IndiaMART Business Directory
ନୂଆଦିଲ୍ଲୀ: ଦୁଇ ସପ୍ତାହ ଭିତରେ ଏଲ୍ପିଜି ସିଲିଣ୍ଡର ଦାମ୍ରେ ଦୁଇ ଥର ବୃଦ୍ଧି ହୋଇଛି। ଗତ ଡିସେମ୍ବରରେ ସିଲିଣ୍ଡର ପିଛା ଦାମ୍ ୫୦ ଟଙ୍କା ବଢ଼ିଥିଲା। ଆଜି ପୁଣି ଥରେ ସେଥିରେ ଆଉ ୫୦ ଟଙ୍କାର ବୃଦ୍ଧି ଘଟିଛି। ୧୪.୨ କେଜି ଓ ୧୯ କେଜି ବିଶିଷ୍ଟ ସିଲିଣ୍ଡରର ଦାମ୍ ବଢ଼ିଛି। ଦୁଇ ଥରରେ ଏଲ୍ପିଜି ୧୦୦ ଟଙ୍କା ମହଙ୍ଗା ହୋଇଛି। ଏଲ୍ପିଜି ଗ୍ରାହକମାନଙ୍କୁ ବୁକିଙ୍ଗ୍ କରିବା ବେଳେ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ସବୁ ପ୍ରକାର ଏଲ୍ପିଜି ସିଲିଣ୍ଡର୍ର ଦାମ୍ ବିଢ଼ିଛି। ୧୪.୨ କେଜି ବିଶିଷ୍ଟ ସିଲିଣ୍ଡର ଦାମ୍ ୫୦ ଟଙ୍କା ବଢ଼ିଥିବା ବେଳେ ୫ କେଜିଆ ସିଲିଣ୍ଡର ଦାମ୍ ୧୮ଟଙ୍କା ଓ ୧୯ କେଜି ବିଶିଷ୍ଟ କମର୍ସିଆଲ୍ ସିଲିଣ୍ଡର ମୂଲ୍ୟରେ ୩୬ ଟଙ୍କା ୫୦ ପଇସାର ବୃଦ୍ଧି ହୋଇଛି। ଇଣ୍ଡିଆନ ଅଏଲ୍ ତଥ୍ୟ ଅନୁସାରେ ଦିଲ୍ଲୀରେ ବିନା ସବ୍ସିଡିରେ ମିଳୁଥିବା ସିଲିଣ୍ଡର ଦାମ୍ ୬୯୪ ଟଙ୍କା, କୋଲକାତାରେ ୬୭୦ ଟଙ୍କା ୫୦ ପଇସା, ମୁମ୍ବାଇରେ ୬୯୪ ଟଙ୍କା ଏବଂ ଚେନ୍ନାଇରେ ୬୬୦ ଟଙ୍କା ରହିଛି। ଏଲ୍ପିଜି ଦାମ୍ ତୈଳ କଂପାନିଗୁଡ଼ିକ ନିର୍ଧାରଣ କରିଥାନ୍ତି। ପ୍ରତି ମାସରେ ଏହି ଦାମ୍ ସଂଶୋଧନ ହେଉଛି। ୧୯ କେଜିଆ କମର୍ସିଆଲ୍ ସିଲିଣ୍ଡର ଦାମ୍ ଏବେ ୧୨୯୬ ଟଙ୍କାରେ ପହଞ୍ଚିଛି।
Follow Us