ସେୟାର ବଜାର ନିବେଶକ ସଂଖ୍ୟା ୪ କୋଟି ବୃଦ୍ଧି

Advertisment
ସେୟାର ବଜାର ନିବେଶକ ସଂଖ୍ୟା ୪ କୋଟି ବୃଦ୍ଧି

ମୁମ୍ବାଇ: ଦେଶର ସେୟାର ବଜାରରେ ଖୁଚୁରା ନିବେଶକମାନେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି। ଗତବର୍ଷ ଖୁଚୁରା ନିବେଶକ ସଂଖ୍ୟା (ଡିମାଟ୍‌ ଆକାଉଣ୍ଟ୍) ୪.୦୩ କୋଟି (୩୧.୨୩ %) ବୃଦ୍ଧି ଘଟିଛି। ଏଥିରେ ୧.୨୮ କୋଟି ନିବେଶକ (୩୨.୧୬%) ନୂଆ ନିବେଶକ ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରୁ ଆସିଛନ୍ତି। ଆର୍ଥିକ ରୂପେ ପଛୁଆ ବା ‘ବିମାରୁ’ ରାଜ୍ୟ ଭାବେ ଏମାନେ ଜଣାଶୁଣା। ଅନ୍ୟପକ୍ଷରେ ଉନ୍ନତ ରାଜ୍ୟ ତାମିଲନାଡ଼ୁ, କର୍ଣ୍ଣାଟକ, କେରଳ, ତେଲେଙ୍ଗାନାରେ କେବଳ ୫୨.୧୦ ଲକ୍ଷ (୧୨.୯୨%) ନୂଆ ନିବେଶକ ଯୋଡ଼ି ହୋଇଛନ୍ତି।

ଉତ୍ତରପ୍ରଦେଶରେ ମୋଟ ନିବେଶକଙ୍କ ସଂଖ୍ୟା ବୃଦ୍ଧି ପାଇ ୧.୮୧ କୋଟିରେ ପହଞ୍ଚିଛି। ବର୍ତ୍ତମାନ ଗୁଜରାଟକୁ ପଛରେ ପକାଇ ମହାରାଷ୍ଟ୍ର ପରେ ଦ୍ବିତୀୟ ବଡ ସେୟାର ବଜାର ନିବେଶକ ଥିବା ରାଜ୍ୟରେ ଉତ୍ତର ପ୍ରଦେଶ ପରିଣତ ହୋଇଛି। ମହାରାଷ୍ଟ୍ରରେ ୩.୧୯ କୋଟି ଏବଂ ଗୁଜରାଟରେ ୧.୬୦ କୋଟି ସେୟାର ବଜାର ନିବେଶକ ରହିଛନ୍ତି। ଗତ ୩ ବର୍ଷରେ ଡିମାଟ୍‌ ଆକାଉଣ୍ଟ ସଂଖ୍ୟା ବୃଦ୍ଧି ପାଇ ୩ ଗୁଣା ହୋଇଛି। ୨୦୨୧ରେ ଏହି ସଂଖ୍ୟା ୫.୪୪ କୋଟି ଥିଲା। ବର୍ତ୍ତମାନ ଏହା ୧୬.୯୬ କୋଟିରେ ପହଞ୍ଚିଛି।
ଗତବର୍ଷକ ମଧ୍ୟରେ ସେୟାର ବଜାରରେ ୨୦ ପ୍ରତିଶତ ବୃଦ୍ଧି ଦେଖାଦେଇଛି। ୨୦୨୩ ଏପ୍ରିଲ ୨୮ରେ ସେନସେକ୍ସ ୬୧,୧୧୨ ପଏଣ୍ଟ ଥିବାବେଳେ ଯାହା ଏବେ ୭୩,୭୩୦ ପଏଣ୍ଟରେ ରହିଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ଆଗାମୀ ଦିନରେ ଏହି ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe