ବିଟ୍‌କଏନ୍ ଦାମ୍ ୭୫ ହଜାର ଡଲାର ଟପିଲା

ଆମେରିକାକୁ ବିଶ୍ବର କ୍ରିଫ୍ଟୋକରେନ୍ସି ରାଜଧାନୀରେ ପରିଣତ କରିବାକୁ ପ୍ରତିଶ୍ରୁତି ଦେଇଥିବା ଡୋନାଲ୍ଡ ଟ୍ରମ୍ପ୍‌ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ବିଟ୍‌କଏନ୍ ମୂଲ୍ୟରେ ବୃଦ୍ଧି ଘଟି ୭୫ ହଜାର ଡଲାରରୁ ଅଧିକ ହୋଇଛି।

ରହସ୍ୟରେ ବିଟ୍‌କଏନ୍‌ ସ୍ରଷ୍ଟା ! ସତୋଶି ନାକାମୋତୋ କିଏ? ଏକାଧିକ ଦାବିଦାର, ମାନିବାକୁ କେହି ରାଜିନାହାନ୍ତି

ନୂଆଦିଲ୍ଲୀ: ଆମେରିକାକୁ ବିଶ୍ବର କ୍ରିଫ୍ଟୋକରେନ୍ସି ରାଜଧାନୀରେ ପରିଣତ କରିବାକୁ ପ୍ରତିଶ୍ରୁତି ଦେଇଥିବା ଡୋନାଲ୍ଡ ଟ୍ରମ୍ପ୍‌ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ବିଟ୍‌କଏନ୍ ମୂଲ୍ୟରେ ବୃଦ୍ଧି ଘଟି ୭୫ ହଜାର ଡଲାରରୁ ଅଧିକ ହୋଇଛି। ବିଶ୍ବର ଦ୍ବିତୀୟ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ଏଥର୍‌ ମୂଲ୍ୟରେ ମଧ୍ୟ ୮ ପ୍ରତିଶତ ବୃଦ୍ଧି ହୋଇଛି। ପୂର୍ବରୁ କ୍ରିଫ୍ଟୋକୁ ବିରୋଧ କରୁଥିବା ଟ୍ରମ୍ପ୍ ନିଜର ନିର୍ବାଚନୀ ପ୍ରଚାର ଆରମ୍ଭ କରିବା ପୂର୍ବରୁ ରଣନୀତି ବଦଳାଇ ଦେଇଥିଲେ। କ୍ରିଫ୍ଟୋକୁ ସେ ବ୍ୟାପକ ସମର୍ଥନ କରିବା ସହ ନିର୍ବାଚନ ପାଇଁ ଦାନ ରାଶିକୁ କ୍ରିପ୍ଟୋରେ ଗ୍ରହଣ କରିଥିଲେ। ଗତ ଜୁଲାଇରେ ହୋଇଥିବା କ୍ରିଫ୍ଟୋ ସମ୍ମିଳନୀ‌‌ରେ ସେ ପ୍ରଶଂସକଙ୍କୁ ସମ୍ବୋଧିତ କରିଥିଲେ। କ୍ରିପ୍ଟୋକରେନ୍ସିରେ କାରବାର ଲାଗି ସେ ପରିବାର ସଦସ୍ୟମାନଙ୍କ ସହ ମିଶି ‘ୱାର୍ଲଡ୍ ଲିବର୍ଟି ଫାଇନାନ୍ସିଆଲ୍‌’ ଆରମ୍ଭ କରିଥିଲେ। 

ଆମେରିକାରେ ବିଟ୍‌କଏନ୍ ଟ୍ରେଡେଡ୍‌ ଫଣ୍ଡ୍‌ ଆରମ୍ଭ ହେବା ପରଠାରୁ ସେଥିରେ ନିବେଶ ବୃଦ୍ଧି ପାଉଛି। ସେଥିପାଇଁ ଚଳିତ ବର୍ଷ ବିଟ୍‌କଏନ୍ ଦାମ୍‌ରେ ୭୭ ପ୍ରତିଶତ ବୃଦ୍ଧି ‌ହୋଇଛି। ଟ୍ରମ୍ପ୍ ଆମେରିକାର ରାଷ୍ଟ୍ରପତି ଭାବେ ପ୍ରତ୍ୟାବର୍ତ୍ତନ କରିଥିବାରୁ ଆଗାମୀ ଦିନରେ ଏହାର ଦାମ୍ ୧,୦୦,୦୦୦ ଡଲାର ସ୍ତର ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ଟ୍ରମ୍ପ୍‌ଙ୍କ ବିଜୟକୁ କ୍ରିଫ୍ଟୋ ଶିଳ୍ପ ପକ୍ଷରୁ ସ୍ବାଗତ କରାଯାଇଛି। ଏହି ଡିଜିଟାଲ୍ ମୁଦ୍ରାର ଗ୍ରହଣୀୟତା ବଢ଼ାଇବା ଲାଗି ଅନୁକୂଳ ନୀତି ଆଣିବା ଆଗକୁ ସହଜ ହେବ ବୋଲି ସେମାନେ ଭାବୁଛନ୍ତି। ସାମ୍‌କୋ ସିକ୍ୟୁରିଟିଜ୍ ପକ୍ଷରୁ କୁହାଯାଇଛି ଯେ ବିପଦ ଗ୍ରହଣ କରିବାର କ୍ଷମତା ରଖିଥିବା ଲୋକମାନେ ବିଟ୍‌କଏନ୍‌କୁ ପସନ୍ଦ କରୁଛନ୍ତି। ଏହାର ମୂଲ୍ୟ ବଢ଼ୁଥିବାର ଅର୍ଥ ହେଉଛି ବିପଦକୁ ଗ୍ରହଣ କରିବା କ୍ଷମତା ଥିବା ନିବେଶକଙ୍କ ସଂଖ୍ୟା ବଢ଼ୁଛି। ଯଦି ଦାମ୍ କମିବ ତେବେ ଏହା ବୁଝିବାକୁ ହେବ ଯେ ଲୋକମାନେ ସୁରକ୍ଷାକୁ ପ୍ରାଥମିକତା ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe