ନୂଆଦିଲ୍ଲୀ: ୧୦ ଟଙ୍କା ଥିବା ରେଳବାଇ ପ୍ଲାଟ୍ଫର୍ମ ଟିକେଟ୍ ଶୁକ୍ରବାର ଦିନ ୩୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ନେଇ ଭାରତୀୟ ରେଳ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ପ୍ରତି ଏହି ଦର ବୃଦ୍ଧି ଦିଲ୍ଲୀ ଜୋନ୍ ପାଇଁ ଲାଗୁ କରାଯାଇଛି। ରେଳବାଇ କହିବା ଅନୁସାରେ, ଷ୍ଟେସନ୍ଗୁଡ଼ିକରେ ହେଉଥିବା ମାତ୍ରାଧିକ ଜନଗହଳି ରୋକିବା ନିମନ୍ତେ ପ୍ଲାଟ୍ଫର୍ମ ଟିକେଟ୍ ଦର ବୃଦ୍ଧି କରାଯାଇଛି।
Image Courtesy of India Todayଅନ୍ୟ ପକ୍ଷରେ, ପୂର୍ବତଟ ରେଳପଥର ଜନସମ୍ପର୍କ ଅଧିକାରୀ କହିଛନ୍ତି ଯେ, କରୋନାଭୂତାଣୁ ସଂକ୍ରମଣଜନିତ କଟକଣା ସମୟରୁ ପୂର୍ବତଟ ରେଳବାଇ ଅଧୀନରେ ଥିବା ସମସ୍ତ ଷ୍ଟେସନ୍ରେ ପ୍ଲାଟ୍ଫର୍ମ ଟିକେଟ୍ ବିକ୍ରି ବନ୍ଦ ରହିଛି। ଭୁବନେଶ୍ୱର ସମେତ ଏହି ସବୁ ଷ୍ଟେସନ୍ଗୁଡ଼ିକୁ ଯାତ୍ରୀମାନଙ୍କ ବ୍ୟତୀତ ଅନ୍ୟ ବ୍ୟକ୍ତିବିଶେଷଙ୍କ ପ୍ରବେଶ ନିଷେଧ କରାଯାଇଛି। ପରିସ୍ଥିତିକୁ ଦେଖି ବିଭିନ୍ନ ଜୋନ୍ ପ୍ଲାଟ୍ଫର୍ମ ଟିକେଟ୍ ଦର ବଢ଼ାଇ ପାରିବେ।
Image Courtesy of Hindustan Timesଷ୍ଟେସନ୍ଗୁଡ଼ିକରେ ହେଉଥିବା ଜନଗହଳି ପରିଚାଳନା କରିବା ଓ ନିୟନ୍ତ୍ରଣ କରିବା ‘ଡିଭିଜ୍ନାଲ୍ ରେଲ୍େଓ୍ଵ ମ୍ୟାନେଜର୍’ମାନଙ୍କର ଦାୟିତ୍ୱ ବୋଲି ଏହି ବିଜ୍ଞପ୍ତିରେ ପ୍ରକାଶ ପାଇଛି।
କ୍ଷେତ୍ରବିଶେଷର ସମୀକ୍ଷା କରାଯାଇ ଅଧିକ ଲୋକଙ୍କୁ ରେଳ ଷ୍ଟେସନ୍କୁ ଆସିବାରୁ ନିବୃତ୍ତ କରିବା ଲାଗି ବେଳେ ବେଳେ ପ୍ଲାଟ୍ଫର୍ମ ଟିକେଟ୍ ଦର ବୃଦ୍ଧି କରାଯାଇଥାଏ। କିନ୍ତୁ, ପରିସ୍ଥିତିକୁ ଚାହିଁ ଏହି ଦର ପରିବର୍ତ୍ତନ କରିବା ନିମନ୍ତେ ‘ଡିଆର୍ଏମ୍’ଙ୍କୁ କ୍ଷମତା ଦିଆଯାଇଥିବା କଥା ମଧ୍ୟ ଏହି ବିଜ୍ଞପ୍ତିରେ ଉଲ୍ଲେଖ ଅଛି।
Follow Us