୧୨୦୦ କୋଟିରେ ୨୩ ଆପାର୍ଟମେଣ୍ଟ୍‌ କିଣିଲେ ଦମାନି, ସବୁଠୁ ବଡ଼ ରିଅଲ ଇଷ୍ଟେଟ୍‌ ଡିଲ୍‌

Advertisment
୧୨୦୦ କୋଟିରେ ୨୩ ଆପାର୍ଟମେଣ୍ଟ୍‌ କିଣିଲେ ଦମାନି, ସବୁଠୁ ବଡ଼ ରିଅଲ ଇଷ୍ଟେଟ୍‌ ଡିଲ୍‌

ABP News

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆପାର୍ଟମେଣ୍ଟ୍‌ କିଣାକୁ ନେଇ ସର୍ବବୃହତ ଡିଲ୍ ହୋଇଛି। ଦେଶର ଜଣେ ପ୍ରମୁଖ ଧନୀ ତଥା ଡିମାର୍ଟର ପ୍ରତିଷ୍ଠାତା ରାଧାକୃଷ୍ଣ ଦମାନି ଓ ତାଙ୍କ ପରିବାର ସଦସ୍ୟମାନେ ୧୨୦୦ କୋଟି ଟଙ୍କାରୁ ଅଧିକ ଦାମ୍‌ରେ ୨୩ଟି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ୍‌ କିଣିଛନ୍ତି। ପ୍ରତି ଆପାର୍ଟମେଣ୍ଟ୍‌ ୫୦୦୦ ବର୍ଗଫୁଟ୍‌ରେ ତିଆରି କରାଯାଇଥିବା ବେଳେ ଆପାର୍ଟମେଣ୍ଟ୍‌ ପିଛା ଦାମ୍ ୫୦-୬୦ କୋଟି ଟଙ୍କା ରହିଛି। ୱର୍ଲିଠା‌ରେ ଥିବା ଏକ ବିଳାସପୂର୍ଣ୍ଣ ଆବାସିକ ପ୍ରକଳ୍ପରୁ ଘରଗୁଡ଼ିକୁ କିଣାଯାଇଛି।

୨୦୨୧ରେ ରାଧାକୃଷ୍ଣ ଦମାନି ଓ ତାଙ୍କ ଭାଇ ଗୋପିକିସନ ୧୦୦୧ କୋଟି ଟଙ୍କାରେ ଦକ୍ଷିଣ ମୁମ୍ବାଇର ନାରାୟଣ ଡାଭୋଲକର ବଙ୍ଗଳାକୁ କିଣି ଚର୍ଚ୍ଚା ସୃଷ୍ଟି କରିଥିଲେ। ରିଅଲ ଇଷ୍ଟେଟ୍‌ ସମ୍ପତ୍ତିରେ ଦମାନି ବିପୁଳ ନିବେଶ କରିଛନ୍ତି। ୨୦୨୧ରେ ତାଙ୍କ ପତ୍ନୀ ଶ୍ରୀକାନ୍ତଦେବୀ ଅଲିବାଗ୍‌ରେ ୮୦ କୋଟି ଟଙ୍କାରେ ଏକ ସମୁଦ୍ରକୁ ମୁହଁ କରିଥିବା ଘର କିଣିଥିଲେ। ୨୦୧୫ରେ ଦମାନି ୧୩୫ କୋଟି ଟଙ୍କାରେ ରାଡିସନ୍ ବ୍ଲୁ ଆଣ୍ଡ୍‌ ସ୍ପାକୁ କିଣିଥିଲେ। ନିଜ ଗାଁ ଜିରାଡ଼ରେ ତାଙ୍କର ୨୦ ଏକରରୁ ବଡ଼ ଏକ ଫାର୍ମ ହାଉସ୍‌ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe