ଆସିବ ନୂଆ ସିରିଜ୍ କଏନ୍‌

ଆସିବ ନୂଆ ସିରିଜ୍ କଏନ୍‌

The Hindu BusinessLine

ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରଣାଳୟର ଆଜାଦୀ କା ଅମୃତ ମହୋତ୍ସବ (ଏକେଏଏମ୍‌) ପାଳନର ଅଂଶ ସ୍ବରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସ୍ବତନ୍ତ୍ର ସିରିଜ୍‌ର କଏନ ଜାରି କରିବେ। ୧, ୨, ୫, ୧୦ ଓ ୨୦ ଟଙ୍କିଆ କଏନ୍ ଜାରି କରାଯିବ ଯେଉଁଥିରେ ଏକେଏଏମ୍ ଲୋଗୋ ରହିବ। ଦୃଷ୍ଟିହୀନମାନେ ତାହାକୁ ଅତି ସହଜରେ ଚିହ୍ନିପାରିବେ। ଜୁନ୍ ୬ରୁ ୧୧ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ଏହି ସପ୍ତାହରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କ୍ରେଡିଟ୍ ଲିଙ୍କଡ୍ ସରକାରୀ ସ୍କିମ୍‌ଗୁଡ଼ିକ ଲାଗି ଜନ ସମର୍ଥ ପେଟ୍ରୋଲ୍‌କୁ ଉନ୍ମୋଚନ କରିବେ। ସରକାରୀ କ୍ରେଡିଟ୍ ସ୍କିମ୍‌ଗୁଡ଼ିକ ଲାଗି ଏହା ଏକକ ପ୍ଲାଟଫର୍ମରେ ପରିଣତ ହେବ। ଏହା ସିଧାସଳଖ ହିତାଧିକାରୀମାନଙ୍କୁ ଆର୍ଥିକ ସଂସ୍ଥା ସହ ଯୋଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe