ତକିଆ ମୂଲ୍ୟ ୪୫ ଲକ୍ଷ ଟଙ୍କା: ସୁନା, ହୀରା ଖଚିତ

Advertisment

ଇଜିପ୍ଟ କପା, ନେଦରଲ୍ୟାଣ୍ଡ୍‌ ଫୋମ୍‌ରେ ତିଆରି

ଇଜିପ୍ଟ କପା, ନେଦରଲ୍ୟାଣ୍ଡ୍‌ ଫୋମ୍‌ରେ ତିଆରି

ତକିଆ ମୂଲ୍ୟ ୪୫ ଲକ୍ଷ ଟଙ୍କା: ସୁନା, ହୀରା ଖଚିତ

News18

ନୂଆଦିଲ୍ଲୀ: ନେଦରଲ୍ୟାଣ୍ଡ୍‌ର ଜଣେ ସର୍ଭିକାଲ୍ ‌ସ୍ପେସାଲିଷ୍ଟ ତଥା ଡିଜାଇନର ଦିସ୍ ଭାନ୍‌ ଡେର୍‌ ହିଲ୍‌ଷ୍ଟ ବିଶ୍ବର ସବୁଠୁ ଦାମୀ ତକିଆ ବିକଶିତ କରିଛନ୍ତି। ତାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ହେଉଛି ୪୫ ଲକ୍ଷ ଟଙ୍କା। ତାହାକୁ ବିଶ୍ବର ସବୁଠୁ ଦାମୀ ତକିଆ କୁହାଯାଉଛି। ଏହି ତକିଆରେ ଇଜିପ୍ଟର କପା, ମଲ୍‌ବରି ସିଲ୍କ ଓ ଅଣ ବିଷାକ୍ତ ନେଦରଲ୍ୟାଣ୍ଡ୍‌ ମେମୋରି ଫୋମ୍‌ ବ୍ୟବହାର କରାଯାଇଛି। ଏହି ସ୍ବତନ୍ତ୍ର ତକିଆକୁ ବିକଶିତ କରିବା ଲାଗି ହିଲ୍‌ଷ୍ଟଙ୍କୁ ୧୫ ବର୍ଷ ସମୟ ଲାଗିଥିଲା। ତକିଆ ୨୪ କ୍ୟାରେଟ୍ ସୁନା, ହୀରା ଓ ସାଫାୟାର ମଧ୍ୟ ବ୍ୟବହାର କରାଯାଇଛି। ରୋବୋଟିକ୍ ମିଲିଂ ମେସିନରେ ପ୍ରସ୍ତୁତ କରାଯାଇଥିବା କପାକୁ ଏହି ତକିଆରେ ବ୍ୟବହାର କରାଯାଇଛି। ନିଦ୍ରାହୀନତା ସମସ୍ୟା ଦେଇ ଗତି କରୁଥିବା ଲୋକମାନଙ୍କ ଏହି ତକିଆ ବିଶେଷ ସହାୟକ ହେବ ବୋଲି ଶ୍ରୀ ହିଲ୍‌ଷ୍ଟ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe