ମୋବାଇଲ୍‌ ଗ୍ରାହକ ସଂଖ୍ୟା ୪୩,୯୩୪ ବଢ଼ିଲା

Advertisment
ଦେଶରେ ୫୮୧ ଆପ୍ ନିଷିଦ୍ଧ: ୧୭୪ଟି ବେଟିଂ, ୮୭ ଋଣ ଆପ୍

Don’t spend more than 30 minutes on social media

ଭୁବନେଶ୍ବର: ଚଳିତ ବର୍ଷ ଏପ୍ରିଲ୍ ମାସରେ ରାଜ୍ୟରେ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୪୩,୯୩୪ ବୃଦ୍ଧି ହୋଇଛି। ଫଳରେ ଓଡ଼ିଶାର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୨୫ ଲକ୍ଷ, ୭୩ ଲକ୍ଷ ୪୨୭କୁ ବୃଦ୍ଧି ପାଇଛି ବୋଲି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ରିପୋର୍ଟରୁ ଜଣାପଡ଼ିଛି। ଏପ୍ରିଲ୍‌ରେ ବିଏସ୍‌ଏନ୍‌ଏଲ୍‌ ରାଜ୍ୟରେ ୧୭,୬୨୬ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ରିଲାଏନ୍ସ ଜିଓ ସର୍ବାଧିକ ୭୦,୭୭୨ ନୂଆ ଗ୍ରାହକ ହାସଲ କରିଛି। ଏହି ମାସରେ ଏୟାରଟେଲ୍‌ ୨,୩୪୧ ଓ ଭୋଡାଫୋନ୍ ୪୨,୧୦୫ ଜଣ ମୋବାଇଲ୍‌ ଗ୍ରାହକଙ୍କୁ ହରାଇଛନ୍ତି। ଏପ୍ରିଲ୍ ଶେଷ ସୁଦ୍ଧା ଓଡ଼ିଶାରେ ଏୟାରଟେଲର ଗ୍ରାହକ ସଂଖ୍ୟା ୧ କୋଟି ୧୦ ଲକ୍ଷ ୬୭ ହଜାର ୪୭୨ ଥିବା ବେ‌ଳେ ଭୋଡାଫୋନ୍ ଆଇଡିଆର ୧୭ ଲକ୍ଷ ୮୭ ହଜାର ୮୩୯, ବିଏସ୍‌ଏନ୍‌ଏଲ୍‌ର ୬୨ ଲକ୍ଷ ୮୦ ହଜାର ୫୧୩ ଓ ରିଲାଏନ୍ସ ଜିଓର ୧ କୋଟି ୩୪ ଲକ୍ଷ ୩୭ ହଜାର ୫୬୭ ଜଣ ମୋବାଇଲ୍ ଗ୍ରାହକ ରହିଛନ୍ତି। ଓଡ଼ିଶାରେ ଟେଲି ସାନ୍ଧ୍ରତା ୭୫% ତଳକୁ ହ୍ରାସ ପାଇଛି। ଅର୍ଥାତ ରାଜ୍ୟରେ ପ୍ରତି ୧୦୦ରୁ ୨୫ ଜଣଙ୍କ ପାଖରେ ମୋବାଇଲ୍‌ ସଂଯୋଗ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe