ଐତିହାସିକ ରାଜିନାମା ସ୍ୱାକ୍ଷରିତ: ଖାଦ୍ୟଶସ୍ୟ ଦାମ୍ କମିବ

Advertisment

ଶସ୍ୟ ରପ୍ତାନି ପାଇଁ ରୁଷ୍‌-ୟୁକ୍ରେନ ରାଜି

ଶସ୍ୟ ରପ୍ତାନି ପାଇଁ ରୁଷ୍‌-ୟୁକ୍ରେନ ରାଜି

ଖୁଚୁରା ବଜାରରେ ଖାଉଟିଙ୍କୁ ଲୁଟ୍‌; ତେଲ, ଗହମର ଦର କମିଛି, ଖାଉଟି କିଣୁଛନ୍ତି ଚଢ଼ା ଦରରେ

The New York Times

ନୂଆଦିଲ୍ଲୀ : ଚଳିତ ବର୍ଷ ମାର୍ଚ୍ଚରୁ ଯୁଦ୍ଧ ଲଢ଼ୁଥିବା ଦୁଇ ଦେଶ ରୁଷ୍ ଓ ୟୁକ୍ରେନ୍ ଶସ୍ୟ ରପ୍ତାନି ଲାଗି ଅନୁମତି ଦେବାକୁ ସହମତ ହୋଇଛନ୍ତି। ଏହି ଦୁଇ ଦେଶ ବିଶ୍ବର ବହୁ ଦେଶର ଗହମ ଓ ଅନ୍ୟାନ୍ୟ ସାମଗ୍ରୀ ଚାହିଦା ପୂରଣ କରୁଥିଲେ। ଯୁଦ୍ଧ ପରେ ସେଠାରୁ କୌଣସି ସାମଗ୍ରୀ ବାହାରକୁ ଆସିପାରୁନଥିବାରୁ ସାରା ବିଶ୍ବରେ ଦରବୃଦ୍ଧି ସମସ୍ୟା ଉତ୍କଟ ହୋଇଛି। ଏବେ ଏହି ଦୁଇ ଦେଶ ଶସ୍ୟ ରପ୍ତାନିକୁ ଅନୁମତି ଦେବା ଲାଗି ରାଜି ହୋଇଛନ୍ତି। ରୁଷ ଓ ୟୁକ୍ରେନ୍‌ର ଶସ୍ୟ ବଜାରରେ ପହଞ୍ଚିଲେ ଦରଦାମ୍ ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବା ସହଜ ହେବ। ବହୁ ସାମଗ୍ରୀର ଦାମ୍ ହ୍ରାସ ପାଇବ।

ଶସ୍ୟ ରପ୍ତାନି ସ୍ବାଭାବିକ କରିବାକୁ ଏହି ଦୁଇ ଦେଶ ସହ ଜାତିସଂଘ ଓ ତୁର୍କୀର ପ୍ରତିନିଧି ଦୁଇ ମାସ ପର୍ଯ୍ୟନ୍ତ ଆଲୋଚନା କରିବା ପରେ ଏହି ସଫଳତା ମିଳିଛି। ଦୁଇ ଦେଶ ଏକ ଐତିହାସିକ ବୁଝାମଣ‌ାରେ ସ୍ବାକ୍ଷର କରିଛନ୍ତି। ଇସ୍ତାନବୁଲ୍‌ରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଜାତିସଂଘର ମହାସଚିବ ଆଣ୍ଟିନିଓ ଗୁଟେରେସ୍‌ ଓ ତୁର୍କୀର ସଭାପତି ଟାୟିପ୍ ଏର୍ଡୋଗାନ୍‌ଙ୍କ ଉପସ୍ଥିତିରେ ଏହି ବୁଝାମଣା ସ୍ବାକ୍ଷର ହୋଇଛି। ଏଥିରେ ଉଭୟ ରୁଷ୍ ଓ ୟୁକ୍ରେନ୍‌ର ପ୍ରତିରକ୍ଷା ଓ ଭିତିଭୂମି ମନ୍ତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ରାଜିନାମା ୧୨୦ ଦିନ ପର୍ଯ୍ୟନ୍ତ ‌ବୈଧ ରହିବ ଓ ତା’ପରେ ନବୀକରଣ ହେବ। ଏହି ବୁଝାମଣା ସଫଳ କରାଇବାରେ ତୁର୍କୀ ପ୍ରମୁଖ ଭୂମିକା ତୁଲାଇଥିଲା। ଏହାର ଉଭୟ ରୁଷ୍‌ ଓ ୟୁକ୍ରେନ୍‌ର ଏକ ବନ୍ଧୁ ରାଷ୍ଟ୍ର। ଏହି ବୁଝାମଣାକୁ ଆମେରିକା ମଧ୍ୟ ସ୍ବାଗତ କରିଛି।

ଏ ସମ୍ପର୍କରେ ଗୁଟେରେସ୍ କହିଛନ୍ତି ଯେ ଶସ୍ୟ ରପ୍ତାନି ପାଇଁ ଅନୁମତି ମିଳିଥିବାରୁ ୟୁକ୍ରେନ୍‌ ଏହାର ଶସ୍ୟ ବାହାରକୁ ପଠାଇପାରିବ। ସେହିପରି ରୁଷ୍ ଏହାର ଶସ୍ୟ ଓ ସାରକୁ ମଧ୍ୟ ଅନ୍ୟ ଦେଶକୁ ବିକ୍ରି କରିପାରିବ। କୃଷ୍ଣ ସାଗର ପଥରେ ପୁଣି ଥରେ ବ୍ୟବସାୟ ସ୍ବାଭାବିକ ହେବ। ଶସ୍ୟ ଓ ସାର ରପ୍ତାନି ଉପରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଲଗାଇଥିବା କଟକଣା ଲାଗୁ ହେବ ନାହିଁ। ମୁଖ୍ୟତଃ ତୁର୍କୀ ବନ୍ଦର ଦେଇ ସବୁ ଜାହାଜ ଗତି କରିବ। ସେଠାରେ ଜାହାଜଗୁଡ଼ିକୁ ଯାଞ୍ଚ କରାଯିବ। ଫଳରେ ଶସ୍ୟ ରପ୍ତାନି ବାହାନାରେ ଅସ୍ତ୍ର ନେଣଦେଶକୁ ନେଇ ଯେଉଁ ଆଶଙ୍କା ରହିଛି ତାହା ଦୂର ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe