The Economic Times
କୋଲକାତା: ବଲିଉଡ୍ ସୁପରଷ୍ଟାର୍ ଅକ୍ଷୟ କୁମାରଙ୍କୁ ନେଇ ଡଲାର ଇଣ୍ଡଷ୍ଟ୍ରିଜ୍ ତରଫରୁ ନୂଆ କର୍ପୋରେଟ୍ ବ୍ରାଣ୍ଡ୍ ପରିଚୟ ଅଭିଯାନ ‘ଓୟାର ଦି ଚେଞ୍ଜ୍’ ଆରମ୍ଭ କରାଯାଇଛି। କଂପାନିର ନୂଆ ଲୋଗୋକୁ ପରିଚାଳନା ନିର୍ଦେଶକ ବିନୋଦ କୁମାର ଗୁପ୍ତା ଓ ଅକ୍ଷୟ ଉନ୍ମୋଚନ କରିଛନ୍ତି। ଯୁବପିଢ଼ି ସହିତ ଯୋଡ଼ି ହେବା ଲାଗି କଂପାନି ଏହାର ବ୍ରାଣ୍ଡ୍ ପରିଚୟରେ ଉନ୍ନତି ଆଣିଛି। ବଜାରରେ ଘଟିଥିବା ପରିବର୍ତ୍ତନ ଏବଂ ସେଥିପାଇଁ ଦରକାର ହେଉଥିବା ଅଭିନବ ପଦକ୍ଷେପକୁ ବିଚାରକୁ ନେଇ ଡଲାର ଇଣ୍ଡଷ୍ଟ୍ରିଜ୍ ଏହି ଅଭିଯାନ ପ୍ରସ୍ତୁତ କରିଛି।
ଡଲାର ଇଣ୍ଡଷ୍ଟ୍ରିଜ୍ର ନୂଆ ଲୋଗୋକୁ ଉନ୍ମୋଚନ କରି ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି ଅକ୍ଷୟ କହିଛନ୍ତି। ଏହି ଅବସରରେ ଶ୍ରୀ ଗୁପ୍ତା କହିଛନ୍ତିଯେ ପରିବର୍ତ୍ତିତ ଧାରା ଏବଂ ଗ୍ରାହକଙ୍କ ଆବଶ୍ୟକତା ଅନୁସାରେ ପରିବର୍ତନ ଆଣଇବା ଲାଗି ନିରନ୍ତର ଉଦ୍ୟମ ଜାରି ରଖିବାର ଆମର ଯେଉଁ ବ୍ୟବସାୟ ମୂଲ୍ୟବୋଧ ରହିଛି ତାହା ଆଧାରରେ ନୂତନ ବ୍ରାଣ୍ଡ୍ ପରିଚୟ ସୃଷ୍ଟି କରାଯାଇଛି। କଂପାନି ପକ୍ଷରୁ ଇ-କମର୍ସ ପ୍ଲାଟଫର୍ମ ପାଇଁ ନୂଆ ୱେବସାଇଟ୍ ବିକଶିତ କରାଯାଇଛି। କଂପାନିର କାର୍ଯ୍ୟକଳାପ ଏବଂ ଉତ୍ପାଦ ବିଷୟରେ ଗ୍ରାହକ ଏବଂ ଅଂଶୀଦାରମାନଙ୍କୁ ଅବଗତ କରିବା ଲାଗି ସୋସିଆଲ ମିଡିଆ ଯୋଗାଯୋଗକୁ ବ୍ୟାପକ କରାଯାଇଛି।
Follow Us