ସୁନା ଦର ୭୦ ହଜାର, ରୁପା ଲକ୍ଷେ ଟପିଲା

Advertisment

ଗତ କିଛି ଦିନ ମଧ୍ୟରେ ସାରା ଦେଶରେ ସୁନା ମହଙ୍ଗା ହୋଇଥିବା ବେଳେ ସ୍ଥାନୀୟ ବଜାରରେ ମଧ୍ୟ ତାହାର ପ୍ରତିଫଳନ ଦେଖିବାକୁ ମିଳିଛି। କେବଳ ସୁନା ନୁହେଁ, ରୁପା ମଧ୍ୟ ମହଙ୍ଗା ହୋଇଛି।

ଗତ କିଛି ଦିନ ମଧ୍ୟରେ ସାରା ଦେଶରେ ସୁନା ମହଙ୍ଗା ହୋଇଥିବା ବେଳେ ସ୍ଥାନୀୟ ବଜାରରେ ମଧ୍ୟ ତାହାର ପ୍ରତିଫଳନ ଦେଖିବାକୁ ମିଳିଛି। କେବଳ ସୁନା ନୁହେଁ, ରୁପା ମଧ୍ୟ ମହଙ୍ଗା ହୋଇଛି।

ଦାମ୍‌ ପୁଣି ୭୩ ହଜାର ଉପରେ

ଭୁବନେଶ୍ବର: ଗତ କିଛି ଦିନ ମଧ୍ୟରେ ସାରା ଦେଶରେ ସୁନା ମହଙ୍ଗା ହୋଇଥିବା ବେଳେ ସ୍ଥାନୀୟ ବଜାରରେ ମଧ୍ୟ ତାହାର ପ୍ରତିଫଳନ ଦେଖିବାକୁ ମିଳିଛି। କେବଳ ସୁନା ନୁହେଁ, ରୁପା ମଧ୍ୟ ମହଙ୍ଗା ହୋଇଛି। ବୁଧବାର ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ପିଛା ଦାମ୍ ୭୦ ହଜାର ଟଙ୍କା ସ୍ତର ଅତିକ୍ରମ କରିଛି। ଗୋଟିଏ ଦିନରେ ସୁନା ୬୦୦ ଟଙ୍କା ମହଙ୍ଗା ହୋଇ ୭୦,୬୦୦ ଟଙ୍କା ହୋଇଛି। ଗହଣା ଦୋକାନଗୁଡ଼ିକରେ ବିକ୍ରି ହେଉଥିବା ଅଳଙ୍କାରଗୁଡ଼ିକ ୨୨ କ୍ୟାରେଟ୍ ସୁନାରେ ତିଆରି ହୋଇଥାଏ।

ସେହିପରି, ୨୪ କ୍ୟାରେଟ ସୁନାର ଦାମ୍ ୬୬୦ ଟଙ୍କା ବୃଦ୍ଧି ପାଇ ୭୭,୦୨୦ ଟଙ୍କାରେ ପହଞ୍ଚିଛି। ସୁନା କଏନ୍ ଓ ବାର୍‌ଗୁଡ଼ିକ ୨୪ କ୍ୟାରେଟ୍‌‌ରେ ଉପଲବ୍ଧ ହୋଇଥାଏ। ବୁଧବାର ରୁପାର କେଜି ପିଛା ଦାମ୍ ୩୦୦୦ ଟଙ୍କା ବୃଦ୍ଧି ପାଇ ୧,୦୧,୦୦୦ ଟଙ୍କା ହୋଇଛି। ଚଳିତ ମାସ ଆରମ୍ଭରେ ରୁପା କେଜି ୯୨ ହଜାର ଟଙ୍କା ଥିଲା। ଗତ ୨୫ ଦିନ ଭିତରେ ତାହା ୯ ହଜାର ଟଙ୍କା ମହଙ୍ଗା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe