ଟ୍ରେଜେରିରୁ ସିଧାସଳଖ ହିତାଧିକାରୀଙ୍କ ଖାତାରେ ଜମା ହେବ ଟଙ୍କା, ବ୍ୟାଙ୍କରେ ଆଉ ଟଙ୍କା ଜମା କରିବାକୁ ପଡ଼ିବନି

Advertisment

ଏକସଙ୍ଗେ ୫୦ ହଜାର ହିତାଧିକାରୀଙ୍କୁ ଦେଇହେବ ଲାଭ

ଏକସଙ୍ଗେ ୫୦ ହଜାର ହିତାଧିକାରୀଙ୍କୁ ଦେଇହେବ ଲାଭ

ଚଳିତ ବର୍ଷ ଚାଷୀଙ୍କ ପାଇଁ ୯ ହଜାର କୋଟିର ସମବାୟ ଋଣ

Livemint

ଭୁବନେଶ୍ବର: କଲ୍ୟାଣମୂଳକ ଯୋଜନାର ହିତାଧିକାରୀମାନଙ୍କ ଖାତାରେ ସିଧାସଳଖ ଟଙ୍କା ଜମା କରିବା ଲାଗି ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି। ଆଇଏଫ୍‌ଏମ୍‌ଏସ୍‌ ପ୍ଲାଟଫର୍ମ, ଆଇଟି ବିଭାଗର ବ୍ୟବସ୍ଥା ଓ ଇ-କୁବେର ମଧ୍ୟରେ ସମନ୍ବୟ ସ୍ଥାପନ କରି ଏକ ନୂତନ ବ୍ୟବସ୍ଥା ବିକଶିତ କରାଯାଇଛି। ଏଥିରେ ଏକସଙ୍ଗେ ୫୦ ହଜାର ହିତାଧିକାରୀଙ୍କ ଖାତାରେ ସିଧାଳଖ ଟଙ୍କା ଜମା କରାଯାଇପାରିବ। ପୂର୍ବରୁ ପ୍ରଚଳିତ ଥିବା ବ୍ୟବସ୍ଥାରେ କୌଣସି ପ୍ରକାର ସ୍କିମ୍‌ର ହିତାଧିକାରୀଙ୍କୁ ଟଙ୍କା ଦେବା ଲାଗି ପ୍ରଥମେ ଟ୍ରେଜେରିରୁ ଆବଶ୍ୟକ ପରିମାଣର ଟଙ୍କା ଉଠାଯାଉଥିଲା। ସେହି ଟଙ୍କାକୁ ନେଇ ସିଡ୍ୟୁଲଡ୍‌ ବାଣିଜ୍ୟିକ ବ୍ୟାଙ୍କରେ ଜମା କରାଯାଉଥିଲା। ବିଭିନ୍ନ ସ୍ଥାନରୁ ହିତାଧିକାରୀଙ୍କ ଯେଉଁ ତାଲିକା‌ ଆସୁଥିଲା ତାହାକୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦିଆଯାଉଥିଲା। ସେହି ଅନୁସାରେ ବ୍ୟାଙ୍କ ପକ୍ଷରୁ ହିତାଧିକାରୀଙ୍କ ଖାତାରେ ଟଙ୍କା ଜମା ହେଉଥିଲା। ଏହି ପୁରୁଣା ବ୍ୟବସ୍ଥାରେ ଏକସଙ୍ଗେ ସର୍ବାଧିକ ୫୦୦୦ ହିତାଧିକାରୀଙ୍କୁ ପାଣ୍ଠି ହସ୍ତାନ୍ତର କରାଯାଇପାରୁଥିଲା। ଏହି ବ୍ୟବସ୍ଥା ଅନେକ ସମସ୍ୟା ମଧ୍ୟ ରହିଥିଲା। ଯେଉଁ ହିତାଧିକାରୀଙ୍କ ଖାତାକୁ ପାଣ୍ଠି ସ୍ଥାନାନ୍ତର ହୋଇପାରୁନଥିଲା ସେହି ଟଙ୍କା ଅଯଥାରେ ବ୍ୟାଙ୍କ ପାଖରେ ପଡ଼ିରହୁଥିଲା। ନୂତନ ବ୍ୟବସ୍ଥାରେ ଏହି ସମସ୍ୟା ରହିବନି। କାଳିଆ ଯୋଜନା ଭଳି ବଡ଼ ବଡ଼ ଯୋଜନାର ହିତାଧିକାରୀଙ୍କୁ ଏବେ ଶୀଘ୍ର ପାଣ୍ଠି ହସ୍ତାନ୍ତର କରିହେବ। ଟ୍ରେଜେରିରୁ ଟଙ୍କା ଉଠାଇ ବ୍ୟାଙ୍କରେ ଆଉ ଜମା କରିବାକୁ ପଡ଼ିବ ନାହିଁ। ଏହା ସମୟ ମଧ୍ୟ ସଞ୍ଚୟ କରିବ।

ବିଭାଗ ଓ ଏଜେନ୍ସିଗୁଡ଼ିକ ଠାରୁ ଆଇଟି ବ୍ୟବସ୍ଥାରେ ଯେଉଁ ତଥ୍ୟ ଆସିଥିବ ତାହାକୁ ବ୍ୟବହାର କରି ଡିଡିଓ ସ୍ତରରେ ବିଲ୍ ପ୍ରସ୍ତୁତ କରାଯିବ। ତଥ୍ୟ ଆଧାରରେ ବିଲ୍ ଆପେ ସୃଷ୍ଟି ହେବ। ସେହି ବିଲ୍ ସିଧାସଳଖ ଟ୍ରେଜେରିର ଡିଲିଂ କ୍ଲର୍କ (କିରାଣୀ)ଙ୍କ ପାଖକୁ ଚାଲିଯିବ। ଯେଉଁ ହିତାଧିକାରୀଙ୍କ ଖାତାକୁ ପାଣ୍ଠି ହସ୍ତାନ୍ତର ହୋଇପାରିବ ନାହିଁ ତାହାର ତଥ୍ୟ ମଧ୍ୟ ସିଧାସଳଖ ବିଭାଗ ପାଖରେ ପହଞ୍ଚିଯିବ। ଫଳରେ ବିଭାଗଗୁଡ଼ିକ ହିତାଧିକାରୀଙ୍କ ଅନ୍ୟ ଆବଶ୍ୟକ ତଥ୍ୟ ସଂଗ୍ରହ କରି ତାଲିକାସଂଶୋଧନ କରିବେ। ଯଦି ୯୦ ଦିନ ପର୍ଯ୍ୟନ୍ତ ହିତାଧିକାରୀଙ୍କ ଖାତାରେ ଟଙ୍କା ଜମା ହୋଇପାରିବ ନାହିଁ ତେବେ ସେହି ଟଙ୍କା ପୁଣି ଥରେ ଟ୍ରେଜେରିକୁ ଫେରିଯିବ। ଆଇଏମ୍ଏଫ୍‌ଏସ୍‌ରେ ଆବଶ୍ୟକ ପରିବର୍ତ୍ତନ ପରେ ଏହି ନୂତନ ବ୍ୟବସ୍ଥାକୁ ତୁରନ୍ତ ଲାଗୁ କରାଯାଇଛି ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe