ଦୁଇ ସରକାରୀ ବୀମା ଯୋଜନାର ପ୍ରିମିୟମ୍ ବଢ଼ିଲା

Advertisment
ପଡ଼ିରହିଛି ୧୦.୪୮ ଲକ୍ଷ ଦୁର୍ଘଟଣା ବୀମା ଦାବି

Asianet News Telugu

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମ୍‌ଜେଜେବିୱାଇ) ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମ୍‌ଏସ୍‌ବିୱାଇ)ର ପ୍ରିମିୟମ୍‌ ବଢ଼ାଇଛନ୍ତି। ଜୀବନ ଜ୍ୟୋତି ବୀମା ଯୋଜନାର ପ୍ରିମିୟମ୍‌କୁ ୩୩୦ ଟଙ୍କାରୁ ୪୩୬ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ସୁରକ୍ଷା ବୀମା ଯୋଜନାର ପ୍ରିମିୟମ୍‌କୁ ୧୨ ଟଙ୍କାରୁ ବଢ଼ାଇ ୨୦ ଟଙ୍କା କରାଯାଇଛି। ଜୁନ୍‌ ୧ରୁ ନୂତନ ପ୍ରିମିୟମ୍ ଲାଗୁ ହେବ।

publive-image

୨୦୧୫ରେ ଏହି ଦୁଇ ବୀମା ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା। ୭ ବର୍ଷ ପରେ ପ୍ରଥମ ଥର ପାଇଁ ଦୁଇ ଯୋଜନାର ପ୍ରିମିୟମ ବୃଦ୍ଧି କରାଯାଇଛି। ଜୀବନ ଜ୍ୟୋତି ବୀମା ଯୋଜନାରେ ୬.୪ କୋଟି ଓ ସୁରକ୍ଷା ବୀମା ଯୋଜନାରେ ୨୨ କୋଟି ଲୋକ ପଞ୍ଜୀକୃତ ହୋଇଛନ୍ତି। ସୁରକ୍ଷା ବୀମା ଯୋଜନାରେ ଗ୍ରାହକମାନଙ୍କଠାରୁ ପ୍ରିମିୟମ୍ ବାବଦରେ ୧,୧୩୪ କୋଟି ଟଙ୍କା ସଂଗ୍ରହ କରାଯାଇଥିବା ବେଳେ ୨,୫୧୩ କୋଟି ଟଙ୍କାର ଦାବି ସମାଧାନ କରାଯାଇଛି। ଜୀବନଜ୍ୟୋତି ବୀମା ଯୋଜନାରେ ୯,୭୩୭ କୋଟି ଟଙ୍କାର ପ୍ରିମିୟମ୍ ସଂଗ୍ରହ କରାଯାଇଥିବା ବେଳେ ୧୪,୧୪୪ କୋଟି ଟଙ୍କାର ଦାବି ସମାଧାନ କରାଯାଇଛି। ପ୍ରିମିୟମ୍ ତୁଳନାରେ ଦାବି ଅଧିକ ରହୁଥିବା ବିଷୟ ବିଚାରକୁ ନେଇ ଦୁଇ ଯୋଜନାର ପ୍ରିମିୟମ୍ ବଢ଼ାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ପାଞ୍ଚ ବର୍ଷରେ ଜୀବନଜ୍ୟୋତି ବୀମା ଯୋଜନାର ଗ୍ରାହକ ସଂଖ୍ୟାକୁ ୨୨ କୋଟି ଓ ସୁରକ୍ଷା ବୀମା ଯୋଜନା ଗ୍ରାହକ ସଂଖ୍ୟାକୁ ୩୭ କୋଟିରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe