The Economic Times
ନୂଆଦିଲ୍ଲୀ: ଚଳିତ ବର୍ଷ ସାରା ବିଶ୍ବରେ ବେକାର ଲୋକଙ୍କ ସଂଖ୍ୟା ୨୦ .୭ କୋଟିରୁ ଅଧିକ ହେବ ବୋଲି ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍ଓ) ଆକଳନ କରିଛି। ୨୦୧୯ ତୁଳନାରେ ବେକାରଙ୍କ ସଂଖ୍ୟାରେ ୨.୧ କୋଟି ବୃଦ୍ଧି ଘଟିବ। ମହାମାରୀ ପୂର୍ବ ସମୟ ତୁଳନାରେ କାର୍ଯ୍ୟ ସମୟରେ ୨% ହ୍ରାସ ହେବ ଯାହା ୫.୨ କୋଟି ପୂର୍ଣ୍ଣକାଳୀନ ନିଯୁକ୍ତି ସହ ସମାନ। କରୋନା ମହାମାରୀର ପ୍ରତିଟି ଲହର ଏକ ଧକ୍କା ସଦୃଶ। କିଛି ଭଲ କାମ ଆଗକୁ ବଢ଼ୁଥିବା ବେଳେ ମହାମାରୀ ଏକ ନୂଆ ଲହର ଆସୁଛି। ଫଳରେ ସୁଧାର ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି। ନିଯୁକ୍ତି ଉପରେ ତାହାର ଗଭୀର ପ୍ରଭାବ ରହୁଛି। ମହାମାରୀ ବ୍ୟାପିବା ପରଠାରୁ ଧନୀ ଦେଶଗୁଡ଼ିକ ତୁଳନାରେ ନିମ୍ନ ଓ ମଧ୍ୟମ ଆୟ ବର୍ଗର ଦେଶଗୁଡ଼ିକରେ ନିଯୁକ୍ତିରେ ହେଉଥିବା ବୃଦ୍ଧି ଅତି ନଗଣ୍ୟ ସ୍ତରରେ ରହିଛି। ବିକଶିତ ଦେଶଗୁଡ଼ିକରେ ଏହି ସ୍ଥିତି ଆହୁରି ଉତ୍କଟ ସ୍ତରରେ ରହିଥିବା ଆଇଏଲ୍ଓ କହିଛି।
Follow Us