ମହଜୁଦ ସୀମା କମିଲା: ଅଧିକ ଗହମ ରଖିଲେ କାର୍ଯ୍ୟାନୁଷ୍ଠାନ

Advertisment

କେଉଁମାନେ ନିଜ ପାଖରେ ସର୍ବାଧିକ କେତେ ଗହମ ରଖିପାରିବେ ତାହାର ସୀମାକୁ ପୁନଃ ନିର୍ଧାରଣ କରାଯାଇଛି। ବ୍ୟବସାୟୀ ଓ ଖାଦ୍ୟ ପ୍ରକ୍ରିୟାକରଣକାରୀମାନଙ୍କୁ କମ୍ ଗହମ ରଖିବାକୁ କୁହାଯାଇଛି।

କେଉଁମାନେ ନିଜ ପାଖରେ ସର୍ବାଧିକ କେତେ ଗହମ ରଖିପାରିବେ ତାହାର ସୀମାକୁ ପୁନଃ ନିର୍ଧାରଣ କରାଯାଇଛି। ବ୍ୟବସାୟୀ ଓ ଖାଦ୍ୟ ପ୍ରକ୍ରିୟାକରଣକାରୀମାନଙ୍କୁ କମ୍ ଗହମ ରଖିବାକୁ କୁହାଯାଇଛି।

ଗହମ, ରବି ଫସଲ ଏମ୍‌ଏସ୍‌ପି ବଢ଼ିଲା

ନୂଆଦିଲ୍ଲୀ: କେଉଁମାନେ ନିଜ ପାଖରେ ସର୍ବାଧିକ କେତେ ଗହମ ରଖିପାରିବେ ତାହାର ସୀମାକୁ ପୁନଃ ନିର୍ଧାରଣ କରାଯାଇଛି। ବ୍ୟବସାୟୀ ଓ ଖାଦ୍ୟ ପ୍ରକ୍ରିୟାକରଣକାରୀମାନଙ୍କୁ କମ୍ ଗହମ ରଖିବାକୁ କୁହାଯାଇଛି। ଯେଉଁମାନେ ନିର୍ଧାରିତ ସୀମାଠାରୁ ଅଧିକ ଗହମ ରଖିବେ ସେମାନଙ୍କ ବିରୋଧରେ ଅତ୍ୟାବଶ୍ୟକ ଆଇନରେ ରହିଥିବା ବ୍ୟବସ୍ଥା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ମହଜୁଦ୍‌ର ସୀମା ନିର୍ଧାରଣ କରାଯାଇଥିବାରୁ ଆଗାମୀ ଦିନରେ ଗହମ ଦାମ୍ ହ୍ରାସ ପାଇବା ସମ୍ଭାବନା ରହିଛି। 

ଗହମ ମହଙ୍ଗା ହେବା ପରେ ତାହାର ପ୍ରଭାବ ବିସ୍କୁଟଠାରୁ ଆରମ୍ଭ କରି ପାଉଁରୁଟି ପର୍ଯ୍ୟନ୍ତ ସବୁଆଡ଼େ ପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ଖାଦ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ପାଇକାରୀ ବ୍ୟବସାୟୀମାନେ ନିଜ ପାଖରେ ୨୦୦୦ ଟନ୍ ନୁହେଁ, ତାହାର ଅଧା ୧୦୦୦ ଟନ୍ ରଖିପାରିବେ। ସେହିପରି ଖୁଚୁରା ବ୍ୟବସାୟୀମାନେ ୫ ଟନ୍ ଗହମ ନିଜ ପାଖରେ ରଖିପାରିବେ। ବଡ଼ ବଡ଼ ରିଟେଲ୍‌ ସଂସ୍ଥାଗୁଡ଼ିକ ନିଜର ପ୍ରତି ‌ଷ୍ଟୋର୍‌ରେ ଅତିବେଶିରେ ୫ ଟନ୍ ଲେଖାଏଁ ଗହମ ରଖିପାରିବେ। ଖାଦ୍ୟ ପ୍ରକ୍ରିୟାକରଣ ସଂସ୍ଥାଗୁଡ଼ିକ ସେମାନଙ୍କ ମାସିକ କ୍ଷମତାର ୬୦ ପ୍ରତିଶତ ବଦଳରେ ୫୦ ପ୍ରତିଶତ ଗହମ ନିଜ ପାଖରେ ରଖିପାରିବେ। ଗହମ ମହଜୁଦର ଏହି ନୂତନ ସୀମା ୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ବଳବତ୍ତର ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe