ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍‌ରେ ସାଉଦି ଆରବର ପିଆଇଏଫ୍‌ କଲା ୯,୫୫୫ କୋଟିର ପୁଞ୍ଜିନିବେଶ

Advertisment
ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍‌ରେ ସାଉଦି ଆରବର ପିଆଇଏଫ୍‌ କଲା ୯,୫୫୫ କୋଟିର ପୁଞ୍ଜିନିବେଶ

Mint

ଭୁବନେଶ୍ୱର : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଓ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିିମିଟେଡ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌)ରେ ୨.୦୪ ପ୍ରତିଶତ ଇକ୍ୱିଟ ଅଂଶଧନ ପାଇଁ ସାଉଦି ଆରବର ଦି ପବ୍ଲିକ୍ ଇନଭେଷ୍ଟ୍‌ମେଂଟ୍ ଫଣ୍ଡ୍ (ପିଆଇଏଫ୍‌) ୯,୫୫୫ କୋଟି ଟଙ୍କାର (ପ୍ରାୟ ୧.୩ ବିଲିଅନ ଡଲାର) ପୁଞ୍ଜିନିବେଶ କରିବ । ପୂର୍ବରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଡିଜିଟାଲ୍ ସେବା ପ୍ରଦାନକାରୀ ସହଯୋଗୀ ସଂସ୍ଥା ଜିଓ ପ୍ଲାଟର୍ମର୍ସ୍‌ର ୨.୩୨ ପ୍ରତିଶତ ଅଂଶଧନ ହାସଲ କରିବା ପରେ ଏବେ ପିଆଇଏଫ୍ ପକ୍ଷରୁ ଆର୍‌ଆର୍‌ଭିଏଲ୍‌ରେ ପୁଞ୍ଜିନିବେଶ କରାଯାଇଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର  ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି, କହିଛନ୍ତି ଯେ, “ ରିଲାଏନ୍ସ ରିଟେଲ୍‌ରେ ପିଆଇଏଫ୍‌କୁ ଏକ ମୂଲ୍ୟବାନ ସହାଯୋଗୀ ଭାବେ ମୁଁ ସ୍ୱାଗତ କରୁଛି । ଆମେ ଭାରତର ଖୁଚୁରା ବ୍ୟବସାୟ କ୍ଷେତ୍ରରେ ପରିବର୍ତନ ଆଣି ୧୩୦ କୋଟି ଭାରତୀୟ ଓ ନିୟୁତାଧିକ କ୍ଷୁଦ୍ର ବ୍ୟବସାୟୀଙ୍କ ଜୀବନକୁ ସମୃଦ୍ଧ କରିବା ଭଳି ମହତ୍ୱକାଂକ୍ଷୀ ଯାତ୍ରାରେ ଆଗକୁ ବଢୁଥିବା ବେଳେ ଏହାର ନିରନ୍ତର ସହାୟତା ଏବଂ ମାର୍ଗଦର୍ଶନ ଆଶା ରଖିଛୁୁ ।’’

ପିଆଇଏଫ୍‌ର ଗଭର୍ଣ୍ଣର ମହାମାନ୍ୟ ମାନ୍ୟବର ୟାସିର ଅଲ୍‌-ରୁମାୟନ  କହିଛନ୍ତି ଯେ, “ଭାରତରେ ଏକାଧିକ ଆକର୍ଷଣୀୟ ଓ ଉତ୍ସାହଜନକ କ୍ଷେତ୍ରରେ ଅଗ୍ରଣୀ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସହିତ ଆମର ବିଶ୍ୱାସପୂର୍ଣ୍ଣ ସହଯୋଗିତାକୁ ଆହୁରି ସୁଦୃଢ଼ କରିଥିବାରୁ ଆମେ ଅତ୍ୟନ୍ତ ଖୁସି । ସାରା ବିଶ୍ୱର ଅଭିନବ ବ୍ୟବସାୟ ସହିତ ଦୀର୍ଘମିଆଦୀ ସହଯୋଗିତା ଏବଂ ନିବେଶ ପାଇଁ ପିଆଇଏଫ୍‌ର ରହିଥିବା ପ୍ରତିବଦ୍ଧତାକୁ ଏହି ନିବେଶ ପ୍ରତିଫଳିତ କରୁଛି।”

ରିଟେଲ୍ କ୍ଷେତ୍ରରେ ଭାରତର ସର୍ବବୃହତ୍ ଓ ଦ୍ରୁତ ଅଭିବୃଦ୍ଧିଶୀଳ ରିଲାଏନ୍ସ ରିଟେଲ୍ ଲିିମଟେଡ୍ ହେଉଛି ଆର୍‌ଆର୍‌ଭିଏଲ୍‌ର ଏକ ସହଯୋଗୀ ସଂସ୍ଥା, ଯାହାର ସାରା ଭାରତରେ ୧୨,୦୦୦ରୁ ଅଧିକ ବିଭିନ୍ନ ପ୍ରକାରର ଷ୍ଟୋର୍ ରହିଛି ଏବଂ ସେହି ସବୁ ଷ୍ଟୋର୍‌ରେ ୬୪ କୋଟିରୁ ଅଧିକ ଲୋକ ପ୍ରବେଶ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe