବାକୁ କଂପାନିଗୁଡ଼ିକୁ କୁହାଯାଇଛି। ଯଦି କୌଣସି ଲ୍ୟାଣ୍ଡ୍‌ଲାଇନ୍ ଗ୍ରାହକ ଭୁଲବଶତଃ ପ୍ରାରମ୍ଭରୁ ଶୂନ ନଲଗାଇ ମୋବାଇଲ୍‌କୁ ଫୋନ୍ କରନ୍ତି ତାହେଲେ ସ୍ବୟଂକ୍ରିୟ ଭାବେ ଯେଭଳି ତାଙ୍କ ପାଇଁ ନୂତନ ବ୍ୟବସ୍ଥା ବିଷୟରେ ଘୋଷଣା ହେବ ‌କଂପାନିଗୁଡ଼ିକ ସେହି ବ୍ୟବସ୍ଥା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe