୩-୪ ମାସରେ ପ୍ଲାଷ୍ଟିକ ଫର୍ଣ୍ଣିଚର ବ୍ୟବସାୟ ପୁଣି ଚମକିବ: କୌଲ

୩-୪ ମାସରେ ପ୍ଲାଷ୍ଟିକ ଫର୍ଣ୍ଣିଚର ବ୍ୟବସାୟ ପୁଣି ଚମକିବ: କୌଲ

ସୁପ୍ରିମ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ (ଫର୍ଣ୍ଣିଚର ଡିଭିଜନ)ର ବରିଷ୍ଠ ସାଧାରଣ ପରିଚାଳକ ମୁକେଶ କୁମାର କୌଲ କଂପାନିର ବର୍ତ୍ତମାନ ଏବଂ ଭବିଷ୍ୟତ ଯୋଜନା ସମ୍ପର୍କରେ କରିଥିବା ଆଲୋଚନାକୁ ଏଠାରେ ଉପସ୍ଥାପନ କରାଯାଇଛି:

ପ୍ଲାଷ୍ଟିକ ଶିଳ୍ପର ଭବିଷ୍ୟତକୁ ଆପଣ କିପରି ଦେଖୁଛନ୍ତି?
ପାଶ୍ଚାତ୍ୟ ଦେଶ ତୁଳନାରେ ଭାରତରେ ମୁଣ୍ଡପିଛା ପ୍ଲାଷ୍ଟିକ ବ୍ୟବହାର କମ୍ ରହିଛି। ତେଣୁ ଭାରତରେ ପ୍ଲାଷ୍ଟିକ କମ୍ପାନି ଗୁଡ଼ିକର ପ୍ରଦର୍ଶନ ଭଲ ରହିଛି। ବିଶେଷକରି ଉତ୍ତମ କ୍ବାଲିଟିର ବ୍ୟବହାର ଉପଯୋଗୀ ଏବଂ ଘରେ ବ୍ୟବହୃତ ଉତ୍ପାଦ ଯେଉଁମାନେ ପ୍ରସ୍ତୁତ କରୁଛନ୍ତି ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି।

publive-image
ମହାମାରୀରେ ପ୍ଲାଷ୍ଟିକ ଶିଳ୍ପ କିଭଳି ପ୍ରଭାବିତ ହୋଇଥିଲା ଏବଂ ବର୍ତ୍ତମାନର ସ୍ଥିତି କ’ଣ?
ମହାମାରୀ କାରଣରୁ ପ୍ଲାଷ୍ଟିକ ବ୍ୟବସାୟର ବେଗ ୩୦ରୁ ୪୦ ପ୍ରତିଶତ ମନ୍ଥର ହୋଇଯାଇଥିଲା। କାରଣ ୩ରୁ ୪ ମାସ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିଲା। କିନ୍ତୁ ଏବେ ପୁଣି ବ୍ୟବସାୟ ତ୍ବରାନ୍ବିତ ହୋଇଛି। ସବୁକିଛି ଠିକ୍‌ ରହିଲେ ଆସନ୍ତା ୩ରୁ ୪ ମାସ ମଧ୍ୟରେ ବ୍ୟବସାୟ ପୁଣି ଟପ୍‌ ଗିୟରକୁ ଫେରି ଚମକିବ।
ଗ୍ରାହକଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଛି? ଏ ନେଇ ଆପଣଙ୍କ ଅନୁଭବ କ’ଣ ରହିଛି?
ଗ୍ରାହକଙ୍କ ଜୀବନଶୈଳୀରେ ନିଶ୍ଚିତ ଭାବରେ ପରିବର୍ତ୍ତନ ଆସିଛି। ଲୋକଙ୍କ ଜୀବନଶୈଳୀ ବଦଳି ଯାଇଛି। ପରି‌ବାରରେ ପୂର୍ବରୁ ଜଣେ ଲୋକ ରୋଜଗାର କରୁଥିବାବେଳେ ଏବେ ଏକାଧିକ ସଦସ୍ୟ ରୋଜଗାର କରୁଛନ୍ତି। ତେଣୁ ‌ଗ୍ରାହକ ନିମ୍ନମାନର ଉତ୍ପାଦ ପରିବର୍ତ୍ତେ ପ୍ରିମିୟମ ଉତ୍ପାଦ କିଣିବାକୁ ପସନ୍ଦ କରୁଛନ୍ତି।
ଓଡ଼ିଶା ଏବଂ ଦେଶରେ ପ୍ଲାଷ୍ଟିକ ବ୍ୟବସାୟ ଭବିଷ୍ୟତକୁ ନେଇ କ’ଣ ଦେଖୁଛନ୍ତି?
ଓଡ଼ିଶାରେ ପ୍ଲାଷ୍ଟିକ ଫର୍ଣ୍ଣିଚର ବ୍ୟବସାୟରେ ଅନେକ ସମ୍ଭାବନା ରହିଛି। ସୁପ୍ରିମ ଇଣ୍ଡଷ୍ଟ୍ରିଜ୍ ମଧ୍ୟ ଏହାକୁ ଦେଖି କଟକ ଖୁଣ୍ଟୁଣିରେ କାରଖାନା ସ୍ଥାପନ କରିବାକୁ ଯାଉଛି। ଏଠାରେ ପ୍ରଥମେ ପାଇପ ନିର୍ମାଣ ହେବ। ତାହା ପରେ ଫର୍ଣ୍ଣିଚର ଉତ୍ପାଦନ କରିବାର ସମ୍ଭାବନା ରହିଛି। ଦେଶରେ ପ୍ରତିବର୍ଷ କମ୍ପାନି ପ୍ରିମିୟମ ବର୍ଗରେ ୮ରୁ ୧୦ଟି ନୂଆ ଉତ୍ପାଦ ଆଣୁଛି। ମୋଲଡେଡ୍‌ ଫର୍ଣ୍ଣିଚରର ଭବିଷ୍ୟତକୁ ‌ନେଇ ଆମେ ବହୁତ ଆଶାବାଦୀ ରହିଛୁ।
ଦେଶର ଅନ୍ୟାନ୍ୟ ବଜାର ତୁଳନାରେ ଓଡ଼ିଶା ବଜାରକୁ ଆପଣ କେମିତି ଦେଖୁଛନ୍ତି?
ପୂର୍ବ ଭାରତରେ ସୁପ୍ରିମ ଇଣ୍ଡଷ୍ଟ୍ରିଜ ନିଃସନ୍ଦେହରେ ୧ ନମ୍ବର। ପ୍ରତିବର୍ଷ ଆମେ ୧୨ରୁ ୧୫ ପ୍ରତିଶତ ଅଭିବୃଦ୍ଧି ହାସଲ ଆଶା ରଖିଛୁ। ଓଡ଼ିଶାର ଗ୍ରାହକଙ୍କ ମଧ୍ୟରେ ଆମ ଉତ୍ପାଦ ଆଦୃତି ହାସଲ କରିଛି। ୬୦ ପ୍ରତିଶତ ଗ୍ରାହକ କ୍ବାଲିଟି ଚେୟାର ଚାହାନ୍ତି। ତେଣୁ ଓଡ଼ିଶାର ଗ୍ରାହକଙ୍କ ନିକଟରେ ଆମେ କୃତଜ୍ଞ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe