ପାନ୍‌-ଆଧାର ଲିଙ୍କ୍ ଅବଧି ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ିଲା: ୨୦୨୨ ଏପ୍ରିଲ ୧ରୁ ଲାଗିବ ଜରିମାନା

Advertisment
୩୧ ସୁଦ୍ଧା ପାନ୍‌-ଆଧାର ଲିଙ୍କ୍‌ କର: ସେବି

Digit Insurance

ନୂଆଦିଲ୍ଲୀ: ପାନ୍ ସହ ଆଧାର ଲିଙ୍କ୍‌ କରିବାର ସମୟ ସୀମାକୁ ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ସ୍ପଷ୍ଟ କରିଛନ୍ତି ଯେ ଏହା ପରେ ଯେଉଁ ପାନ୍‌ ସହ ଆଧାର ଲିଙ୍କ୍‌ ହୋଇନଥିବ ତାହା ନିସ୍କ୍ରିୟ ହୋଇଯିବ। ତେବେ ୨୦୨୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ସେବା ମାଗଣା ରହିବ। ଏହା ପରେ ଯେଉଁମାନେ ପାନ୍‌ ସହ ଆଧାର ଲିଙ୍କ୍ କରିବେ ସେମାନଙ୍କୁ ୫୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡ଼ିବ। ୨୦୨୨ ଏପ୍ରିଲ୍‌ ୧ ପରେ ଯେଉଁମାନେ ପାନ୍ ସହ ଆଧାର ଲିଙ୍କ କରିବେ ସେମାନଙ୍କୁ ୫୦୦ ଟଙ୍କା ଜରିମାନା ଗଣିବାକୁ ହେବ। ଯେଉଁମାନେ ୨୦୨୨ ଜୁନ୍ ୩୦ରେ ଏହି କାମ କରିବେ ସେମାନଙ୍କୁ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ୨୦୨୩ ମାର୍ଚ୍ଚ ୩୧ ପରେ ଆଧାର ସହ ଲିଙ୍କ୍ ହୋଇନଥିବା ପାନ୍‌ଗୁଡ଼ିକୁ ନିସ୍କ୍ରିୟ କରାଯିବ। ତେଣୁ ବହୁ କାର୍ଯ୍ୟରେ ସେହି ଅଚଳ ପାନ୍‌କୁ ବ୍ୟବହାର କରାଯାଇପାରିବ ନାହିଁ। ବର୍ତ୍ତମାନ ସୁଦ୍ଧା ୪୩.୪୪ କୋଟି ପାନ୍‌କୁ ଆଧାର ସହ ଲିଙ୍କ୍ କରାଯାଇସାରିଲାଣି। ଦେଶରେ ୧୩୧ କୋଟି ପାନ୍ କାର୍ଡ ଜାରି କରାଯାଇଛି। ଆଧାର କାର୍ଡ ସହ ପାନ୍ ଲିଙ୍କ୍ ହେବା ପରେ ବହୁ ନକଲି ପାନ୍ ଅଚଳ ହୋଇଯିବ। ଏହା ବ୍ୟତୀତ ପାନ୍‌କୁ ବ୍ୟବହାର କରି ହେଉଥିବା ଚୋରିକୁ ମଧ୍ୟ ରୋକାଯାଇପାରିବ। ବ୍ୟାଙ୍କ ଖାତା ଖୋଲିବା ଠାରୁ ଆରମ୍ଭ କରି ସମ୍ପତ୍ତି କିଣିବା, ଆୟକର ରିଟର୍ଣ୍ଣ ଦାଖଲ କରିବା ଆଦି କାମରେ ପାନ୍‌କୁ ବ୍ୟବହାର କରାଯାଉଛି। ଯେଉଁ ଟିକସଦାତାମାନେ ପାନ୍ ସହ ଆଧାରକୁ ଲିଙ୍କ୍ କରିନାହାନ୍ତି ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe